ETV Bharat / state

Road Accident: ଟାଟା ଏସି ବାଇକ ମୁହାଁମୁହିଁ ଧକ୍କା , ୨ ମୃତ ଜଣେ ଗୁରୁତର

author img

By

Published : Dec 20, 2021, 10:00 PM IST

ସୁବର୍ଣ୍ଣପୁର- ବୀରମହାରାଜପୁର ରାସ୍ତାମହଦା ଗାଁ ଛକ ରେ ସଡକ ଦୁର୍ଘଟଣା । ଏକ ଦ୍ରୁତଗାମୀ ଟାଟା ଏସି ଗାଡି ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାଟି ସଂଧ୍ୟା ସମୟରେ ହୋଇଥିବା ବେଳେ, ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Road accident Subarnapu
Road accident Subarnapu

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର- ବୀରମହାରାଜପୁର ରାସ୍ତା ମହଦା ଗାଁ ଛକରେ ସଡକ ଦୁର୍ଘଟଣା । ଏକ ଦ୍ରୁତଗାମୀ ଟାଟା ଏସି ଗାଡି ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାଟି ସଂଧ୍ୟା ସମୟରେ ହୋଇଥିବା ବେଳେ, ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଜଣଙ୍କୁ ଅତି ସଂକଟାପନ୍ନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Road accident Subarnapur: ଟାଟା ଏସି ବାଇକ ମୁହାଁମୁହିଁ ଧକ୍କା , ୨ ମୃତ ଜଣେ ଗୁରୁତର

ଘଟଣା ଅନୁସାରେ ବୀରମହାରାଜପୁର ପଟୁ ଟାଇଲ(ମାର୍ବଲ) ଓ ପାଣି ପାଇପ ବୋଝେଇ ଏକ ଟାଟା ଏସି ଗାଡି ସୁବର୍ଣ୍ଣପୁର ପଟକୁ ଆସୁଥିବା ବେଳେ, ସୁବର୍ଣ୍ଣପୁର ପଟରୁ ଏକ ହିରୋ ବାଇକ ଯୋଗେ ତିନି ଜଣ ବ୍ୟକ୍ତି ବୀରମହାରାଜପୁର ଅଭିମୁଖେ ଯାଉଥିଲେ । ଦୃତ ଗତିରେ ଯାଉଥିବା ଟାଟା ଏସି ସମ୍ମୁଖ ପଟୁ ଆସୁଥିବା ବାଇକକୁ ଧକ୍କା ଦେଇ ରାସ୍ତା କଡରେ ଥିବା ବିଲକୁ ଖସି ପଡିଥିଲା । ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦୁଇ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ, ଉଭୟ ବୀରମହାରାଜପୁର ଉପଖଣ୍ଡ ଟିକ୍ରାପଡା ଅଞ୍ଚଳର ହୋଇଥିବା ପ୍ରାଥମିକ ସୂଚନାରୁ ଅନୁମାନ କରାଯାଉଛି ।

ଅନ୍ୟପଟେ ଜଣଙ୍କୁ ସଂକଟାପନ୍ନ ଭାବେ ଅଗ୍ନିଶମ ବିଭାଗ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ତେବେ ଘଟଣା ଅଞ୍ଚଳରେ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥିବା ବେଳେ, ମୃତକଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.