ETV Bharat / state

ଅଗରବତୀ ତିଆରି ପାଇଁ ଦେବତାଙ୍କ ପାଖରୁ ଆସୁଛି ଫୁଲ ! - ସମ୍ବଲପୁର ସ୍ଵଧାର ଗୃହ ମହିଳାଙ୍କ ଅଗରବତୀ ତିଆରି

ଅଗରବତୀ କରିଛି ଆତ୍ମନିର୍ଭରଶୀଳ । ବାସି ଫୁଲରୁ ପ୍ରସ୍ତୁତ ହେଉଛି ସୁଗନ୍ଧିତ ଅଗରବତୀ । ସମ୍ବଲପୁର ସ୍ଵଧାର ଗୃହରେ ରହୁଥିବା ଅସହାୟ ମହିଳାମାନଙ୍କୁ ନେଇ ଗଠିତ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ତିଆରି ହେଉଛି ଅଗରବତୀ । ଅଧିକ ପଢ଼ନ୍ତୁ

ବାସି ଫୁଲରୁ ପ୍ରସ୍ତୁତ ହେଉଛି ସୁଗନ୍ଧିତ ଅଗରବତୀ

author img

By ETV Bharat Odisha Team

Published : Oct 25, 2023, 9:24 PM IST

ବାସି ଫୁଲରୁ ପ୍ରସ୍ତୁତ ହେଉଛି ସୁଗନ୍ଧିତ ଅଗରବତୀ

ସମ୍ବଲପୁର : ଅଗରବତୀ କରିଛି ଆତ୍ମନିର୍ଭରଶୀଳ । ବାସି ଫୁଲରୁ ପ୍ରସ୍ତୁତ ହେଉଛି ସୁଗନ୍ଧିତ ଅଗରବତୀ । ସମ୍ବଲପୁର ସ୍ଵଧାର ଗୃହରେ ରହୁଥିବା ଅସହାୟ ମହିଳାମାନଙ୍କୁ ନେଇ ଗଠିତ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ତିଆରି ହେଉଛି ଅଗରବତୀ । ତେବେ ଅଗରବତୀ ପ୍ରସ୍ତୁତ କରି ମହିଳାମାନେ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।

ସମ୍ବଲପୁର ଧନକଉଡ଼ାରେ ରହିଛି ସ୍ୱଧାର ଗୃହ । ଏଠାରେ ମୁଖ୍ୟତଃ ଅସହାୟ ମହିଳାମାନେ ରହି ଆସୁଛନ୍ତି । ଏହି ସ୍ବଧାର ଗୃହର ଅନ୍ତେବାସୀଙ୍କୁ ନେଇ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି କରି "ସମଲେଇ ଅଗରବତୀ ଉତ୍ପାଦନ କେନ୍ଦ୍ର" ଆରମ୍ଭ କରାଯାଇଛି । ସ୍ବଧାର ଗୃହର ଅନ୍ତେବାସୀ ମହିଳାମାନେ ଏଠାରେ ଅଗରବତୀ ତିଆରି କରୁଛନ୍ତି । ତେବେ ଅଗରବତୀ ପାଇଁ ସବୁଠାରୁ ବେଶୀ ଆବଶ୍ୟକ ହେଉଥିବା ଫୁଲ ବିଭିନ୍ନ ମନ୍ଦିରରୁ ଆଣୁଛନ୍ତି । ମନ୍ଦିରରେ ଚଢା ଯାଉଥିବା ଫୁଲ ବାସି ହେଲା ପରେ ଏହାକୁ ଆଣି କଞ୍ଚାମାଲ ଭାବେ ବ୍ୟବହାର କରିଥାନ୍ତି । ବାସି ଫୁଲକୁ ଉତ୍ପାଦନ କେନ୍ଦ୍ରକୁ ଅଣାଯାଇ ଏହାକୁ ଭଲ ଭାବେ ଶୁଖା ଯାଉଛି । ଏହା ପରେ ଏହାକୁ 2 ପ୍ରକାର ଗ୍ରାଇଣ୍ଡର ମେସିନରେ ଗୁଣ୍ଡ କରାଯାଇଥାଏ । ପରେ ଏହି ଗୁଣ୍ଡରେ ପ୍ରାକୃତିକ ଅଠା ମିଶ୍ରଣ କରାଯାଇ ଅଗରବତୀ ତିଆରି ମେସିନ ସାହାଯ୍ୟରେ ଅଗରବତୀ ତିଆରି କରୁଥିବା କହିଛନ୍ତି ସ୍ବଧାର ଗୃହର ଅନ୍ତେବାସୀ ।

ତେବେ ମିଶନ ଶକ୍ତି ଦ୍ୱାରା କ୍ଷମତାପନ୍ନ ଏହି ପଦକ୍ଷେପ ଦ୍ୱାରା ଦୁର୍ଭାଗ୍ୟଜନକ ପରିସ୍ଥିତିର ଶିକାର ହୋଇଥିବା ତଥା ଜୀବନର ଅନ୍ଧକାର ପର୍ଯ୍ୟାୟରୁ ଆଗକୁ ବଢିବା ପାଇଁ ସହାୟତା ଆବଶ୍ୟକ କରୁଥିବା ମହିଳାମାନେ ସଶକ୍ତ ହୋଇପାରିଛନ୍ତି । ଏହା ଦ୍ୱାରା ଅସହାୟ ମହିଳାମାନେ ନିଜ ବିଶ୍ୱାସକୁ ଫେରି ପାଇବା ସହ ଏକ ସମ୍ମାନଜନକ ଜୀବନଯାପନ କରିବାର ସୁଯୋଗ ପାଇଛନ୍ତି । ଏହା ସେମାନଙ୍କୁ ଖାଦ୍ୟ, ଆଶ୍ରୟ, ପୋଷାକ ଭଳି ମୌଳିକ ସୁବିଧା ଯୋଗାଇ ଦେବା ସହ ସେମାନଙ୍କୁ ଅର୍ଥନୈତିକ ଏବଂ ସାମାଜିକ ନିରାପତ୍ତାର ଏକ ଭାବନା ଯୋଗାଇବ ।

ଏହା ମଧ୍ୟ ପଢ଼ନ୍ତୁ.....Baliyatra 2022: ଜମିଲା ଅଗରବତୀ ବ୍ୟବସାୟ, ଗ୍ରାହକ କିଣିନେଲେ ସୁଗନ୍ଧିତ ଧୂପ

ଅନେକ କ୍ଷେତ୍ରରେ ବାସି ଫୁଲକୁ ବର୍ଜ୍ୟବସ୍ତୁ ଭାବେ ରାସ୍ତା କଡରେ ବା ଗଳିମାନଙ୍କରେ ବଡ଼ ବଡ଼ ଗଦାରେ ଛାଡି ଦିଆଯାଇଥାଏ । ଯାହାକି ଅତିରିକ୍ତ ଅଙ୍ଗାରକାମ୍ଳ ନିର୍ଗତ କରିବା ସହିତ ଅନ୍ୟାନ୍ୟ ପ୍ରକାରର ବାୟୁ ଏବଂ ମୃତ୍ତିକା ପ୍ରଦୂଷଣ ଭଳି ସମସ୍ୟା ସୃଷ୍ଟି କରିଥାଏ । ଏହି ଅନନ୍ୟ ଉତ୍ପାଦନ ପ୍ରକ୍ରିୟାରେ 'ମା ସମଲେଶ୍ୱରୀ ମନ୍ଦିର'ରୁ ବାହାରୁଥିବା ବାସି ଫୁଲର ବ୍ୟବହାର କରି ଏହି ଉତ୍ପାଦକ ୟୁନିଟ୍ ସେହି ସମସ୍ୟାର ସମ୍ପୂର୍ଣ୍ଣ ରୂପେ ସମାଧାନ କରି ପାରିଛନ୍ତି । ଏହି ଅଗରବତୀ ଉତ୍ପାଦକ ୟୁନିଟ ଦୈନିକ ୩୦୦ କିଲୋଗ୍ରାମ ବର୍ଜ୍ୟ ଫୁଲର ପ୍ରକ୍ରିୟାକରଣ କରିବାରେ ସକ୍ଷମ ହୋଇଛନ୍ତି । ୟୁନିଟରେ ପଲଭରାଇଜର, ଗ୍ରାଇଣ୍ଡିଂ ମେସିନ, ଧୂପ ଏବଂ ଅଗରବତୀ ମେସିନ୍, ପ୍ୟାକେଜିଂ ଇତ୍ୟାଦି ପାଇଁ ବିଭିନ୍ନ ମେସିନ ଅଛି । ଏହି କେନ୍ଦ୍ରରେ କାର୍ଯ୍ୟରତ ମହିଳାମାନେ ସମସ୍ତ ଆବଶ୍ୟକୀୟ କ୍ଷେତ୍ରରେ ପ୍ରଶିକ୍ଷଣ ଗ୍ରହଣ କରିସାରିଛନ୍ତି । ଯାହାକି ସେମାନଙ୍କୁ କୌଶଳୀ କରିବା ସହ କୌଣସି ଅସୁବିଧାର ସାମ୍ନା ନକରି ଜୀବିକା ନିର୍ବାହ ପାଇଁ ମଧ୍ୟ ଏକ ଉପଯୁକ୍ତ ସୁଯୋଗ ପ୍ରଦାନ କରିଛି । ଏହା ସହ ଏହି ଉତ୍ପାଦର ବିକ୍ରୟ ପାଇଁ ବିଭିନ୍ନ ଲିଂକେଜ ମଧ୍ୟ କରାଯାଇଛି । ଏହି ପଦକ୍ଷେପ ପାଇଁ ସମ୍ବଲପୁର ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ଆର୍ଥିକ ଅନୁଦାନ ପ୍ରଦାନ କରୁଥିବା ବେଳେ ସମ୍ବଲପୁର ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ଏହାକୁ କାର୍ଯ୍ୟକାରୀ କରାଯାଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.