ETV Bharat / state

ଡକାୟତି ଉଦ୍ୟମ ବିଫଳ କରିବାରେ ପୋଲିସ ସଫଳ

ସୁବର୍ଣ୍ଣପୁର କଳାପଥର ଛକରେ 5 ଜଣ ଦୁର୍ବୃତ୍ତଙ୍କୁ ଡକାୟତି ଯୋଜନା ବେଳେ ଧରିଲା ପୋଲିସ । ଘଟଣାସ୍ଥଳରୁ 2 ଜଣ ଫେରାର ହୋଇଥିବା ବେଳେ ଅନ୍ୟ 3 ଜଣଙ୍କୁ ଗିରଫ କରିଛି ପୋଲିସ ।

author img

By

Published : Aug 28, 2019, 12:05 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଡକାୟତି ଉଦ୍ୟମକୁ ପଣ୍ଡ କରିବାରେ ସଫଳ ହେଲା ସୁବର୍ଣ୍ଣପୁର ପୋଲିସ । ସୋମବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ 5 ଜଣ ଦୁର୍ବୃତ୍ତଙ୍କୁ କଳାପଥର ଛକରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖି ପଚରାଉଚୁରା କରିଥିଲା । ଶେଷରେ ସେମାନେ ଡକାୟତି ଯୋଜନା କରୁଥିବା ପୋଲିସ ଜାଣିପାରିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଉକ୍ତ ଦୁର୍ବୃତ୍ତଙ୍କୁ ପୋଲିସ ପଚାରାଉଚୁରା କରିବା ସମୟରେ ସେମାନେ ଦୌଡିବାକୁ ଲାଗିଲେ। ପୋଲିସ ଦୁର୍ବୁତ୍ତଙ୍କୁ ଗୋଡାଇ ତିନି ଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ସେମାନଙ୍କ ପାଖରୁ ଗୋଟିଏ ପିସ୍ତଲ, ଗୋଟିଏ ଭୂଜାଲି, ଗୋଟିଏ ଅଫୁଟା ଗୁଳି, ମୋବାଇଲ ଓ 2275 ଟଙ୍କା ଜବତ କରିଛି । ସେମାନେ ସହରର କୌଣସି ଏକ ସ୍ଥାନରୁ ଡକାୟତି କରିବା ପାଇଁ ଆସିଥିବା ପୋଲିସ ତଦନ୍ତରୁ ଜାଣିପଡିଛି ।

ଗିରଫ ଦୁର୍ବୃତ୍ତମାନେ ମଧ୍ୟପ୍ରଦେଶର ଜେବ୍ରା ଥାନା ଅଧିନସ୍ଥ ସିଂଗ୍ରାମପୁର ଗାଁର 20 ବର୍ଷିୟ ସଞ୍ଜୟ ବସୁର, 22 ବର୍ଷିୟ ସୁରଜ ବସୁର ଓ 25 ବର୍ଷିୟ ଛତୁ ଚମାର ବୋଲି ଜଣାପଡିଛି । ମଙ୍ଗଳବାର ପୁଣି ପଚାରାଉଚୁରା କରିବା ପରେ ପୋଲିସ ଦୁର୍ବୁତ୍ତମାନଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ପୋଲିସ ଏକ ଡକାୟତି ଉଦ୍ୟମକୁ ପଣ୍ଡ କରିବାରେ ସଫଳ ହୋଇଛି ।ଗତକାଲି ରାତିରେ ପୋଲିସ ପେଟ୍ରୋଲିଂ କରୁଥିବ ସମୟରେ 5 ଜଣ ଅପରିଚିତ ଯୁବକଙ୍କୁ କଲାପଥର ଛକରେ ସଂଦେହ ଜନକ ଅବସ୍ଥାରେ ବୁଲୁଥିବା ଦେଖିଥିଲେ ।ତାଙ୍କୁ ଡାକି ପଚାରାଉଚୁରା କରିବା ସମୟରେ ଯୁବକମାନେ ଦୌଡିବାକୁ ବସିଲେ ।ପୋଲିସ ଦୁର୍ବୁତ୍ତମାନଙ୍କୁ ଗୋଡାଇ ତିନି ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ ।ସେମାନଙ୍କ ପାଖରୁ ଗୋଟିଏ ପିସ୍ତଲ , ଗୋଟିଏ ଭୂଜାଲି ,ଗୋଟିଏ ଜୀଅନ୍ତା ଗୁଳି ,ମୋବାଇଲ ଓ 2275 ଟଂକା ଜବତ କରିଛି ।ସେମାନେ ସହରର କୌଣସି ଏକ ଯାଗାରୁ ଡକାୟତି କରିବା ପାଇଁ ଆସିଥିବା ପୋଲିସ ତଦନ୍ତରୁ ଜାଣି ପାରିଛି ।ଗିରଫ ଦୁର୍ବୁତ୍ତମାନେ ମଧ୍ୟପ୍ରଦେଶର ଜେବ୍ରା ଥାନା ଅଧିନସ୍ଥ ସିଂଗ୍ରାମପୁର ଗାଁର 20 ବର୍ଷିୟ ସଂଜୟ ବସୁର ,22 ବର୍ଷିୟ ସୁରଜ ବସୁର ଓ 25 ବର୍ଷିୟ ଛତୁ ଚମାର ବୋଲି ଜଣା ପଡିଛି ।ଆଜି ପୁଣି ପଚାରାଉଚୁରା କରିବା ପରେ ପୋଲିସ ଦୁର୍ବୁତ୍ତମାନଙ୍କୁ କୋର୍ଟ ଚାଲାଣ କରିବେ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ କହିଛନ୍ତି ।
Body:ବାଇଟ-1-ଦେବୀ ପ୍ରସାଦ ଦାସ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ,ସୁବର୍ଣ୍ଣପୁର ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.