ETV Bharat / state

ଶୀତଳଷଷ୍ଠୀରେ କାହିଁକି ଆସନ୍ତି କିନ୍ନର ? - transgender

ଶୀତଳଷଷ୍ଠୀର ଅନ୍ୟତମ ଆକର୍ଷଣ କିନ୍ନର । ଓଡିଶାର ବିଭିନ୍ନ ସ୍ଥାନରୁ ସମ୍ବଲପୁର ଆସି ଶୀତଳଷଷ୍ଠୀରେ ସାମିଲ ହୋଇଥାନ୍ତି ଏମାନେ । ବିଶ୍ବାସ ରହିଛି ଏଠାରେ ଆସି ନୃତ୍ୟ ପରିବେଶଣ କଲେ କିନ୍ନର ଜନ୍ମରୁ ମୁକ୍ତି ମିଳିଥାଏ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ସମ୍ବଲପୁର
author img

By

Published : Jun 7, 2019, 9:32 PM IST

ସମ୍ଵଲପୁର : ବିଲୁପ୍ତ ଲୋକକଳା ଓ କଳାକାରଙ୍କୁ ପରିଚୟ ଦେବା ସହ ସେମାନଙ୍କୁ ବଞ୍ଚାଇ ରଖିଛି ଶୀତଳଷଷ୍ଠୀ । ତେବେ ଏହି ଯାତ୍ରାର ଆଉ ଗୋଟିଏ ରୋଚକ ଦିଗ ହେଉଛି ଏହି ଯାତ୍ରାରେ ବହୁତ କିନ୍ନର ଆସନ୍ତି। ଏବେ ପ୍ରଶ୍ନ ଉଠେ କାହିଁକି ଆସନ୍ତି କିନ୍ନର ?

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ସମ୍ବଲପୁର

ଏମାନଙ୍କୁ ଆବଶ୍ୟକ ହୁଏନି ନିମନ୍ତ୍ରଣ । ମନକୁ ମନ ଶୀତଳଷଷ୍ଠୀ ଆସିଲେ ଦୂରାଦୂରାନ୍ତରୁ ଧାଇଁ ଆସନ୍ତି ସମ୍ବଲପୁର । ସତେ ଯେମିତି ଏମାନଙ୍କ ବିନା ଅଧୁରା ଏହି ଯାତ୍ରା । କେତେବେଳେ ଏମାନେ ଭୋଳାନାଥଙ୍କ ପତରପେଣ୍ଡିରେ ନୃତ୍ୟ ପରିବେଷଣ କରନ୍ତି ତ ଆଉ କେତେବେଳେ ଯୁଗଳଦର୍ଶନ ଶୋଭାଯାତ୍ରରେ ନୃତ୍ୟ କରି ଦର୍ଶକଙ୍କ ମନ କିଣି ନିଅନ୍ତି କିନ୍ନର ମାନେ ।

କୁହାଯାଏ ଭଗବାନ ଭୋଳାନାଥଙ୍କ ବରଯାତ୍ରୀ ଶୋଭାଯାତ୍ରାରେ ନୃତ୍ୟ ପରିବେଷଣ ସହ ଦେବ ଦମ୍ପତିଙ୍କ ଯୁଗଳଦର୍ଶନ ଦେଖିଲେ ଅଭିଶପ୍ତ କିନ୍ନର ଜନ୍ମରୁ ମୁକ୍ତି ମିଳିଥାଏ। ଭଗବାନ ଅର୍ଦ୍ଧନାରୀଶ୍ବର ଏମାନଙ୍କୁ ମୁକ୍ତି ଦେଇଥାନ୍ତି । ସେଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ କିନ୍ନର ଶୀତଳଷଷ୍ଠୀରେ ସମ୍ବଲପୁର ଆସିଥାନ୍ତି ।

ସମ୍ବଲପୁରରୁ ଜୁସ୍ମନ ରଣା,ଇଟିଭି ଭାରତ

Intro:Body:

rwey

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.