ETV Bharat / state

କମ ରହିଛି ହୀରାକୁଦ ଜଳସ୍ତର, ବିଳମ୍ବରେ ଗେଟ ଖୋଲିବା ନେଇ ଆଶଙ୍କା - hirakud water level low

ଗତବର୍ଷ ଅପେକ୍ଷା କମ୍ ରହିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଯାହାକୁ ବିଚାରକୁ ନେଲେ ଚଳିତ ବର୍ଷ ହୀରାକୁଦ ଡ୍ୟାମ୍ ଗେଟ ବିଳମ୍ବରେ ଖୋଲିବା ନେଇ ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ...

କମ୍ ରହିଛି ହୀରାକୁଦ ଜଳସ୍ତର, ବିଳମ୍ବରେ ଗେଟ୍ ଖୋଲିବା ନେଇ ଆଶଙ୍କା

author img

By

Published : Jun 26, 2021, 8:21 PM IST

ସମ୍ବଲପୁର: ବିଳମ୍ବରେ ପୂରିବ କି ହୀରାକୁଦ ଡ୍ୟାମ ? ଏବେ ଏଭଳି ଏକ ପ୍ରଶ୍ନ ସମ୍ବଲପୁରବାସୀଙ୍କ ମନ ଭିତରେ ଉଙ୍କି ମାରୁଛି । କାରଣ ଗତବର୍ଷର ଡାଟାକୁ ଲକ୍ଷ୍ୟ କଲେ ଏମିତି ଏକ ପ୍ରଶ୍ନ ମନରେ ଆସିବା ସ୍ବାଭାବିକ ଅଟେ । ଗତବର୍ଷ ଜୁନ 25 ତାରିଖରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 618.10 ଫୁଟ ରହିଥିବାବେଳେ ଆଜି ଜଳସ୍ତର ରହିଛି 604.33 ଫୁଟ ରହିଛି । ଅର୍ଥାତ୍ ଗତବର୍ଷ ଅପେକ୍ଷା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ପାଖାପାଖି 14 ଫୁଟ୍ କମ୍ ରହିଛି । ଏଭଳି ସ୍ଥିତିରେ ହୀରାକୁଦ ଡ୍ୟାମ ଭର୍ତ୍ତି ହେବା ସହ ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଗେଟ୍ ଖୋଲିବାରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

କମ୍ ରହିଛି ହୀରାକୁଦ ଜଳସ୍ତର, ବିଳମ୍ବରେ ଗେଟ୍ ଖୋଲିବା ନେଇ ଆଶଙ୍କା

ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ଉଚ୍ଚ ହୋଇଥିବା ବେଳେ ବର୍ତ୍ତମାନ ଏହା 604 ଫୁଟରେ ରହିଛି । ବିଗତ 3 ବର୍ଷ ହେଲା ହୀରାକୁଦର ଜଳସ୍ତର 618 ଫୁଟ ଥିବା ସମୟରେ ଗେଟ ଖୋଲା ଯାଇଥାଏ । ତେବେ ଚଳିତ ବର୍ଷ ଏଥିରେ ବିଳମ୍ବ ହେବାର ସମ୍ଭାବନା ରହିଛି । କାରଣ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଜଳସ୍ତର ପ୍ରାୟ 14 ଫୁଟ ତଳେ ରହିଛି । ଏଥିପାଇଁ ଉପର ମୁଣ୍ଡରେ ଅପେକ୍ଷାକୃତ କମ୍ ବର୍ଷା ଓ ଛତିଶଗଡ଼ରେ ଥିବା କେତେକ ବ୍ୟାରେଜକୁ କିଛି ଲୋକ ଦାୟୀ କରୁଛନ୍ତି ।

ତେବେ ଛତିଶଗଡ଼ର ବ୍ୟାରେଜ ସବୁ ପୂର୍ଣ୍ଣ ହେବାପରେ ହୀରାକୁଦ ଉପର ମୁଣ୍ଡର ଇଂଫ୍ଲୋ ବଢିଲେ ଯଥାଶୀଘ୍ର ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ବିଗତ 7 ବର୍ଷର ଡାଟା ଉପରେ ଯଦି ଆମେ ନଜର ପକାଇବା ତାହା ଏମିତି ରହିଛି । ବର୍ଷ 2014 ଜୁଲାଇ 24 ତାରିଖରେ ହୀରାକୁଦ ଡ୍ୟାମର ଗେଟ 619.17 ଫୁଟ ଥିବାବେଳେ ଗେଟ୍ ଖୋଲା ଯାଇଥିଲା । 2015 ଜୁଲାଇ 13ରେ ଜଳସ୍ତର 615.75 ଫୁଟ, 2016 ଅଗଷ୍ଟ 5 ତାରିଖରେ ଜଳସ୍ତର 615.65 ଫୁଟ, 2017 ଜୁଲାଇ 7 ତାରିଖରେ ଜଳସ୍ତର 607.65 ଫୁଟ, 2018 ଜୁଲାଇ 7 ତାରିଖରେ ଜଳସ୍ତର 618 ଫୁଟ ଥିବାବେଳେ ଖୋଲିଥିଲା ଗେଟ୍ । ସେହିପରି 2019 ଅଗଷ୍ଟ 14 ତାରିଖରେ ଜଳସ୍ତର 618.69 ଥିବାବେଳେ ଗେଟ ଖୋଲା ଯାଇଥିଲା ।

ଗତବର୍ଷ ଅର୍ଥାତ୍ 25 ଜୁନ 2020ରେ ଜଳସ୍ତର 618.10 ଫୁଟ ଥିବାବେଳେ ହୀରାକୁଦ ଡ୍ୟାମ ଗେଟ୍ ଖୋଲିଥିଲା । ଏହି ଡାଟା ଉପରେ ନଜର ପକାଇଲେ ଚଳିତ ବର୍ଷ ଗେଟ୍ ଖୋଲିବାରେ ବିଳମ୍ବ ହେବାର ସମ୍ଭାବନା ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.