ETV Bharat / state

ବିଷାକ୍ତ ଖାଦ୍ୟ ଖାଇ ଭିନ୍ନକ୍ଷମ ସ୍କୁଲର 40 ଅନ୍ତେବାସୀ ଗୁରୁତର - 40 student affected for food posion

ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ନକ୍ଷମ ସ୍କୁଲର ପ୍ରାୟ 40 ଜଣ ଛାତ୍ରଛାତ୍ରୀ ବିଷାକ୍ତ ଖାଦ୍ୟ ଖାଇ ଗୁରୁତର ଭାବେ ଅସୁସ୍ଥ ହୋଇପଡିଛନ୍ତି । ସେପଟେ 30 ଅନ୍ତେବାସୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଶାସନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିଷାକ୍ତ ଖାଦ୍ୟ ଖାଇ 40 ଅନ୍ତେବାସୀ ଗୁରୁତର
ବିଷାକ୍ତ ଖାଦ୍ୟ ଖାଇ 40 ଅନ୍ତେବାସୀ ଗୁରୁତର
author img

By

Published : Jan 28, 2020, 8:58 PM IST

Updated : Jan 28, 2020, 10:45 PM IST

ସୁବର୍ଣ୍ଣପୁର: ଭିନ୍ନକ୍ଷମ ସ୍କୁଲର ପ୍ରାୟ 40 ଜଣ ଛାତ୍ରଛାତ୍ରୀ ବିଷାକ୍ତ ଖାଦ୍ୟ ଖାଇ ଗୁରୁତର ଭାବେ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭର୍ତ୍ତି କରାଯାଇଛି । ସେପଟେ ଖବର ପାଇ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ଶରତ କୁମାର ପଣ୍ଡା, ଏସପି ଦେବୀ ପ୍ରସାଦ ଦାସ ଡାକ୍ତରଖାନାରେ ପହଞ୍ଚିଛନ୍ତି ।

ବିଷାକ୍ତ ଖାଦ୍ୟ ଖାଇ ଭିନ୍ନକ୍ଷମ ସ୍କୁଲର 40 ଅନ୍ତେବାସୀ ଗୁରୁତର

ସୂଚନା ଅନୁସାରେ ଆଜି ବିଦ୍ୟାଳୟରେ ମୁଗ ରସବରା ଓ ମିଠେଈ ଛାତ୍ରଛାତ୍ରୀଙ୍କ ଭିତରେ ବଣ୍ଟା ଯାଇଥିଲା । ଛାତ୍ରଛାତ୍ରୀମାନେ ଏହାକୁ ଖାଇବାର କିଛି ସମୟ ପରେ ବାନ୍ତି କରିଥିଲେ । ଫଳରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ସେପଟେ ଜିଲ୍ଲାପ୍ରଶାସନ ପ୍ରତ୍ୟକ୍ଷ ଭାବେ ଡାକ୍ତରମାନଙ୍କ ସହାୟତାରେ ସମସ୍ତ ଛାତ୍ରଛାତ୍ରୀଙ୍କ ଚିକିତ୍ସା କରାଉଛନ୍ତି । ସେପଟେ ବିଦ୍ୟାଳୟରେ ରହିଥିବା ଅନ୍ୟ ପ୍ରାୟ 30 ଜଣ ଅନ୍ତେବାସୀଙ୍କୁ ଆଣି ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବାକୁ ନିର୍ଦ୍ଦେଶ ଦେଇଥିଲା ପ୍ରଶାସନ । ଗୁରୁତର ଅସୁସ୍ଥ ଥିବା ଛାତ୍ରଛାତ୍ରୀମାନେ ଆଗମୀ କାଲି ସକାଳ ସୁଦ୍ଧା ସୁସ୍ଥ ହେବେ ବୋଲି ମୁଖ୍ୟ ଚିକିତ୍ସାଳୟରୁ ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Jan 28, 2020, 10:45 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.