ETV Bharat / state

କୋଭିଡ କଟକଣା ଭିତରେ ତାଲିମ ନେଲେ 35 ଶିକ୍ଷାର୍ଥୀ - ଶିକ୍ଷାର୍ଥୀମାନଙ୍କୁ ଡ୍ରାଇଭିଂ ଟ୍ରେନିଂ

ସୁବର୍ଣ୍ଣପୁର ସଦର ଏସବିଆଇ ଗ୍ରାମୀଣ ଆତ୍ମ ନିଯୁକ୍ତି କେନ୍ଦ୍ରରେ ଚାଲିଥିବା ମାଗଣା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଟ୍ରେନିଂ ନେଉଛନ୍ତି ଶିକ୍ଷାର୍ଥୀ ।

କୋଭିଡ କଟକଣା ଭିତରେ ତାଲିମ ନେଲେ 35 ଶିକ୍ଷାର୍ଥୀ

author img

By

Published : Apr 30, 2021, 10:15 AM IST

ସୁବର୍ଣ୍ଣପୁର: ସଦର ଏସବିଆଇ ଗ୍ରାମୀଣ ଆତ୍ମ ନିଯୁକ୍ତି କେନ୍ଦ୍ରରେ ଚାଲିଥିବା ମାଗଣା ତାଲିମ ଶିବିର ଉଦଯାପିତ ହୋଇଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ତାଲିମ ଶିବିରରେ ଶିକ୍ଷାର୍ଥୀମାନେ ମାକ୍ସ ଓ ସାନିଟାଇଜର ବ୍ୟବହାର କରିବା ସହିତ ସାମାଜିକ ଦୁରତ୍ବ ରକ୍ଷା କରି ତାଲିମ ଗ୍ରହଣ କରୁଛନ୍ତି । ଏହି ତାଲିମ ଶିବିର ମାର୍ଚ୍ଚ 30 ତାରିଖରୁ ଆରମ୍ଭ କରାଯାଇଥିବା ବେଳେ ଏହି ଶିବିରରେ ଶିକ୍ଷାର୍ଥୀମାନଙ୍କୁ ଯୋଗ ଶିକ୍ଷା ବି ପ୍ରଦାନ କରାଯାଇଛି ।

କୋଭିଡ କଟକଣା ଭିତରେ ତାଲିମ ନେଲେ 35 ଶିକ୍ଷାର୍ଥୀ

ତେବେ ପ୍ରଶିକ୍ଷକମାନେ ଶିକ୍ଷାର୍ଥୀମାନଙ୍କୁ ଡ୍ରାଇଭିଂ ଟ୍ରେନିଂ ପ୍ରଦାନ କରିବା ସହିତ ଦୁର୍ଘଟଣାରୁ ଜନସାଧାରଣଙ୍କୁ କିପରି ରକ୍ଷା କରିବେ , ନିଜକୁ କିଭଳି ରକ୍ଷା କରିବା ସହିତ ଦୁର୍ଘଟଣା ହେଲେ ଆହତ ମାନଙ୍କୁ କିପରି ସେବା ଯୋଗାଇଦେବେ , ପୋଲିସ , ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ଦୁର୍ଘଟଣାର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମେ ଆହତ ମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବେ ସେ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ ।

ସେହିପରି ଶିକ୍ଷାର୍ଥୀମାନଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହିତ ଠିକ ସମ୍ପର୍କ ରଖି ନିଜର ଆର୍ଥିକ ପ୍ରଗତି ବିଷୟରେ କିଭଳି କାର୍ଯ୍ୟ କରିବେ ସେ ସମ୍ପର୍କରେ ବି ତାଲିମ ପ୍ରଦାନ କରାଯାଇଥିଲା । କୋଭିଡ ମହାମାରୀ ସମୟରେ ପ୍ରାୟ 50 ଜଣ ଶିକ୍ଷାର୍ଥୀଙ୍କୁ ଏହି ତାଲିମ ପ୍ରଦାନ କରାଯାଇ ଶିକ୍ଷାର୍ଥୀଙ୍କ ଅର୍ଥନୈତିକ ପ୍ରଗତି ସଂପର୍କରେ ପ୍ରଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କ ଭିତରେ ବ୍ୟାପକ ଆଲୋଚନା କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.