ETV Bharat / state

ଦ୍ବିତୀୟ ଦିନରେ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା

author img

By

Published : Feb 27, 2022, 3:15 PM IST

ଦ୍ବିତୀୟ ଦିନରେ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା । ଦେଖନ୍ତୁ ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଭବାନୀପାଟଣାରୁ କଣ କହିଛି ଲିଡିଂ ତଥ୍ୟ

vote counting of panchayat election in western odisha
ଦ୍ବିତୀୟ ଦିନରେ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା

ସମ୍ବଲପୁର/ସୁବର୍ଣ୍ଣପୁର/ବରଗଡ଼/ବଲାଙ୍ଗୀର/ନୂଆପଡ଼ା/ଭବାନୀପାଟଣା: ଦ୍ବିତୀୟ ଦିନରେ ସମ୍ବଲପୁର ଜିଲ୍ଲାର ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଜାରି। ଜିଲ୍ଲାରେ ମୋଟ 18ଟି ଜିଲ୍ଲା ପରିଷଦ ଜୋନ ଥିବା ବେଳେ ଗତକାଲି (ଶନିବାର) 9ଟି ବ୍ଲକର ଜୋନ1 ଗୁଡିକର ଭୋଟ ଗଣତି ହୋଇଥିଲା। ତେବେ 9ଟି ଯାକ ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡ଼ିଛି। ଆଜି ଦ୍ବିତୀୟ ଦିନରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବୀତିୟ ଦିନରେ ଭୋଟ ଗଣତି କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି । ଆଜି 6 ଗୋଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଚାଲିଛି। ତେବେ ଜିଲ୍ଲାର 13 ଗୋଟି ଜିଲ୍ଲା ପରିଷଦ ଆସନ ଭିତରୁ ଗତକାଲି 6ଟି ଜିଲ୍ଲା ପରିଷଦ ଆସନର ଫଳାଫଳ ଜଣାପଡ଼ିଛି । ଏଥିରେ ବିଜେଡି 4ଟି ଆସନ ହାତେଇଥିବାବେଳେ ଗୋଟିଏ କଂଗ୍ରେସ ଓ ଗୋଟିଏ ବିଜେପି ହାତକୁ ଯାଇଛି। ଏବଂ ଆଜି 6 ଗୋଟି ଜିଲ୍ଲା ପରିଷଦ ଫଳାଫଳରେ ବିଜେଡି ସମସ୍ତ ଆସନରେ ଆଗୁଆ ରହିଛି ।

ଦ୍ବିତୀୟ ଦିନରେ ବରଗଡ଼ ଜିଲ୍ଲାରେ ଜାରି ରହିଛି ଭୋଟ ଗଣନା ପ୍ରକ୍ରିୟା। ଗତକାଲି ଭୋଟ ଗଣତିର ପ୍ରଥମ ଦିନରେ ବରଗଡ଼ ଜିଲ୍ଲାର ୧୨ଟି ବ୍ଲକର ଜୋନ ୧ରେ ଥିବା ପ୍ରାର୍ଥୀ ମାନଙ୍କର ଭୋଟ ଫଳାଫଳ ଘୋଷଣା ହୋଇଯାଇଛି । ଜିଲ୍ଲାର 12 ଗୋଟି ବ୍ଲକର 12 ଟି ଜୋନରୁ 10 ଜୋନରେ ବିଜେଡି ଦଳ ବିଜୟୀ ହୋଇଥିବା ବେଳେ 2 ଗୋଟି ଜୋନରେ ବିଜେପି ବିଜୟୀ ହୋଇଛି ।

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଓ ପଦ୍ମପୁର ବ୍ଲକର 2 ଟି ଜୋନରେ ବିଜେପି ଖାତା ଖୋଲିଥିବା ବେଳେ ଅନ୍ୟ 10ଟି ଜୋନକୁ ବିଜେଡି ହାତେଇଛି । ସୋହେଲା ବ୍ଲକର 1 ନମ୍ବର ଜୋନର ବିଜେଡି ପ୍ରାର୍ଥୀ ସର୍ବାଧିକ ଭୋଟ ପାଇ ରେକର୍ଡ଼ ସୃଷ୍ଟି କରିଛନ୍ତି । ଏହି ଜୋନର ବିଜେଡି ଦଳର ପ୍ରାର୍ଥୀ ଜାଇଫୁଲ ସିଂ ବରିହା 19931 ଭୋଟ ପାଇଥିବା ବେଳେ ପ୍ରତିଦ୍ବନ୍ଦୀ ବିଜେପି ଦଳର ଭୂମିସୂତା ସାବତଙ୍କୁ 10227 ଭୋଟରେ ପରାଜିତ କରିଛନ୍ତି । ତେବେ ଆଜିର ଦ୍ଵିତୀୟ ପର୍ଯ୍ୟାୟର ଭୋଟ ଗଣନାରେ ଜିଲ୍ଲାର 12 ଗୋଟି ବ୍ଲକର 2 ନମ୍ବର ଜୋନର ପ୍ରାର୍ଥୀ ମାନଙ୍କ ଭାଗ୍ୟ ଫଳାଫଳ ନିର୍ଣ୍ଣୟ ହେବ। ବର୍ତମାନ ସୁଦ୍ଧା ସମସ୍ତ ବ୍ଲକରେ ବିଜେଡ଼ି ଦଳ ଆଗୁଆ ରହିଛି ।

ବଲାଙ୍ଗୀର ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟ ଗଣତି। ଗତ କାଲି ପ୍ରଥମ ପର୍ଯ୍ୟାୟ ଗଣତିରେ 14 ଜିଲ୍ଲାପରିଷଦ ଜୋନର ଭୋଟ ଗଣତି ହୋଇଥିଲା। ଯେଉଁଥିରେ ବିଜେଡି 12 ଆସନ ହାତେଇବାରେ ସଫଳ ହୋଇଛି। ସେହିପରି ବିଜେପି ଓ କଂଗ୍ରେସ ମାତ୍ର ଗୋଟିଏ ଲେଖାଏଁ ଆସନରେ ସଫଳ ହୋଇଛନ୍ତି। ତେବେ ବଲାଙ୍ଗୀରର ମାଓ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଏଥର ଶାନ୍ତି ଶୃଙ୍ଖଳାରେ ଭୋଟ ଗଣତି ଚାଲିଛି। ବଲାଙ୍ଗୀରର ପାଞ୍ଚଟି ବ୍ଲକ ମାଓ ପ୍ରଭାବିତ ଥିବାବେଳେ ଏହି ଅଞ୍ଚଳରେ ନିର୍ବାଚନ ପୂର୍ବରୁ ମାଓ ଭୋଟ ବର୍ଜନ କରିବା ପାଇଁ ଲୋକଙ୍କୁ ଆହ୍ବାନ ଦେଇଥିଲେ। ହେଲେ ଏହାସତ୍ତ୍ୱେ ଲୋକ ବିକାଶକୁ ଆଖି ଆଗରେ ରଖି ବିପୁଳ ମାତ୍ରାରେ ନିର୍ବାଚନରେ ସାମିଲ ହେବା ସହ ଭୋଟ ଦେଇ ନିଜର ପସନ୍ଦର ପ୍ରାର୍ଥୀ ବାଛିଛନ୍ତି। ସେପଟେ ପୋଲିସ ପ୍ରଶାସନ ମଧ୍ୟ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ନୂଆପଡ଼ା ଜ଼ିଲ୍ଲାରେ 14ଟି ଜ଼ିଲ୍ଲା ପରିଷଦ ଜୋନ ପାଇଁ କଡ଼ା ସୁରକ୍ଷା ବଳରେ ଭୋଟ ଗଣତି କାର୍ଯ୍ୟ ଚାଲିଛି । ପ୍ରଥମ ପର୍ଯ୍ୟାୟରେ 5ଟି ଜ଼ିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ହୋଇଥିଲା । ଏବଂ ସମସ୍ତ ଜୋନରେ ବିଜେଡି ବାଜିମାତ କରିଛି । ଆଜି ଭୋଟ ଗଣତିର ଦ୍ଵିତୀୟ ଦିନରେ 2,5,8,11,13 ନମ୍ବର ଜ଼ିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ପ୍ରକ୍ରିୟା ଚାଲୁ ରହିଛି। ତେବେ ତୃତୀୟ ରାଉଣ୍ଡ ସୁଦ୍ଧା ସମସ୍ତ ଜୋନରେ ବିଜେଡି ଆଗୁଆ ରହିଛି ।

କଳାହାଣ୍ଡି ଜିଲ୍ଲାରେ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା। ଜିଲ୍ଲାର ୧୩ଟି ଜିଲ୍ଲା ପରିଷଦ ଆସନର ୧ ନମ୍ବର ଜୋନର ଭୋଟ ଗଣତି ପ୍ରକ୍ରିୟା ସରି ଯାଇଥିବା ବେଳେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗଣତି ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୧୧ ଟି ଜୋନରେ ବିଜେଡି ବିଜୟ ହୋଇଥିବା ବେଳେ ବିଜେପି ୨ଟି ଆସନରେ ବିଜୟ ଲାଭ କରିଛି। ସେପଟେ କଂଗ୍ରେସ କୌଣସି ଆସନ ହାତେଇ ପାରିନାହିଁ। ଜିଲ୍ଲାର ୧୩ଟି ବ୍ଲକରେ ଭୋଟ ଗଣତି ଜାରି ରହିଛି। ୩୬ଟି ଜିଲ୍ଲା ପରିଷଦ ଆସନ ପାଇଁ ୧୪୪ ଜଣ ପ୍ରାର୍ଥୀଙ୍କ ପ୍ରତିଦ୍ବନ୍ଦିତା କରିଛନ୍ତି। ୧୩୪୪ ଜଣ ସରପଞ୍ଚ ଓ ୨ ହଜାର ୯୨ ଜଣ ସମିତି ସଭ୍ୟ ଏବଂ ୩୦୦୫ ଜଣ ୱାର୍ଡ ମେମ୍ବରଙ୍କ ଭଗ୍ୟ ଫଳ ନିର୍ଣ୍ଣୟ ହେବ। ଭୋଟ ଗଣତି କେନ୍ଦ୍ରରେ ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି।

ସମ୍ବଲପୁରୁ ବାଦଶାହ ଜୁସ୍ମନ ରଣା, ବରଗଡ଼ରୁ ରାଜେଶ ସରାପ, ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ନୂଆପଡ଼ାରୁ ମୋତିଲାଲ ବାଗ ଓ କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.