ETV Bharat / state

ମହିଳାଙ୍କୁ ସ୍ୱାବଲମ୍ବୀ କଲା ଟେରାକୋଟା, ମାଟି କପ୍‌ର ବଢୁଛି ଚାହିଦା - ଚେରାକୋଟାରେ ତିଆରି ସାମଗ୍ରୀ

ଟେରାକୋଟା କାମ କଲା ମହିଳାଙ୍କୁ ସ୍ୱାବଲମ୍ବୀ । ମହିଳାଙ୍କ ହାତ ତିଆରି କପ କିଣୁଛି ପୂର୍ବତଟ ରେଳବାଇ । ପ୍ରଥମେ ଯେଉଁ ମହିଳା ମାନେ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ କେବଳ ଗୃହ କାର୍ଯ୍ୟ କରୁଥିଲେ ଏବେ ସେମାନଙ୍କୁ ଟେରାକୋଟା ଯୋଗାଇଛି ରୋଜଗାର । ଅଧିକ ପଢନ୍ତୁ

http://10.10.50.80:6060///finalout3/odisha-nle/finalout/04-April-2023/18162347_od_sam_terakota_pkg.mp4

author img

By

Published : Apr 4, 2023, 1:40 PM IST

women become self independent

ସମ୍ବଲପୁର: ଟେରାକୋଟା ସାମଗ୍ରୀ ତିଆରି କରି ସ୍ୱାବଲମ୍ବୀ ମହିଳା । ମାଟିରେ ଚା' କପ ଠାରୁ ଆରମ୍ଭ କରି ରଙ୍ଗ ବେରଙ୍ଗର କଳସୀ, ଦୀପ ଓ କଣ୍ଡେଇ ତିଆରି କରି ଏବେ ରୋଜଗାର କ୍ଷମ ହୋଇପାରିଛନ୍ତି । ଆମେ କହୁଛୁ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଗୋଶାଳା ନିକଟସ୍ଥ ସାହାଜବାହାଲ ଗାଁର ଗୃହିଣୀ ମାନଙ୍କ କଥା । ପ୍ରଥମେ ଏମାନେ ଘରର ଚାରିକାନ୍ଥ ଭିତରେ ରହୁଥିବା ବେଳେ ଗତ ଦୁଇ ବର୍ଷ ହେବ ମାସିକ ହଜାର ହଜାର ଟଙ୍କା ରୋଜଗାର କରି ନିଜର ଆର୍ଥିକ ସ୍ଥିତିକୁ ସୃଦୃଢ କରିପାରିଛନ୍ତି । ଜିଲ୍ଲା ପ୍ରଶାସନର ସହାୟତାରେ ତାଲିମ ନେଇ ତିଆରି କରୁଛନ୍ତି ବିଭିନ୍ନ ପ୍ରକାର ଧୂପଦାନୀ, କଳସ, ଦୀପ, ଗ୍ଲାସ ଓ କପ ପରି ମାଟି ତିଆରି ସାମଗ୍ରୀ l

ସାହାଜବାହାଲ ଗାଁର "ଉନ୍ନତି ପ୍ରୟୋଜନ ଟେରାକୋଟା ପ୍ରଡ୍ୟୁସର ଗ୍ରୁପର ପ୍ରାୟ 40 ଜଣ ମହିଳା ଏହି ଟେରାକୋଟା କାମ କରି ସ୍ବାବଲମ୍ବୀ ହୋଇପାରିଛନ୍ତି । ମାଟି ତିଆରି ଜିନିଷ ଗୁଡିକରେ ବିଭିନ୍ନ ପ୍ରକାର ରଙ୍ଗ ବୋଲି ଏଗୁଡିକୁ ଆକର୍ଷଣୀୟ କରୁଛନ୍ତି । ଏହାସହ ଜିଲ୍ଲା ପ୍ରଶାସନ ସହାୟତାରେ ଏହି ସାମଗ୍ରୀ ଗୁଡିକୁ ବିଭିନ୍ନ ମେଳା ଓ ପ୍ରଦର୍ଶନୀରେ ବିକ୍ରି କରିବା ସହ ସମ୍ବଲପୁର ମାର୍କେଟରେ ମଧ୍ୟ ବିକ୍ରି କରି ଲାଭବାନ ହେଉଛନ୍ତି । ସବୁଠାରୁ ବଡ କଥା ହେଲା ଏହି ମହିଳାଙ୍କ ଠାରୁ ପୂର୍ବତଟ ରେଳବାଇ କପ କିଣୁଛି । ଆଉ ଏହି ମହିଳାଙ୍କ ତିଆରି କପରେ ରେଳଯାତ୍ରୀ ଚା’ ପିଇବାର ମଜା ନେଉଛନ୍ତି l

ମହିଳା ମାନଙ୍କ ଏହି ସଫଳତା ପଛରେ ସମ୍ବଲପୁର ଜିଲ୍ଲା ପ୍ରଶାସନର "ଓରମାସ "ଓ ମିଶନଶକ୍ତି ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମହିଳା ମାନଙ୍କୁ ଠାବ କରାଯାଇ ବୁଝାସୁଝା କରାଯିବା ସହ 4ଟି ସ୍ୱୟଂ ସହାୟକ ଗୋଷ୍ଠୀର 40 ଜଣ ମହିଳାଙ୍କୁ ଏକତ୍ରିତ କରାଯାଇ ଏକ ପ୍ରଡ୍ୟୁସର ଗ୍ରୁପ ତିଆରି କରାଯାଇଥିଲା । ଏହି ପ୍ରଡ୍ୟୁସର ଗ୍ରୁପର ନାଁ ରଖା ଯାଇଥିଲା "ଉନ୍ନତି ପ୍ରୟୋଜନ ଟେରାକୋଟା ପ୍ରଡ୍ୟୁସର ଗ୍ରୁପ" । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ ଚାରୋଟି କିସ୍ତିରେ ସାଢେ 4 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହି ଟଙ୍କାରେ ଏମାନଙ୍କୁ ଦକ୍ଷତା ବିକାଶର ତାଲିମ, ଭିତ୍ତିଭୂମିର ବିକାଶ ତଥା ବିଭିନ୍ନ ପ୍ରକାର ମେସିନ ଓ ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା । ଏହାସହ ଏମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତରର ଟ୍ରେନର ମନବୋଧ ରଣା ଓ ସଞ୍ଜୟ ରଣା ତାଲିମ ପ୍ରଦାନ କରିଥିଲେ l

ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁଜୁରାଟର ବିଭିନ୍ନ ପ୍ରକାରର ମେସିନ ଓ ଇଲେକ୍ଟ୍ରିକ କୋଟାରୀ ହୁଇଲ ମଧ୍ୟ ଯୋଗାଇ ଦିଆଯାଇଥିଲା । ଯେଉଁ ମହିଳା ମାନେ ଦିନେ କେଵଳ ଗୃହିଣୀ ଥିଲେ ଏବେ ସେମାନଙ୍କ ଦ୍ୱାର ହାତ ତିଆରି କପ ଗୁଡିକୁ ଇଷ୍ଟକୋଷ୍ଟ ରେଳବାଇ କିଣୁଛି ଓ ଏହି କପରେ ସାରା ଦେଶର ଲୋକଙ୍କୁ ଚା’ ପିଇବାକୁ ଦେଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.