ETV Bharat / state

ଭୀମସାର ଓ ଏମକେସିଜି ଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ

author img

By

Published : Jul 4, 2023, 8:38 PM IST

ସମ୍ବଲପୁର ସ୍ଥିତ ବୁର୍ଲା ଭୀମସାର ଓ ବ୍ରହ୍ମପୁର ଏମକେସିଜି ଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟଣା । ଭୀମସାର ନିର୍ଦ୍ଦେଶକ, ଡିନ ସହ ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରହିଛି । ଅଧିକ ପଢନ୍ତୁ

Etv Bharat
Etv Bharat
ଭୀମସାର ଓ ଏମକେସିଜି ଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ

ସମ୍ବଲପୁର: ଜିଲ୍ଲା ସ୍ଥିତ ବୁର୍ଲା ଭୀମସାର ମେଡିକାଲ କଲେଜରେ ବ୍ରହ୍ମପୁର ଏମକେସିଜି ଡାକ୍ତରୀ ଛାତ୍ରଙ୍କୁ ଭୀମସାର ଛାତ୍ରଙ୍କ ଦ୍ବାରା ଆକ୍ରମଣ କରାଯାଇଥିବା ଅଭିଯୋଗ । ଏହି ଆକ୍ରମଣରେ 9 ଜଣ ଏମକେସିଜି ଛାତ୍ର ଗୁରୁତର ଆହତ ହୋଇଥିବା ସୂଚନା | ତେବେ ବର୍ତ୍ତମାନ ଭୀମସାର ନିର୍ଦ୍ଦେଶକ, ଡିନ ସହ ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଏତଲା ହୋଇନଥିଲେ ମଧ୍ୟ ଗଣମାଧ୍ୟମରୁ ସୂଚନା ଦେଖି ମେଡିକାଲ କଲେଜକୁ ପୋଲିସ ଆସି ପଚରା ଉଚରା ଆରମ୍ଭ କରିଛି ।

ଏକ ଆନ୍ତଃ ମେଡିକାଲ କଲେଜ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ କୌଣସି କାରଣବଶତଃ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ଏନେଇ ଏକ ଭିଡିଓ ଭାଇରାଲ ହୋଇଛି । ସୂଚନା ଅନୁସାରେ ଆନ୍ତଃ କଲେଜ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଇଉଫୋରିଆ କାର୍ଯ୍ୟକ୍ରମକୁ ଏମକେସିଜି ଛାତ୍ରମାନେ ଯୋଗ ଦେବାକୁ ଆସିଥିଲେ । କୌଣସି କଥାକୁ ନେଇ ବୁର୍ଲା ଭୀମସାର ମେଡିକାଲ କଲେଜରେ 2 ଛାତ୍ର ଗୋଷ୍ଠୀ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ଏଥିରେ ଏମକେସିଜି ଛାତ୍ରଙ୍କ ବସ ଭାଙ୍ଗିବା ସହ ପଥର ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ- Students Group Clash: ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ଏମିତିକି ଅଗ୍ନିନିର୍ବାପକ ଯନ୍ତ୍ର ବାହାର କରି ମୁହଁରେ ମାରିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ ଭୀମସାର ମେଡିକାଲ କଲେଜର ଡିନ ସୂଚନା ନଥିବା କହିଥିବା ବେଳେ କେବଳ ଏକ ଭିଡିଓ ଭାଇରଲ ହେଉଛି ତାହାକୁ ନେଇ ବର୍ତ୍ତମାନ ଅନୁସନ୍ଧାନ ହେଉଛି ବୋଲି କହିଛନ୍ତି । ତେବେ ବର୍ତ୍ତମାନ ଭୀମସାର ନିର୍ଦ୍ଦେଶକ, ଡିନ ସହ ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରହିଛି । ଗଣ୍ଡଗୋଳ ପଛର କାରଣ ଜଣାପଡ଼ିନାହିଁ। ସେପଟେ ଜଣେ ଏମକେସିଜି ଛାତ୍ରଙ୍କ କହିବା ଅନୁସାରେ ସେମାନଙ୍କ ବସ ବୁର୍ଲା ଭିମସାରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ନିଆଁ ଲିଭାଇବା ସିଲିଣ୍ଡର ଗ୍ୟାସ ବ୍ୟବହାର କରି ସ୍ବାଗତ କରିଯାଇଥିଲା । ବସ ମଧ୍ୟରେ ପିଲାମାନେ ବସିଥଇବା ବେଳେ ଏହା ସ୍ପ୍ରେ କରାଯାଇଥିବାରୁ ସେମାନେ ଅଣନିଶ୍ବାସୀ ହୋଇପଡ଼ିଥିଲେ।

ଅନ୍ୟପଟେ ରାଜଧାନୀ ଭୁବନେଶ୍ବର ସ୍ଥିତ ବିଜେବି କଲେଜରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି । 2 ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଜନ୍ମଦିନ ପାଳନକୁ କେନ୍ଦ୍ରକରି ବିଜେବି କଲେଜ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗୋଟିଏ ଗୋଷ୍ଠୀର କିଛି ଛାତ୍ର ଅନ୍ୟ ଗୋଷ୍ଠୀର କିଛି ପିଲାଙ୍କୁ କ୍ଲାସରେ ବନ୍ଦ କରି ରଖିଦେଇଥିବା ସୂଚନା ମିଳିଛି । ବିଜେବି କଲେଜରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ଅନ୍ୟପଟେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି କଲେଜର ଶୃଙ୍ଖଳା କମିଟି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.