ETV Bharat / state

ଘରକୁ ଫେରିବା ପାଇଁ ପଞ୍ଜୀକରଣ କଲେ ସୁବର୍ଣ୍ଣପୁରର 1843 ଜଣ

ଲକଡାଉନ ମଧ୍ୟରେ ବାହାର ରାଜ୍ୟରେ ଫସିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ହଜାର ହଜାର ଲୋକ । ଏଣୁ ନିଜ ନିଜ ଗାଁକୁ ଫେରିବା ପାଇଁ ଲୋକେ ଆବେଦନ କରିଛନ୍ତି ।

author img

By

Published : Apr 25, 2020, 5:27 PM IST

resgistration
ଘରକୁ ଫେରିବା ପାଇଁ ପଞ୍ଜୀକରଣ କଲେ 1843 ଜଣ ଲୋକ

ସୁବର୍ଣ୍ଣପୁର: ଲକଡାଉନ ମଧ୍ୟରେ ବାହାର ରାଜ୍ୟରେ ଫସିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ହଜାର ହଜାର ଲୋକ । ଏଣୁ ନିଜ ନିଜ ଗାଁକୁ ଫେରିବା ପାଇଁ ଲୋକେ ଆବେଦନ କରିଛନ୍ତି ।

21ଟି ରାଜ୍ୟରେ ଫସିରହିଥିବା ଜିଲ୍ଲାର ମୋଟ 1843 ଜଣ ଲୋକ ନିଜ ଗାଁକୁ ଫେରିବା ପାଇଁ ନିଜ ନାମ ପଞ୍ଜୀକରଣ କରିଛନ୍ତି । ସେଥିମଧ୍ୟରୁ ପ୍ରାୟ 1672 ଜଣ ଫେରିବା ପାଇଁ ଆଶା କରୁଛି ଜିଲ୍ଲା ପ୍ରଶାସନ । ଲକଡାଉନ ଶେଷ ହେବା ପରେ ଏମାନେ ଜିଲ୍ଲାକୁ ପହଞ୍ଚି ପ୍ରଶାସନକୁ ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ ଲୋକମାନେ ଫେରିବା ପରେ ଜିଲ୍ଲା ସଦର ମହକୁମାରେ ପ୍ରଶାସନ ପକ୍ଷରୁ ତିଆରି ହୋଇଥିବା ଅସ୍ଥାୟୀ ଶିବିର ତଥା କ୍ବାରେଣ୍ଟିନ ସେଣ୍ଟରରେ 14 ଦିନ ପର୍ଯ୍ୟନ୍ତ ରହିବେ । ପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଘରକୁ ଯିବା ପାଇଁ ଅନୁମତି ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.