ETV Bharat / state

ପାନ ଦୋକାନ ଉପରେ ଚଢାଉ,80 ଲିଟର ମଦ ଜବତ

ପାନ ଦୋକାନରେ ଚଢାଉ କରି 80 ଲିଟର ମଦ ଜବତ କଲା ପୋଲିସ । ପାନ ଦୋକାନ ନାଁରେ ଚାଲିଥିବା ଲୁଚା ମଦ ବେପାର । ହେଲେ ଏହି ଲୁଚାଚୋରା ବେପାର ପୋଲିସ ଆଖିରୁ ଖସିପାରିନଥିଲା । ଶେଷରେ ପୋଲିସ ଚଢାଉ କରି ଜବତ କଲା ମଦ।

author img

By

Published : Jun 25, 2019, 1:07 AM IST

ଫଟୋ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

ସୁବର୍ଣ୍ଣପୁର : ବିନିକା ପୋଲିସ ବିଶାଳ ପାଲି ଛକରେ ଏକ ପାନ ଦୋକାନରେ ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି ପୋଲିସ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରାସାଦ ଦାଶଙ୍କ ନିର୍ଦେଶରେ ହୋଇଥିଲା ଚଢାଉ । 40 ବର୍ଷୀୟ ଉଦୟ ନାଥ କର୍ମୀଙ୍କ ଦୋକାନରୁ 174 ବୋତଲ ବିଦେଶୀ ମଦ ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

ପ୍ରାୟ 80 ଲିଟର ମଦର ଆନୁମାନିକ ମୂଲ୍ୟ 30 ହଜାର ଟଙ୍କା ହେବ ବୋଲି ଜଣାପଡିଛି । 80 ଲିଟର ମଦ ସହିତ ପାନ ଦୋକାନୀ ଉଦୟ ନାଥ କର୍ମୀକୁ ପୋଲିସ ଗିରଫ କରି ଏକ ମାମଲା ରୁଜୁ କରିଛି । ବିଧାୟକ ନିରଞ୍ଜନ ପୂଜାରୀ ଅବକାରୀ ମନ୍ତ୍ରୀ ହେବା ପରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଉପରେ ବ୍ୟାପକ ଚଢ଼ାଉ କରାଯାଉଛି। ହେଲେ ଅନେକ ସମୟରେ ଅସଫଳ ହେଉଥିବା ପୋଲିସକୁ ଆଜି ସଫଳତା ମିଳିଛି ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶ କ୍ରାଇମ ମିଟିଂରେ ଥାନା ଅଧିକାରୀ ମାନଙ୍କୁ କଡାକଡି ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି । କୁଚିଆ ଦେଶୀ ମଦ କାରବାର ଉପରେ ବି ପୋଲିସର ନଜର ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସ ବିଶାଳ ପାଲି ଛକ ରେ ଏକ ପାନ ଦୋକାନ ରେ ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି।ବିନିକା ଗୋଡ଼ଭାଗା ରାସ୍ତାରେ ଵିଶାଲ ପାଲି ଛକ ରେ ଥିବା ଉଦୟ ପାନ ଦୋକାନ ଉପରେ ଚଢ଼ାଉ କରିଥିଲେ।ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରାସାଦ ଦାଶ ଙ୍କ ନିର୍ଦେଶରେ ବିନିକା ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମଣ୍ଡଳ ସଦଲବଳ ଏହି ଚଢ଼ାଉ କରିଛନ୍ତି।40 ବର୍ଷୀୟ ଉଦୟ ନାଥ କର୍ମୀଙ୍କ ଦୋକାନରୁ 174 ବୋତଲ ବିଦେଶୀ ମଦ ଜବତ କରାଯାଇଛି।ପ୍ରାୟ 80 ଲିଟର ଏହି ମଦର ଆନୁମାନିକ ମୂଲ୍ୟ 30 ହଜାର ଟଙ୍କା ହେବ ବୋଲି ଜଣାପଡିଛି।80 ଲିଟର ମଦ ସହିତ ପାନ ଦୋକାନୀ ଉଦୟ ନାଥ କର୍ମୀ କୁ ପୋଲିସ ଗିରଫ କରି ଏକ ମାମଲା ରୁଜୁ କରିଛି।ସଂପୂ8ବିଧାୟକ ନିରଞ୍ଜନ ପୂଜାରୀ ଅବକାରୀ ମନ୍ତ୍ରୀ ହେବା ପରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଉପରେ ବ୍ୟାପକ ଚଢ଼ାଉ କରାଯାଉଛି।ହେଲେ ଅନେକ ସମୟରେ ଅସଫଳ ହେଉଥିବା ପୋଲିସ କୁ ଆଜି ସଫଳତା ମିଳିଛି।Body:ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶ କ୍ରାଇମ ମିଟିଂରେ ଥାନା ଅଧିକାରୀ ମାନଙ୍କୁ କଡାକଡି ନିର୍ଦେଶ ଦେଇଥିବା ଜଣା ପଡ଼ିଛି।Conclusion:କୁଚିଆ ଦେଶୀ ମଦ କାରବାର ଉପରେ ବି ପୋଲିସ ର ନଜର ରହିଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.