ETV Bharat / state

ୟୁକୋ ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ଋଣ କରିବା ଘଟଣା, 3 ଅଭିଯୁକ୍ତ କୋର୍ଟ ଚାଲାଣ - ୟୁକୋ ବ୍ୟାଙ୍କରେ ଠକେଇ ଅଭିଯୋଗ

ସୁବର୍ଣ୍ଣପୁରର ୟୁକୋ ବ୍ୟାଙ୍କରେ ନକଲି ସୁନା ବନ୍ଧକ ପକାଇ ଋଣ କରିଥିବା ତିନି ଜଣ ଅଭିଯୁକ୍ତଙ୍କୁ ଗତକାଲି ସଦର ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ

uco bank fraud case
uco bank fraud case
author img

By

Published : May 14, 2023, 8:00 AM IST

uco bank fraud case

ସୁବର୍ଣ୍ଣପୁର: ସହରର ୟୁକୋ ବ୍ୟାଙ୍କରେ ନକଲି ସୁନା ବନ୍ଧକ ପକାଇ ଋଣ କରିଥିବା ଘଟଣା । ଏନେଇ ତିନି ଜଣ ଅଭିଯୁକ୍ତଙ୍କୁ ଗତକାଲି(ଶନିବାର) ସଦର ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜିଲ୍ଲାର ବିନିକା ବ୍ଳକ ଅନ୍ତର୍ଗତ ସିଲାଟି ଗାଁର ବିରେନ୍ଦ୍ର ସରାଫକୁ ବଲାଙ୍ଗୀର ଜିଲ୍ଲା ଆମ ଝରନ ଗାଁରୁ ପୋଲିସ ଗିରଫ କରିଛି । ସେହିପରି ନକଲି ସୁନା କାରବାରରେ ସଂପୃକ୍ତ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ରାମଚନ୍ଦ୍ର ବଣିଆଁ ଓ ହରିଚରଣ ପୋଢକୁ ତାଙ୍କ ନିଜ ଗାଁ ବରଗଡ ଜିଲ୍ଲା ରୁଷୁଡାରୁ ଗିରଫ କରିଛି । ଗତ ଶୁକ୍ରବାର ରାତିରେ ସଦର ଥାନା ପୋଲିସ ବିଭିନ୍ନ ଯାଗାରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ଜଣାପଡିଛି ।

ସୂଚନା ମୁତାବକ, ଗତ 14 ନଭେମ୍ବର 2021 ମସିହାରେ ଅଭିଯୁକ୍ତମାନେ ସହରର ୟୁକୋ ବ୍ୟାଙ୍କରୁ 19 ଲକ୍ଷ ଟଙ୍କା ସୁନା ଋଣ କରିଥିଲେ । ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ସୁନା ପରୀକ୍ଷା କରିବା ସମୟରେ ଅଭିଯୁକ୍ତମାନେ ନକଲି ସୁନା ବନ୍ଧକ ଦେଇ ଟଙ୍କା ନେଇଥିବା ଜଣା ପଡିଥିଲା । ଏନେଇ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର ପ୍ରଶାନ୍ତ ନାଏକ ନକଲି ସୁନା ଦେଇ ଟଙ୍କା ଋଣ କରି ଠକେଇ ହୋଇଥିବା ସଂପର୍କରେ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏ ସଂପର୍କରେ ତଦନ୍ତ କରି ପୂର୍ବରୁ କିଛି ଠକ ଋଣୀ ଓ ବଣିଆଁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ- କଂଗ୍ରେସ ପାଇଁ ବିଜୟଠୁ କଠିନ ହେବ ମୁଖ୍ୟମନ୍ତ୍ରୀ ଚୟନ ! ଲବିରେ ଦୁଇ ହେଭିଓ୍ବେଟ

ଏହା ମଧ୍ୟ ପଢନ୍ତୁ-Jharsuguda Result: ଆଗକୁ ବିଜେପି-ବିଜେଡି ଲଢ଼େଇ କହିଲେ ମନମୋହନ, ତାରା କହିଲେ ଅର୍ଥ ଅଭାବରୁ ହାରିଲୁ

ତେବେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ଘଟଣା ଜଣା ପଡିବା ପରେ ବିଭିନ୍ନ ଯାଗାରେ ଲୁଚି ରହିଥିଲେ । ଏନେଇ ପୋଲିସ ବିଭିନ୍ନ ଯାଗାରେ ଚଢାଉ କରି ବିଫଳ ହୋଇଥିଲା । ପରେ ପୋଲିସ ନିରବ ହୋଇଯାଇଥିବା ଭାବିଥିଲେ ଅଭିଯୁକ୍ତ । କିନ୍ତୁ ପରେ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅଭିଯୁକ୍ତ ମାନଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ସଦର ଏସଡିପିଓ ସୂଚନା ଦେଇଛନ୍ତି । ସେହିପରି ଗତକାଲି(ଶନିବାର) ଅଭିଯୁକ୍ତ ମାନଙ୍କ ଜାମିନ ସଦର ଏସଡିଜେଏମ ନାମଞ୍ଜୁର କରିବାରୁ ଅଭିଯୁକ୍ତ ମାନଙ୍କୁ ସଦର ବିଚାରାଧୀନ ଜେଲ ହାଜତକୁ ପଠେଇ ଦେଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.