ETV Bharat / state

ପରକୀୟା ପ୍ରୀତିରେ ମସଗୁଲ ସ୍ୱାମୀ: ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ - ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ

ସ୍ୱାମୀଙ୍କ ଠାରୁ ଶାରିରୀକ ଓ ମାନସିକ ନିର୍ଯାତନାର ଶିକାର ହୋଇ ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା ମହିଳା । ଅଧିକ ପଢନ୍ତୁ...

ପ୍ରରକୀୟା ପ୍ରୀତିରେ ମସଗୁଲ ସ୍ୱାମୀ: ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ

author img

By

Published : Jul 9, 2021, 7:17 AM IST

ସମ୍ବଲପୁର: ସ୍ୱାମୀଙ୍କ ଠାରୁ ଶାରିରୀକ ଓ ମାନସିକ ନିର୍ଯାତନାର ଶିକାର ହୋଇ ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା ମହିଳା । ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ଵାମୀଙ୍କ ଠାରୁ ନିର୍ଯାତନା ପାଉଥିବା ଅଭିଯୋଗ ଆଣିଲେ ମହିଳା । ଦୀର୍ଘ ବର୍ଷ ଧରି ଏଭଳି ନିର୍ଯାତନାର ଶିକାର ହେଉଥିବା ମହିଳା ଶେଷରେ ଏସପିଙ୍କ ଦ୍ୱାରସ୍ଥ ହେବା ସହ ସ୍ୱାମୀଙ୍କ କଳା କାରନାମା ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ।

ପ୍ରରକୀୟା ପ୍ରୀତିରେ ମସଗୁଲ ସ୍ୱାମୀ: ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ
ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ଅଞ୍ଚଳର ପୀଡିତା ମହିଳା ସମ୍ବଲପୁର ଏସପିଙ୍କ ଠାରେ ଲିଖିତ ଭାବେ ଏହି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଗତ 6 ଏପ୍ରିଲ 2005ରେ ମନୋହର ସିଂଙ୍କୁ ବିବାହ କରିଥିଲେ । ତେବେ ଗତ ଗୋଟିଏ ବର୍ଷ ହେଲା ତାଙ୍କ ସ୍ୱାମୀ ପ୍ରାଚୀ ପଣ୍ଡା ନାମକ ଜଣେ ବିବାହିତା ମହିଳାଙ୍କ ସହ ରହିଆସୁଛନ୍ତି । ଏହାକୁ ବିରୋଧ କରିବାରୁ ତାଙ୍କର ସ୍ୱାମୀ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି ।

ଏନେଇ ସେ ହୀରାକୁଦ ଥାନରେ ଅଭିଯୋଗ କରିବାରୁ ଥାନା ଅଧିକାରୀ ତାଙ୍କର ଅଭିଯୋଗ ରଖିନଥିବା ସେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ନେଇ ସେ ସମ୍ବଲପୁର ଏସପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଓ ନ୍ୟାୟ ମାଗିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.