ETV Bharat / state

କୋରୋନା କାଳରେ ମହିଳାଙ୍କ ମନ ବୁଝି ସହଯୋଗ କଲା ସ୍ବେଚ୍ଛାସେବୀ ସଙ୍ଗଠନ - Voluntary organization

କୋରୋନା କାଳରେ ମହିଳାଙ୍କୁ ସହଯୋଗ କରୁଛି ସ୍ବେଚ୍ଛାସେବୀ ଅନୁଷ୍ଠାନ । 2 ପ୍ରତିଶତ ସୁଧ ହାରରେ 10 ରୁ 20 ହଜାର ପର୍ଯ୍ୟନ୍ତ ଆର୍ଥିକ ଋଣ ଯୋଗାଉଛି । ଅଧିକ ପଢନ୍ତୁ...

Voluntary organizations are making women self-sufficient
ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ସ୍ବେଚ୍ଛାସେବୀ ଅନୁଷ୍ଠାନ 'ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ'
author img

By

Published : Dec 5, 2020, 9:16 PM IST

ସମ୍ବଲପୁର: କୋରୋନା ମାଡରେ ଦୋହଲି ଯାଇଛି ସଭିଙ୍କ ଜୀବନ ଜୀବିକା । କାହାର ବେଉସା ବୁଡିଛି ତ କାହାର ଚାକିରୀ ଯାଇଛି । ଆଉ ମହାମାରୀ ସମୟରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ । ତେବେ ପୁଣି ଥରେ ସେମାନଙ୍କୁ ମୁଖ୍ୟ ସୋତ୍ରରେ ସାମିଲ କରିବା ପାଇଁ ଆଶାର କିରଣ ହୋଇ ଠିଆହୋଇଛି 'ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ' । ଜିଲ୍ଲା ପ୍ରଶାସନର ସହଯୋଗରେ ମହିଳାମାନଙ୍କୁ ପୁଣିଥରେ ସ୍ବାବଲମ୍ବୀ କରାଉଛି ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ ।

ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ସ୍ବେଚ୍ଛାସେବୀ ଅନୁଷ୍ଠାନ 'ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ'

ଏ-ହେଉଛନ୍ତି ମିନା ସାହା, ଜଣେ ସ୍ବାବଲମ୍ବୀ ମହିଳା । ସିଦ୍ଧେଶ୍ଵରବେରନା ଅଞ୍ଚଳରେ ତାଙ୍କର ଏକ ଗ୍ରୋସୋରି ଦୋକାନ ରହିଛି । ହେଲେ ଲକଡାଉନରେ ବହୁତ କ୍ଷତି ସହିଥିଲେ ସେ । ସେହିପରି ଆଉ ଜଣେ ମହିଳା ହେଉଛନ୍ତି ଫିରୋଜା ବେଗମ । ସେ ଗୋପାଳନ କରି ଦୁଗ୍ଧ ବ୍ୟବସାୟ କରନ୍ତି । ହେଲେ ଲକ ଡାଉନରେ ତାଙ୍କର ଅବସ୍ଥା ଏମିତି ହେଲା ଯେ ଗାଇଙ୍କୁ ଦାନା ଦେବାକୁ ତାଙ୍କ ପାଖରେ ଅର୍ଥ ନଥିଲା । ଆଉ ଜଣେ ମହିଳା ହେଲେ ରତ୍ନାଲୁ ରେଡି । ସେ ଏକ ସରବତ ଦୋକାନ କରିଥିଲେ । କୋରୋନା ଯୋଗୁଁ ବ୍ୟବସାୟ ବନ୍ଦ ହୋଇଯାଇଥିଲା । ବହୁତ ଆର୍ଥିକ ସମସ୍ୟା ଭିତରେ ଏମାନେ ଗତି କରୁଥିଲେ । ଏମାନଙ୍କ ମୁହଁରେ ଏବେ ହସ ଫୁଟାଇଛି ସ୍ବେଛାସେବୀ ଅନୁଷ୍ଠାନ । ଏ ଅନୁଷ୍ଠାନ ଏଭଳି 20 ଜଣ ମହିଳାଙ୍କୁ 2 ପ୍ରତିଶତ ସୁଧ ହାରରେ 10 ରୁ 20 ହଜାର ପର୍ଯ୍ୟନ୍ତ ଆର୍ଥିକ ଋଣ ଦେଇଛି ସେମାନଙ୍କ ବ୍ୟବସାୟର ଉନ୍ନତୀକରଣ ପାଇଁ । ଏଥିପାଇଁ ଏବେ ଏମାନେ ବେଶ ଖୁସି ।

ଅନୁଷ୍ଠାନ 20 ଜଣ ମହିଳାଙ୍କୁ ସ୍ବାବଲମ୍ବୀ କରିଥିବା ବେଳେ ଆଗକୁ 80 ଜଣଙ୍କୁ ଆର୍ଥିକ ସହାୟତା ଦିଆଯିବ । ସମ୍ବଲପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଚେକ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଡିଏସଡ୍ଲଓ ଓ ସିଡବ୍ଲୁସି ଚେୟାରମ୍ୟାନ ଯୋଗ ଦେଇ ସ୍ବେଚ୍ଛାସେବୀ ଅନୁଷ୍ଠାନର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ତେବେ,ସ୍ବେଚ୍ଛାସେବୀ ଅନୁଷ୍ଠାନର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଆଗକୁ ଜିଲ୍ଲା ପ୍ରଶାସନ ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ମିଳିତ ଭାବେ କାମ କଲେ ଗ୍ରାମାଞ୍ଚଳର ମହିଳା ଓ ଶିଶୁଙ୍କ ବିକାଶ ହୋଇପାରିବ ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.