ଭୁବନେଶ୍ବର: ଓଡ଼ିଶାରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଆଗାମୀ ୨ ଦିନ ଏଭଳି ପାଗ ଲାଗି ରହିବ । ଆଜି ଗୋଟିଏ କିମ୍ବା ୨ ଟି ଜିଲ୍ଲାକୁ ଛାଡ଼ିଦେଲେ ସମ୍ପୂର୍ଣ୍ଣ ରାଜ୍ୟ ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ମଧ୍ୟ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ-IMD ।
ଆଜି ଏସବୁ ଜିଲ୍ଲାରେ ବର୍ଷା :
ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ବ୍ୟତୀତ ଅନ୍ୟ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବ ।
ଏହା ମଧ୍ୟ ପଢ଼ନ୍ତୁ...IMD Alert: ଆହୁରି 24 ଘଣ୍ଟା ବର୍ଷା, 8 ଜିଲ୍ଲାରେ ବର୍ଷିବ - WEATHER UPDATE ଏହା ମଧ୍ୟ ପଢ଼ନ୍ତୁ...IMDର ଆଲର୍ଟ: ଆଜି ରାଜ୍ୟରେ ପ୍ରବଳ ବର୍ଷା, ଏହି ଜିଲ୍ଲାକୁ ସତର୍କ ସୂଚନା |
କାଲି ପାଇଁ ୱାର୍ଣ୍ଣିଂ:
ଆସନ୍ତାକାଲି ଅର୍ଥାତ 26 ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁାକରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏସବୁ ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ରାଯଗଡ଼ା, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର ଓ କଳାହାଣ୍ଡି । ଆସନ୍ତାକାଲିି ପରଠାରୁ ବର୍ଷାର ପରିମାଣ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇବ । ବର୍ଷା କମିବା ପରେ ରାଜ୍ୟରେ ତାପମାତ୍ରାରେ ପରିବର୍ତ୍ତନ ଘଟିବ । ରାତି ତାପମାତ୍ରା 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ କମିବା ସହ ଶୀତର ପରିମାଣ ବଢ଼ିବ । ଏହାସହ ଆଜି କେନ୍ଦୁଝର ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ସେପଟେ ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା 4.4 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାହାଡିଆ ଅଞ୍ଚଳ ଭାବରେ ସର୍ମନିମ୍ନ ତାପମାତ୍ରା ଦାରିଙ୍ଗବାଡିରେ 13.5 ଡିଗ୍ରୀ ରେକର୍ଡ କରାଯାଇଛି ।
#Weather briefing (In #Odia) by Head & Scientist-F : Dr. Manorama Mohanty, based on 0830 Hrs IST observation of #25thDecember, 2024.https://t.co/u8gbTC5tbZ
— Meteorological Centre, Bhubaneswar (@mcbbsr) December 25, 2024
Today's Realized Minimum Temperature (ºC) and Departure (ºC) #Odisha #WeatherUpdate pic.twitter.com/f5KxBJlbm4
— Meteorological Centre, Bhubaneswar (@mcbbsr) December 25, 2024
ଇଟିଭି ଭାରତ, ଭୁବନେଶ୍ବର