ETV Bharat / state

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଟ୍ରକ ଜାଳି ରାସ୍ତା ଅବରୋଧ

ସମ୍ବଲପୁରରେ ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଧିକ ପଢନ୍ତୁ

author img

By

Published : Mar 12, 2022, 7:55 PM IST

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଟ୍ରକ ଜାଳି ରାସ୍ତା ଅବରୋଧ
ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଟ୍ରକ ଜାଳି ରାସ୍ତା ଅବରୋଧ

ସମ୍ବଲପୁର: ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥରେ । ମୃତ ଯୁବକ ଜଣକ ହେଲେ ଉପେନ୍ଦ୍ର ଚନ୍ଦ୍ର ପ୍ରଧାନ । ଉପେନ୍ଦ୍ର ଆଜି ସକାଳେ ମର୍ଣ୍ଣିଂୱ୍ବାକରେ ଯାଉଥିବାବେଳେ ଟ୍ରକଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଉପେନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ୟକ୍ତ ଲୋକେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ। ଏପରିକି ଦୁର୍ଘଟଣା ଘଟେଇଥିବା ଟ୍ରକରେ ନିଆଁ ଲଗେଇ ଦେଇଥିଲେ। ଘଟଣାସ୍ଥଳରେ ସମ୍ବଲପୁର ଅତିରିକ୍ତ ଏସପି ତପନ ମହାନ୍ତି, ଏସଡିପିଓ ପ୍ରଦୀପ କୁମାର ସାହୁଙ୍କ ସହ ଅଇଁଠାପାଲି ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିବାସହ ପରିସ୍ଥିତି ସ୍ବାଭାବିକ ହୋଇଥିଲା । ତେବେ ଟ୍ରକରେ ବୋଝେଇ ହୋଇଥିବା ଅଙ୍ଗୁର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.