ସମ୍ବଲପୁର : ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ ବା ଭିସୁଟରେ ଛାତ୍ର ଅଶାନ୍ତି । ପ୍ରତ୍ୟେକ ଦିନ ଭିସୁଟରେ କୋଭିଡ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ କ୍ୟାମ୍ପସ ଭିତରେ କୋଭିଡ ଗାଇଡ଼ ଲାଇନ ପାଳନ ହେଉନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଘରକୁ ଯିବାକୁ ଦିଆଯାଉ ଓ ଅନଲାଇନରେ ପରୀକ୍ଷା କରାଯାଉ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି । ଏହି ଦାବି ନେଇ ଆଜି ଅପରାହ୍ନ 4 ଟା ପରେ ଛାତ୍ରଛାତ୍ରୀ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ଧାରଣାରେ ବସିଛନ୍ତି । କ୍ୟାମ୍ପସ ଭିତରେ କୋଭିଡ ଗାଇଡ଼ ଲାଇନ ପାଳନ ହେଉନଥିବା ଅଭିଯୋଗ କରି ସଂକ୍ରମଣ ଭୟ ଥିବା କହିଛନ୍ତି ଛାତ୍ରଛାତ୍ରୀ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ