ETV Bharat / state

କୋରୋନା ମୁକାବିଲା: ବୁର୍ଲା ମେଡିକାଲରେ ବର୍ଜ୍ୟବସ୍ତୁ ପରିଚାଳନାରେ ସତର୍କତା

author img

By

Published : Apr 30, 2020, 8:08 PM IST

ଏଭଳି ସମୟରେ ସାବଧାନତା ନିହାତି ଜରୁରୀ । ଟିକେ ଢିଲା ଆଣିପାରେ ବଡ ବିପଦ । ପଜିଟିଭ ଆସିନି ମାତ୍ର ମୁକାବିଲା ପାଇଁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି କରିଛି ବୁର୍ଲା ମେଡିକାଲ । ଅଧିକ ପଢନ୍ତୁ...

କୋରୋନା ମୁକାବିଲା: ବୁର୍ଲା ମେଡିକାଲରେ ବର୍ଜ୍ୟବସ୍ତୁ ପରିଚାଳନାରେ ସତର୍କତା
କୋରୋନା ମୁକାବିଲା: ବୁର୍ଲା ମେଡିକାଲରେ ବର୍ଜ୍ୟବସ୍ତୁ ପରିଚାଳନାରେ ସତର୍କତା

ସମ୍ବଲପୁର: କୋରୋନା ମୁକାବିଲା ପାଇଁ ସମସ୍ତ ହସ୍ପିଟାଲରେ ହୋଇଛି ବ୍ୟବସ୍ଥା । ନମୁନା ପରୀକ୍ଷା ସହ ସବୁପ୍ରକାର ସୁବିଧା । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବର୍ଜ୍ୟବସ୍ତୁ ପରିଚାଳନା । ସମସ୍ତ ହସ୍ପିଟାଲ ପାଇଁ ଏହା ଅତ୍ୟାବଶ୍ୟକ । ଛୋଟ ଭୁଲଟିଏ ବି ବଡ ବିପଦ ଡାକିପାରେ ।

ଆଉ ଏହାକୁ ସଠିକ ଭାବେ ହୃଦୟମଙ୍ଗ କରିଛି ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ । କୋଭିଡ19 ପରୀକ୍ଷା କେନ୍ଦ୍ରରେ ପ୍ରତି ଦିନ 90ଟି ସ୍ବାବ ନମୁନା ପରୀକ୍ଷାର ସୁବିଧା । ଏପର୍ଯ୍ୟନ୍ତ ବାହାରିନି କୋଭିଡ 19 ପଜିଟିଭ । ତଥାପି ସାବଧାନତା ସହ ମେଡିକାଲ ବର୍ଜ୍ୟବସ୍ତୁ ହେଉଛି ପରିଚାଳନା । ପରିଚାଳନା କେନ୍ଦ୍ରକୁ ନିଆଯାଉଛି ମାଇକ୍ରୋବାୟୋଲୋଜି ୱାର୍ଡରୁ ବାହାରୁ ଥିବା ବର୍ଜ୍ୟବସ୍ତୁ । କୋଭିଡ 19 ଟେଷ୍ଟ ପରେ ଦୁଇ ଲେୟର ପ୍ଲାଷ୍ଟିକ ବ୍ୟାଗରେ ଆସିଥାଏ ଏହି ବର୍ଜ୍ୟବସ୍ତୁ । ଆଉ ସେଠାରେ ଅତି ସାବଧାନତାର ସହ ହୋଇଥାଏ ଇଙ୍ଗସିଲେଟ ।

କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି ତାଲିମପ୍ରାପ୍ତ କର୍ମଚାରୀ । ଯୋଗାଯାଇଛି ସ୍ବତନ୍ତ୍ର ପିପିଇ କିଟ୍ସ । ଏହାସହ ସ୍ବତନ୍ତ୍ର ଗାଡିର ମଧ୍ୟ ରହିଛି ବ୍ୟବସ୍ଥା । ପ୍ରତିଦିନ ସାନିଟାଇଜ ହେଉଛି ଗାଡି । ଦେଶର ଘଡିସନ୍ଧି ମୂହୁର୍ତ୍ତରେ କୋରୋନା ଟେଷ୍ଟ ଯେତିକି ମହତ୍ତ୍ବପୂର୍ଣ୍ଣ, ବାୟୋ ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ସେତିକି ଗୁରୁତ୍ବପୂର୍ଣ୍ଣ । କୌଣସି ପ୍ରକାର ଢିଲାପଣକୁ ପ୍ରଶୟ ଦିଆଯାଉନାହିଁ । ଏଥିପାଇଁ ବୁର୍ଲା ମେଡିକାଲ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡଲାଇନକୁ କରୁଛି ଫଲୋ ।

ତେବେ ଏଭଳି ସମୟରେ ସାବଧାନତା ନିହାତି ଜରୁରୀ । ଟିକେ ଢିଲା ଆଣିପାରେ ବଡ ବିପଦ । ପଜିଟିଭ ଆସିନି ମାତ୍ର ମୁକାବିଲା ପାଇଁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି କରିଛି ବୁର୍ଲା ମେଡିକାଲ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.