ETV Bharat / state

ବିରମହାରାଜପୁରରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା

author img

By

Published : Sep 2, 2021, 9:44 AM IST

Updated : Sep 2, 2021, 9:50 AM IST

ଆଜି(ଗୁରୁବାର) ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ । 4 ଦଫା ଦାବି ନେଇ ବିରମହାରାଜପୁର ସହରରେ ଆଜି ଯୁବ କଂଗ୍ରସ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଅଧିକ ପଢନ୍ତୁ...

ବିରମହାରାଜପୁରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

ସୁବର୍ଣ୍ଣପୁର: ଆଜି(ଗୁରୁବାର) ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ । 4 ଦଫା ଦାବି ନେଇ ବିରମହାରାଜପୁର ସହରରେ ଆଜି ଯୁବ କଂଗ୍ରସ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବୀରମହାରାଜପୁର ସହରକୁ ଏନଏସି ମାନ୍ୟତା ପ୍ରଦାନ କରିବା, ବୀରମହାରାଜପୁର ବ୍ଲକକୁ ଚଳିତ ଖରିଫ ଋତୁ ପାଇଁ ସମ୍ପୁର୍ଣ୍ଣ ମରୁଡି ଘୋଷଣା କରିବା, ସୁରୁବାଲି ଯୋର ଉପରେ ଆନିକଟ ନିର୍ମାଣ କରି ତାହାର ନିକଟବର୍ତ୍ତି ଚାଷଜମିକୁ ଜଳସେଚନ କରିବା ତଥା ଦଶନ୍ଧି ଦଶନ୍ଧି ଧରି ଫାଇଲ ତଳେ ଚାପି ହୋଇ ରହିଥିବା ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପର ବାମ ପାର୍ଶ୍ବ କେନାଲ ଖୋଲିବା ଦାବିରେ କଂଗ୍ରେସ ଏହି ଆନ୍ଦୋଳନ କରିଛି ।

ବିରମହାରାଜପୁରରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା

ଦୀର୍ଘ ଦିନ ହେବ ବିଭିନ୍ନ ସଂଗଠନ ପକ୍ଷରୁ ଏସବୁ ଦାବି ହୋଇ ଆସୁଥିଲେ ହେଁ ସରକାର ଶୁଣୁ ନଥିବା ଅଭିଯୋଗ ହୋଇଛି । ଫଳରେ ଆଜି(ଗୁରୁବାର) ଜିଲ୍ଲା ଯୁବ କଂଗ୍ରେସ ଏନେଇ ବନ୍ଦ ପାଳନ କରିଛି । କେବଳ ଜରୁରୀ ସେବାକୁ ବାଦ ଦେଲେ ସହରର ଦୋକାନ, ବଜାର,ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ସହିତ ଗାଡି ମୋଟର ଚଳାଚଳ ବି ବନ୍ଦ ରହିଛି ।

କଂଗ୍ରେସ କର୍ମୀମାନେ ସକାଳୁ 6ଟାରେ ସହରର ବିଭିନ୍ନ ଯାଗାରେ ପିକେଟିଂ କରି ବନ୍ଦ ପାଳନ କରିଥିବା ବେଳେ ସହରରେ ଶୋଭାଯାତ୍ରା କରିଛନ୍ତି । ଏପଟେ ଅପ୍ରିତିକର ପରିସ୍ଥିତିକୁ ଏଡେଇବା ପାଇଁ ଗୁରୁତ୍ବପୂର୍ଣ୍ଣ ଛକଗୁଡିକରେ ପୋଲିସ ମୁତୟନ କରାଯାଇଛି । ଦାବୀ ପୂରଣ ନ ହେଲେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ପ୍ରଶାସନକୁ କଂଗ୍ରେସ ଚେତାବନି ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Sep 2, 2021, 9:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.