ETV Bharat / state

ନିର୍ବାଚନରେ ସ୍ୱଚ୍ଛତା ଆଣିବାକୁ ଆରମ୍ଭ ହେଲା ଭୋଟର ସଚେତନତା

author img

By

Published : Sep 12, 2022, 7:15 PM IST

Updated : Sep 12, 2022, 9:04 PM IST

ସମ୍ବଲପୁରରେ ଭୋଟର ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ (voter awareness campaign starts in sambalpur ) । ସମ୍ବଲପୁର ମହାନଗର ନିଗମର ବିଭିନ୍ନ ୱାର୍ଡ ପରିକ୍ରମା କରିବ ଭୋଟର ସଚେତନତା ରଥ । ଏହାମାଧ୍ୟମରେ ଭୋଟର କାର୍ଡ ସହ ଆଧାର କାର୍ଡ ସଂଯୋଗୀକରଣ ନେଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଛି । ଅଧିକ ପଢନ୍ତୁ

ନିର୍ବାଚନରେ ସ୍ୱଚ୍ଛତା ଆଣିବାକୁ ଆରମ୍ଭ ହେଲା ଭୋଟର ସଚେତନତା
ନିର୍ବାଚନରେ ସ୍ୱଚ୍ଛତା ଆଣିବାକୁ ଆରମ୍ଭ ହେଲା ଭୋଟର ସଚେତନତା

ସମ୍ବଲପୁର:ଭୋଟର କାର୍ଡକୁ ଆଧାର କାର୍ଡ ସହ ସଂଯୋଗ ସଚେତନ ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ (voter awareness campaign starts in sambalpur ) । ଆଗକୁ ଆସୁଥିବା ନିର୍ବାଚନ ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି। ନିର୍ବାଚନ ପ୍ରକିୟାରେ ସ୍ବଚ୍ଛତା ଆଣିବାକୁ ଜିଲ୍ଲା ପ୍ରଶାସନର ଉଦ୍ୟମ । ଭୋଟର ପରିଚିୟ ପତ୍ର, ନିର୍ବାଚନ ପ୍ରକ୍ରିୟା ଆଦିରେ ସ୍ବଚ୍ଛତା ଆଣିବାକୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଏଥିପାଇଁ ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭୋଟର ସଚେତନତା ରଥ ବାହାର କରାଯାଇଛି ।

ସୂଚନା ଅନୁଯାୟୀ, ଆପଣଙ୍କ ସ୍ମାର୍ଟ ଫୋନ ବ୍ୟବହାର କରି ସ୍ମାର୍ଟ ଭୋଟର ହୁଅନ୍ତୁ ଏବଂ ଭୋଟର କାର୍ଡକୁ ଆଧାର ସହିତ ଯୋଡନ୍ତୁ।ମୁଁ ମୋର ଆଧାରକୁ ଭୋଟର ପରିଚୟ ପତ୍ର ସହିତ ଯୋଡି ସାରିଛି! ଆଉ ଆପଣ? ହୁସିଆର ହୁଅନ୍ତୁ! ଆପଣଙ୍କ ମୋବାଇଲ ଫୋନ ଦ୍ୱାରା ଭୋଟର କାର୍ଡରେ ଆଧାରକୁ ଯୋଡନ୍ତୁ । ଏଭଳି ସଚେତନ ବାର୍ତ୍ତା ଵହନ କରିଥିବା ଭୋଟର ସଚେତନ ରଥକୁ ଆଜି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସବୁଜ ପତାକା ଦେଖାଇ ଭୋଟର ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଏହି ରଥ ସମ୍ବଲପୁର ମହାନଗର ନିଗମର ବିଭିନ୍ନ ୱାର୍ଡ ପରିକ୍ରମା କରି ଭୋଟର କାର୍ଡ ସହ ଆଧାର କାର୍ଡ ସଂଯୋଗୀକରଣ ନେଇ ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିବ । ସମ୍ବଲପୁର ମହାନଗର ନିଗମରେ ଥିବା ସମ୍ବଲପୁର ସହର,ହୀରାକୁଦ, ବୁର୍ଲା ସହର ସହ ମହାନଗର ନିଗମର 41 ନମ୍ବର ୱାର୍ଡ ର ଗଳି କନ୍ଦିରେ ଏହି ସଚେତନତା ରଥ ବୁଲି ବୁଲି ପ୍ରତ୍ୟେକ ବୟସ ବର୍ଗର ଲୋକଙ୍କୁ ସଚେତନ କରିବା ସହ ଆଧାର କାର୍ଡ ସହ ଭୋଟର ପରିଚୟ ପତ୍ରକୁ ଲିଙ୍କ କରିବା ନେଇ ସଚେତନ ଓ ସଜାଗ କରିବ।ଏହା ଦ୍ବାରା ନିର୍ବାଚନ ପ୍ରକ୍ରିୟାରେ ସ୍ଵଚ୍ଛତା ରହିବ ବୋଲି ଆଶା କରାଯାଉଛି । ତେବେ ବର୍ତ୍ତମାନ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏହି ସଚେତନତା କରାଯାଉଛି । ଆଗାମୀ ଦିନରେ ଗ୍ରାମାଞ୍ଚଳ ତଥା ଉପାନ୍ତ ଅଞ୍ଚଳରେ ମଧ୍ୟ ଏହି ସଚେତନତା ସୃଷ୍ଟି କରାଯିବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ଚର୍ଚ୍ଚାରେ ନାକଟିଦେଉଳ ସ୍ବାସ୍ଥ୍ୟକେନ୍ଦ୍ର, ସୁନ୍ଦର ପରିବେଶ ସାଙ୍ଗକୁ ମିଳୁଛି ଉନ୍ନତମାନର ସ୍ବାସ୍ଥ୍ୟସେବା

ଏନେଇ ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି, "ଇଲେକ୍ସନ ସମୟରେ ଯେଉଁ ଇଲେକ୍ଟୋରାଲ ରୁଲ ଅପଗ୍ରେଡେସନ ହୁଏ ତାହାର ପ୍ରକ୍ରିୟା ଏବେ ଚାଲିଛି । ଏବେ ଏହା ସ୍ବତନ୍ତ୍ର ଆଧାର ଲିଙ୍କରୁ ପ୍ରୋସେସ ଚାଲିଛି । ଏହା ଏକ ନୂଆ ଜିନିଷ ଯେଉଁଥିରେ ଡୁପ୍ଲିକେସି କାଢିବା ପାଇଁ ସାହାଯ୍ୟ କରିବ । ଏଥିପାଇଁ ସମସ୍ତଙ୍କୁ ସୂଚନା ଦିଆଯାଉଛି ଯେ ନିଜ ଆଧାରକୁ ଭୋଟର କାର୍ଡ ସହ ଲିଙ୍କ କରିବାକୁ । ଏଥି ସହ ଯେଉଁ ଭୋଟର ମାନେ ରେଜିଷ୍ଟର କରିନାହାନ୍ତି ସେମାନଙ୍କୁ ନୂଆ ଫର୍ମରେ ରେଜିଷ୍ଟର କରିବାକୁ କୁହାଯାଇଛି ।"

ଏଥିସହ ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସଦର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା,ମହାନଗର ନିଗମ ର ଡେପୁଟି କମିଶନର ବିନୋଦ ଚନ୍ଦ୍ର ପଣ୍ଡା, ତହସିଲଦାର ଲକ୍ଷ୍ମମ ଅମାତ,ସହକାରୀ ଜିଲ୍ଲାପାଳ ସୁଶାନ୍ତ ସାହୁ, ଆଦିତ୍ୟ ପଣ୍ଡା, ବ୍ରଜକିଶୋର ସାହୁ, ରେଡ କ୍ରସ ସମ୍ପାଦକ ଜୟ ଜର୍ଜ, ସମେତ କାର୍ଯ୍ୟାଳୟ ର କର୍ମଚାରୀ ଉପସ୍ଥିତ ଥିଲେ।

ଇଟିଭି ଭାରତ, ସମ୍ବଲପୁର

Last Updated : Sep 12, 2022, 9:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.