ETV Bharat / state

ସୁଧାରଗୃହରୁ ୪ ନାବାଳିକାଙ୍କ ସମେତ ୫ ଅନ୍ତେବାସୀ ଫେରାର, ଖୋଜୁଛି ପୋଲିସ - subarnpur district news

ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ଆଶ୍ରିତା ଉଜ୍ଜଳା ସୁଧାର ଗୃହରୁ ୪ ଜଣ ନାବାଳିକାଙ୍କ ସମେତ ଜଣେ ପ୍ରାପ୍ତ ବୟସ୍କା ଅନ୍ତେବାସୀ ଫେରାର । ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ..

ସୁଧାରଗୃହରୁ ୪ ନାବାଳିକା ସମେତ ୫ ଅନ୍ତେବାସୀ ଫେରାର , ଖୋଜୁଛି ପୋଲିସ

author img

By

Published : Jul 25, 2021, 10:42 PM IST

ସୁବର୍ଣ୍ଣପୁର:ତରଭା ସହରର ଆଶ୍ରିତା ଉଜ୍ଜଳା ସୁଧାର ଗୃହରୁ ୪ ଜଣ ନାବାଳିକାଙ୍କ ସମେତ ଜଣେ ପ୍ରାପ୍ତ ବୟସ୍କା ଅନ୍ତେବାସୀ ଫେରାର ହୋଇଯାଇଥିବା ଜଣାପଡିଛି । ଏନେଇ ଥାନାରେ ଏତଲା ଦେଇଛନ୍ତି ସୁଧାରଗୃହ କର୍ତ୍ତୃପକ୍ଷ। ତରଭା ସହରର ହାଟପଡାସ୍ଥିତ ସୁଧାର ଗୃହରୁ ଆଜି ପାହାନ୍ତିଆରେ ଅନ୍ତେବାସୀମାନେ ଫେରାର ମାରିଥିବା ସୁଧାର ଗୃହ କର୍ତ୍ତୃପକ୍ଷ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୁଧାରଗୃହରୁ ୪ ନାବାଳିକା ସମେତ ୫ ଅନ୍ତେବାସୀ ଫେରାର , ଖୋଜୁଛି ପୋଲିସ

ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ସୁଧାରଗୃହର ବେଡରୁମର ଝରକା ଭେଣ୍ଟିଲେସନ ପାଇଁ ଅନ୍ତେବାସୀମାନେ ଖୋଲା ରଖିଥିଲେ । ତେବେ ରାତିରେ ସୁଧାରଗୃହର କର୍ମଚାରୀମାନ ଶୋଇ ଯାଇଥିବାର ସୁଯୋଗ ନେଇ ଏମାନେ ଫେରାର ମାରିଥିବା ସୁଧାର ଗୃହର ପ୍ରକଳ୍ପ ନିର୍ଦ୍ଦେଶିକା କବିତା ସେଠୀ ଥାନାରେ ଏତଲାରେ ଦର୍ଶାଇଛନ୍ତି ।

ଆଜି ସକାଳୁ ଘଟଣା ସମ୍ପର୍କରେ ଜଣାପଡିବା ପରେ ସୁଧାର ଗୃହର କର୍ମଚାରୀମାନେ ଅନ୍ୟାନ୍ୟ ଅନ୍ତେବାସୀମାନଙ୍କୁ ପଚରାଉଚରା କରିବା ସହିତ ଫେରାର ଅନ୍ତେବାସୀମାନଙ୍କୁ ଖୋଜାଖୋଜି କରିଥିଲେ । ହେଲେ କୌଣସି ସୂଚନା ନ ପାଇବାରୁ ଥାନାରେ ଲିଖିତ ଏତଲା ଦିଆଯାଇଛି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଗତ ଜୀବନ ପଟେଲଙ୍କ ନେତୃତ୍ବରେ ଏକ ପୋଲିସ ଦଳ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.