ETV Bharat / state

ଚାଲିଛି ଧାନ ସଂଗ୍ରହ ପ୍ରକ୍ରିୟା, ସଂଗ୍ରହ ହେଲାଣି 4 ଲକ୍ଷ 70 ହଜ଼ାର କୁଇଣ୍ଟାଲ ଧାନ

ସୁବର୍ଣ୍ଣପୁର ଜିଲ୍ଲାରେ ଚାଲୁ ରହିଛି ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ବର୍ତ୍ତମାନ ସୁଦ୍ଧା ମୋଟ 4 ଲକ୍ଷ 70 ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ସୂଚନା ଦେଲା ଜିଲ୍ଲା ଯୋଗାଣ ବିଭାଗ । ପଢନ୍ତୁ ଅଧିକ......

author img

By

Published : Dec 10, 2020, 4:16 PM IST

ଚାଲିଛି ଧାନ ସଂଗ୍ରହ ପ୍ରକ୍ରିୟା , ସଂଗ୍ରହ ହେଲାଣି 4 ଲକ୍ଷ 70 ହଜ଼ାର କୁଇଣ୍ଟାଲ ଧାନ

ସୁବର୍ଣ୍ଣପୁର: ଜିଲ୍ଲାରେ ଆରମ୍ଭ ହୋଇଛି ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ଏବେ ଧାନ ଅମଳ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଧାନ ବିକ୍ରି ଜୋର ଧରିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ 4ଲକ୍ଷ 70 ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ସୂଚନା ଦେଇଛି ଜିଲ୍ଲା ଯୋଗାଣ ବିଭାଗ । ଚାଷୀମାନେ ଧାନ ଖଳାରୁ ହିଁ ବିକ୍ରି ପାଇଁ ସିଧାସଳଖ ଧାନ ମଣ୍ଡିକୁ ନେଉଛନ୍ତି । ତେବେ ବିଭିନ୍ନ କୃଷି ସମବାୟ ସମିତିରେ ଚାଷୀମାନେ ପାଉଥିବା ଟୋକନରେ ସମସ୍ୟା ଦେଖିବାକୁ ମିଳୁଥିବା ଅଭିଯୋଗ ହୋଇଛି ।

ସଅଳ ଅମଳ କରିଥିବା କେତେକ ଚାଷୀ ଟୋକନ ପାଉ ନଥିବାବେଳେ ଧାନ ଅମଳ କରିଥିବା ଚାଷୀମାନଙ୍କୁ ଶୀଘ୍ର ଟୋକନ ମିଳୁଥବା ଅଭିଯୋଗ କରିଛନ୍ତି କିଛି ଚାଷୀ । ଏହିପରି ବିନିକା ବ୍ଲକ ଚରଦା ଗାଁର ଚାଷୀ ଟୋକନ ସମସ୍ୟା ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ବି ଟୋକନ ସମସ୍ୟାର ସମାଧାନ ହୋଇପାରିନାହିଁ । ତେବେ ଟୋକନ ସଂଗ୍ରହ କାର୍ଯ୍ୟକ୍ରମ ଭୁବନେଶ୍ବରରେ ନ କରି ଜିଲ୍ଲାରେ କରିବା ପାଇଁ ଦାବି କରିଛନ୍ତି ବିଭିନ୍ନ କୃଷକ ସଂଗଠନ ।

ସେ ଯାହା ବି ହେଉ ଆଜି ଯାଏଁ ଜିଲ୍ଲାରେ 4 ଲକ୍ଷ 70 ହଜ଼ାର କୁଇଣ୍ଟାଲ ଧାନ ସିଧାସଳଖ ଚାଷୀ ମାନଙ୍କ ପାଖରୁ ସଂଗ୍ରହ କରାଯାଇଥିବା ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ପଵିତ୍ର ସାହୁ ସୂଚନା ଦେଇଛନ୍ତି । ତେବେ ଜିଲ୍ଲାରେ ଏଥର ଚାଷୀମାନେ ସୁରୁଖୁରୁରେ ଧାନ ବିକ୍ରି କରୁଛନ୍ତି ବୋଲି ସିଏସଓ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.