ETV Bharat / state

କୋଶଳ ରାଜ୍ୟ ଦାବିରେ ସୁବର୍ଣ୍ଣପୁରରେ ଅଖ ଚକ ବନ୍ଦ

author img

By ETV Bharat Odisha Team

Published : Nov 18, 2023, 1:23 PM IST

ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବିରେ ଆଜି ୧୨ ଘଣ୍ଟିଆ କୋଶଳ ମହାବନ୍ଦ । ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ଅଧିକ ପଢନ୍ତୁ

12 hour koshala mahabandh
12 hour koshala mahabandh

12 hour koshala mahabandh

ସୁବର୍ଣ୍ଣପୁର: ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବିରେ ଆଜି ୧୨ ଘଣ୍ଟିଆ କୋଶଳ ମହାବନ୍ଦ ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହୋଇଛି । କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡିଶାରେ ହୋଇଥିବା କୋଶଳ ମହାବନ୍ଦ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସମେତ ବୀରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା ଓ ଡୁଙ୍ଗୁରୀପାଲି ଆଦି ସ୍ଥାନରେ ମହାବନ୍ଦର ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଛି ।

ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ଦୋକାନ ବଜାର, ସ୍କୁଲ କଲେଜ, ବ୍ୟାଙ୍କ ପରି ବ୍ୟବସାୟିକ ପ୍ରତିଷ୍ଠାନ ଓ ହାଟ ସବୁ ବନ୍ଦ ରହିଛି । କୋଶଳ ସେନାର ଯୁବକର୍ମୀଙ୍କ ପିକେଟିଂ ଓ ରାସ୍ତାରୋକ ଯୋଗୁଁ ଜାତୀୟ ରାଜପଥର ଭୀମଭୋଇ ଛକ, ନଳିନୀ ଛକ, ସ୍ପିନିଂ ମିଲ ଛକରେ ଶହ ଶହ ଗାଡି ମୋଟର ଓ ଭାରିଯାନ ଅଟକି ରହିଛି । କୋଶଳ ସେନାର ଯୁବ କାର୍ଯ୍ୟକର୍ତ୍ତାମାନେ ସଦର ମହକୁମାର ସମସ୍ତ ପ୍ରବେଶ ପଥକୁ ଅବରୋଧ କରିଦେଇଛନ୍ତି ।

ତେବେ କୋଶଳ ମହାବନ୍ଦକୁ ନେଇ ଲୋକେ ସ୍ବତଃପ୍ରବୃତ୍ତ ସମର୍ଥନ କରିଥିବା ଦେଖିବାକୁ ମିଳିଥିବା ବେଳେ ବନ୍ଦର ପ୍ରଭାବରେ ଜନଜୀବନ ବେଶ ପ୍ରଭାବିତ ହୋଇଛି । ଆଗାମୀ ଦିନରେ ସ୍ବତନ୍ତ୍ର କୋଶଳ ରାଜ୍ୟ ନ ହେଲେ ଜନ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀ କାର୍ଯ୍ୟକର୍ତ୍ତା ଚେତାବନୀ ଦେଇଛନ୍ତି । ସେହିପରି ବର୍ତ୍ତମାନ ଯାଏଁ ବନ୍ଦ ଶାନ୍ତିପୂର୍ଣ୍ଣ ରହିଛି । ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- କୋଶଳ ରାଜ୍ୟ ଦାବିରେ 12 ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ; ଯାନବାହନ ଚଳାଚଳ ଠପ୍

ଏହା ମଧ୍ୟ ପଢନ୍ତୁ- ତେଜୁଛି କୋଶଳ ରାଜ୍ୟ ଗଠନ ଦାବି, ଶନିବାର ୧୦ଟି ଜିଲ୍ଲାରେ ମହାବନ୍ଦ

ପ୍ରକାଶ ଥାଉକି, ସକାଳ 6ଟାରୁ ସନ୍ଧ୍ୟା 6ଟା ଯାଏଁ 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି କମିଟି । ଫଳରେ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାରେ ସକାଳୁ ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ ରହିବା ସହ ଗାଡି ଚଳାଚଳ ପୁରା ଠପ୍ ରହିଛି । ତେବେ ପଶ୍ଚିମାଞ୍ଚଳକୁ ବିଭିନ୍ନ କ୍ଷେତ୍ରରେ ଅବହେଳା ଓ ଅଣଦେଖା କରାଯାଉଥିବା ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି । କୋଶଳ ରାଜ୍ୟକୁ ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠନ କରିବା ପାଇଁ ଦାବି କରାଯାଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.