ସୁବର୍ଣ୍ଣପୁର: ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ବାଙ୍କିପାଲି ଗାଁର ପୂଜା ଆଗ୍ରୱାଲ ରାଜସ୍ଥାନର କୋଟାରେ ଫସି ରହିଛନ୍ତି । ଭାଗିରଥୀ ଅଗ୍ରୱାଲଙ୍କ ଝିଅ ପୂଜା ଗତ ଏକ ବର୍ଷ ହେଲା କୋଟାର ଲେନମାର୍କ ସିଟି ଆଲେନ କୋଚିଂ ସେଣ୍ଟରରେ ମେଡିକାଲ ପାଇଁ କୋଚିଂ ନେଉଛନ୍ତି ।
ଏବେ ଲକଡାଉନ ଥିବାରୁ କୋଚିଂ ବନ୍ଦ ହୋଇ ଯାଇଛି । ହଷ୍ଟେଲରେ ରହୁଥିବା ଅନ୍ୟ ରାଜ୍ୟର ଛାତ୍ରୀମାନେ ନିଜ ନିଜ ସରକାରଙ୍କ ଉଦ୍ୟମରେ ହଷ୍ଟେଲ ଛାଡି ଘରକୁ ଚାଲି ଯାଇଛନ୍ତି । ଫଳରେ ପୂଜା ହଷ୍ଟେଲରେ ଏକାକୀ ରହୁଥିବା କହିଛନ୍ତି । ସେପଟେ ହଷ୍ଟେଲ ମାଲିକ ପୂଜାଙ୍କୁ ହଷ୍ଟେଲ ଛାଡିବାକୁ ଚାପ ପକାଉଛନ୍ତି । ଫଳରେ ପୂଜା କାନ୍ଦି କାନ୍ଦି ଏକ ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି ।

ପୂଜାଙ୍କ ବାପା ଭାଗୀରଥୀ ତାଙ୍କୁ ହଷ୍ଟେଲରୁ ଆଣିବାକୁ ଜିଲ୍ଲାପାଳଙ୍କୁ ଅନୁମତି ଦେବା ପାଇଁ ଆବେଦନ କରିଥିବା ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ