ETV Bharat / state

8ମାସ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ, 3 ଅଭିଯୁକ୍ତ ଗିରଫ - ସୁବର୍ଣ୍ଣପୁର ବିରମହରାଜପୁର ହତ୍ୟାକାଣ୍ଡ

ଗତ 12 ମାର୍ଚ୍ଚ 2019ରେ ଘଟିଥିବା ଏକ ହତ୍ୟାକାଣ୍ଡର 8 ମାସ ପରେ ପର୍ଦ୍ଦାଫାସ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ପାଲି ଗାଁର ଘଟଣା ।

murder arrested after 8 month of murder case
8 ମାସ ପରେ ହତ୍ୟାକାଣ୍ଡର ପର୍ଦାଫାସ, 3 ଅଭିଯୁକ୍ତ ଗିରଫ
author img

By

Published : Dec 13, 2019, 4:45 PM IST

ସୁବର୍ଣ୍ଣପୁର: ଦୀର୍ଘ 8 ମାସ ପରେ ଫିଟିଲା ହତ୍ୟାକାଣ୍ଡର ରହସ୍ୟ । ପୋଲିସ କବଜାରେ ଅପରାଧୀ । ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ପାଲି ଗାଁର ଘଟଣା । ଗତ 12 ମାର୍ଚ୍ଚ 2019ରେ ଘଟିଥିଲା ଏକ ହତ୍ୟାକାଣ୍ଡ ।

8 ମାସ ପରେ ହତ୍ୟାକାଣ୍ଡର ପର୍ଦାଫାସ

25 ବର୍ଷୀୟ ରଶ୍ମିତା ନାଇକଙ୍କ ସ୍ବାମୀ ସୁଶାନ୍ତ ନାଇକଙ୍କୁ ହତ୍ୟାକରି ପିପିଲି ପାଲିର ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ସହିତ ତଦନ୍ତ ଜାରି ରଖିଥିଲା । ପ୍ରାୟ ଦୀର୍ଘ 8 ମାସ ପରେ ପୋଲିସ ଏହି ହତ୍ୟା ଘଟଣାର ପର୍ଦାଫାସ କରିବା ସହିତ ତିନିଜଣ ଆସମୀକୁ ଗିରଫ କରିବାରେ ସଫଳ ହୋଇଛି ।

ଅଭିଯୁକ୍ତମାନେ ହେଲେ ଇଛାପୁର ଗାଁର ଅଗସ୍ତି କରଡ଼ିଆ (20), ପାର୍ବତୀପୁରର ପ୍ରକାଶ ଭୋଇ(25) ଓ ସୁଜିତ ବେହେରା(26) । ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ପିପିଲି ପାଲିକୁ ଏକ ବରାଯାତ୍ରୀ ଦଳରେ ଯାଇ ମୃତକ ସୁଶାନ୍ତକୁ ଡାକିନେଇ ତଣ୍ଟିଚିପି ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ପ୍ରମାଣ ପୋଲିସ ଅନୁସନ୍ଧାନରୁ ଜାଣିପାରିଛି । ସମସ୍ତ ଆସାମୀକୁ ଶୁକ୍ରବାର ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଦୀର୍ଘ ଦିନ ପରେ ଏକ ହତ୍ୟା ଘଟଣାରେ ସମ୍ପୃକ୍ତ ଆସମୀମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି।ଗତ 12 ମାର୍ଚ୍ଚ 2019ରେ ସଦର ଥାନା ଅଧିନସ୍ଥ ପିପିଲିପାଲି ଗାଁରେ ଏକ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଥିଲା।ବିରମହରାଜପୁର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ପାଲି ଗାଁର 25 ବର୍ଷୀୟ ରଶ୍ମିତା ନାଇକ ତାଙ୍କ ସ୍ୱାମୀ ସୁଶାନ୍ତ ନାଇକଙ୍କୁ ହତ୍ୟାକରି ପିପିଲିପାଲିର ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଥିଲେ।ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ସହିତ ଅନୁସନ୍ଧାନ କରୁଥିଲା।ପ୍ରାୟ 8 ମାସ ପରେ ପୋଲିସ ଏହି ହତ୍ୟା ଘଟଣାର ପର୍ଦାଫାସ କରିବା ସହିତ ତିନିଜଣ ଆସମୀକୁ ଗିରଫ କରିବାରେ ସଫଳ ହୋଇଛି।

Body:ଇଛାପୁର ଗାଁର 20 ବର୍ଷୀୟ ଅଗସ୍ତି କରଡ଼ିଆ ,ପାର୍ବତୀପୁରର 25 ବର୍ଷୀୟ ପ୍ରକାଶ ଭୋଇ ଓ 26 ବର୍ଷୀୟ ସୁଜିତ ବେହେରା ପୂର୍ବ ଶତ୍ରୁତା କାରଣରୁ ପିପିଲିପାଲିକୁ ଏକ ବରାଯାତ୍ରୀ ଦଳରେ ଯାଇ ମୃତକକୁ ଡାକିନେଇ ତଣ୍ଟି ଚିପି ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ପ୍ରମାଣ ପୋଲିସ ଅନୁସନ୍ଧାନରୁ ଜାଣି ପାରିଛି।ସମସ୍ତ ଆସାମୀକୁ ଆଜି ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି।
ବାଇଟ 1 ଦେବୀ ପ୍ରସାଦ ଦାସ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ସୁବର୍ଣ୍ଣପୁର।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.