ETV Bharat / state

ଅଜଣା ରୋଗରେ ଆକ୍ରାନ୍ତ ହୋଇ 12 ଛେଳି ମୃତ - death

ଅଜଣା ରୋଗରେ ଆକ୍ରାନ୍ତ ହୋଇ 12 ଛେଳିଙ୍କର ମୃତ୍ୟୁ ଘଟିଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗ୍ରାମରେ ଛେଳି ମଡକର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି  ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : May 26, 2019, 2:39 PM IST

ସୁବର୍ଣ୍ଣପୁର: ଅଜଣା ରୋଗରେ ଆକ୍ରାନ୍ତ ହୋଇ 12 ଛେଳିଙ୍କର ମୃତ୍ୟୁ ଘଟିଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗ୍ରାମରେ ଛେଳି ମଡକର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ସମସ୍ତ ମୃତ ଛେଳି ଗ୍ରାମର ସୁନ୍ଦର ଦଣ୍ଡସେନାଙ୍କର ଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନା ମୁତାବକ, ଗତ ତିନିଦିନ ହେଲା ଛେଳିମାନେ ସ୍ବାଶ କ୍ରିୟାରେ କଷ୍ଟ ଅନୁଭବ କରୁଥିବା ସୁନ୍ଦର ଅନୁମାନ କରିଥିଲେ । ଏହା ସହିତ ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନ ଫୁଲିବା ସହିତ କଣ୍ଠ ଫୁଲିଯାଇଥିଲା । ତେବେ ସୁନ୍ଦର ଡୁଙ୍ଗୁରିପାଲି ପଶୁ ଚିକିତ୍ସାଳୟକୁ ଯାଇ ଛେଳିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଶୁ ଚିକିତ୍ସକଙ୍କୁ ଗୁହାରି କରିଥିଲେ । ହେଲେ ପଶୁ ଚିକିତ୍ସକ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ପହଞ୍ଚି ନଥିବା ଅଭିଯୋଗ କରିଛନ୍ତି ସୁନ୍ଦର ।

ସୂଚନା ଯୋଗ୍ୟ, ସୁନ୍ଦର ଦଣ୍ଡସେନା ଛେଳି ପୋଷି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି । ତେବେ ଏକା ସାଙ୍ଗରେ 12ଟି ଛେଳିର ମୃତ୍ୟୁ ତାଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି । ସେପଟେ ଗ୍ରାମର ଅନ୍ୟାନ୍ୟ ଛେଳିଙ୍କୁ ଏହି ରୋଗ ସଂକ୍ରମଣ ହୋଇପାରେ ବୋଲି ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି । ଫଳରେ ପଶୁ ଚିକିତ୍ସକ ଦଳ ପଠାଇ ପଶୁମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

see the attachment
visual by ftp
tirthabashi panda 
subarnapur

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.