ETV Bharat / state

କୋଭିଡ କଟକଣାରେ ଚାଲିଛି ମା' ଦୁର୍ଗାଙ୍କ ପୂଜା - ସମ୍ବଲପୁର ଖବର

କୋରୋନା କଟକଣା ଭିତରେ ଫିକା ପଡିଛି ଶାରଦୀୟ ଦୁର୍ଗାପୂଜାର ଉତ୍ସାହ । କିନ୍ତୁ ସମ୍ବଲପୁରର ସମସ୍ତ ପୀଠ ଓ ମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁସାରେ ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା ଚାଲିଛି । ଅଧିକ ପଢନ୍ତୁ...

କୋଭିଡ କଟକଣାରେ ଚାଲିଛି ସମ୍ବଲପୁର ମା' ଦୁର୍ଗାଙ୍କ ପୂଜା

author img

By

Published : Oct 24, 2020, 8:27 PM IST

ସମ୍ବଲପୁର: କୋରୋନା କଟକଣା ଭିତରେ ଫିକା ପଡିଛି ଶାରଦୀୟ ଦୁର୍ଗାପୂଜାର ଉତ୍ସାହ । କିନ୍ତୁ ସମ୍ବଲପୁରର ସମସ୍ତ ପୀଠ ଓ ମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁସାରେ ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା ଚାଲିଛି ।

କୋଭିଡ କଟକଣାରେ ଚାଲିଛି ସମ୍ବଲପୁର ମା' ଦୁର୍ଗାଙ୍କ ପୂଜା

ଶୁକ୍ରବାର ଅଷ୍ଟମୀ ପୂଜା ହୋଇଥିବା ବେଳେ ଆଜି ସକାଳୁ ମଣ୍ଡପ ଗୁଡିକରେ ନବମୀ ପୂଜା ଆରମ୍ଭ ହୋଇଛି । ରବିବାର ପର୍ଯ୍ୟନ୍ତ ନବମୀ ପୂଜା ଜାରି ରହିବ ।

ସମ୍ବଲପୁର ସହରର ଧନୁପାଲି, ଗୋବିନ୍ଦତୋଲା, ସିନ୍ଦୁରପଙ୍କ, ଜେଲ ଛକ, ଜିଲ୍ଲା ସ୍କୁଲ ଛକ, ସାକ୍ଷୀପଡା ପରି ପ୍ରମୁଖ ମଣ୍ଡପରେ ମା'ଙ୍କ ପୂଜାର୍ଚ୍ଚନା ବିଧି ପୂର୍ବକ ଚାଲିଛି । କୋରୋନା କଟକଣା ଯୋଗୁଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଣ୍ଡପ ପ୍ରବେଶ ଉପରେ ବାରଣ କରାଯାଇଛି । କେବଳ ପୂଜକ ଓ ପୂଜା କମିଟି କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ପୂଜା ହେଉଥିବା ଦେଖିବାକୁ ମିଳିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.