ETV Bharat / state

ଶୁଣିଲାନି ପ୍ରଶାସନ, ନିଜସ୍ବ ଉଦ୍ୟମରେ ରାସ୍ତା ମରାମତି କଲେ ଗ୍ରାମବାସୀ - ନିଜସ୍ବ ଉଦ୍ୟମରେ ରାସ୍ତା ମରାମତି

ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗକରି ବିଫଳ ହେବା ପରେ ନିଜସ୍ବ ଉଦ୍ୟମରେ ରାସ୍ତା ନିର୍ମାଣ କରିଛନ୍ତି ଗ୍ରାମବାସୀ । ହୀରାକୁଦ ଅଞ୍ଚଳର ଗଡ଼ମୁଣ୍ଡାରୁ ହୀରାକୁଦକୁ ସଂଯୋଗ କରିଥିବା ଅଢେଇ କିମି ରାସ୍ତାର ଅବସ୍ଥା ଦୟନୀୟ ହୋଇ ପଡ଼ିଥିବା ବେଳେ ସମସ୍ୟା ଭୋଗୁଥିଲେ ତିନୋଟି ଗାଁର ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Nov 20, 2019, 10:56 AM IST

ସମ୍ବଲପୁର: ଜିଲ୍ଲା ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲା ପରେ ଶେଷରେ ନିଜ ଗାଁ ରାସ୍ତାକୁ ନିଜେ ମରାମତି କରିଛନ୍ତି ଗ୍ରାମବାସୀ । ନିଜସ୍ବ ଉଦ୍ୟମରେ ଏମିତି କିଛି କାମ କରି ଦେଖାଇଛନ୍ତି ସମ୍ବଲପୁର ମହାନଗର ନିଗମ ୱାର୍ଡ ନମ୍ବର 12ର ମହମ୍ମଦପୁର, ଗଡ଼ମୁଣ୍ଡା ଓ ଡେଂଗୀମନଚାର ଗାଁ ଲୋକେ ।

ଶୁଣିଲାନି ପ୍ରଶାସନ, ନିଜସ୍ବ ଉଦ୍ୟମରେ ରାସ୍ତା ମରାମତି କଲେ ଗ୍ରାମବାସୀ

ନିଜ ଗାଁ ପାଇଁ ରାସ୍ତା ମରାମତି କରିଛନ୍ତି ସମ୍ବଲପୁର ହୀରାକୁଦ ଅଞ୍ଚଳର ତିନୋଟି ଗ୍ରାମର ଗ୍ରାମବାସୀ । ଦୀର୍ଘଦିନ ହେଲା ହୀରାକୁଦ ଅଞ୍ଚଳର ଗଡ଼ମୁଣ୍ଡାରୁ ହୀରାକୁଦକୁ ସଂଯୋଗ କରିଥିବା ଅଢେଇ କିମି ରାସ୍ତାର ଅବସ୍ଥା ଦୟନୀୟ ହୋଇ ପଡ଼ିଥିଲା । ଏଥିପାଇଁ ସ୍ଥାନୀୟ ଲୋକେ ହୀରାକୁଦ ଯିବାପାଇଁ ଅଧିକ 12 କିମି ବୁଲିକି ଯାଆସ କରୁଥିଲେ । ଏପରିକି ବର୍ଷା ଦିନେ ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଥିଲା । ଏଭଳି ପରିସ୍ଥିତିରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା 3 ଟି ଗାଁର ଲୋକେ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା ।

ପ୍ରଶାସନର ଉଦାସୀନତା ପରେ ତିନୋଟି ଗ୍ରାମର ଗ୍ରାମବାସୀ ଫଉଡା, ବେଲଚା ଓ ଟୋକେଇ ଧରି ରାସ୍ତାରେ ମୋରମ, ବାଲି ଓ ମାଟି ପକାଇ ମରାମତି କରିଛନ୍ତି । ଏହି କାର୍ଯ୍ୟ ପାଇଁ ଗାଁ ଲୋକେ ଟଙ୍କା ଆଦାୟ କରି ଟ୍ରାକ୍ଟର ଓ ଜେସିବି ଲଗାଇ ଏହି କାର୍ଯ୍ୟ କରିଛନ୍ତି । ଗଡ଼ମୁଣ୍ଡା ଗ୍ରାମ୍ୟ ସୁରକ୍ଷା ସମିତି ନେତୃତ୍ବରେ ରାସ୍ତାର ମରାମତି କାର୍ଯ୍ୟ କରାଯାଇଥିଲା ।

ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

Intro:ଜିଲ୍ଲା ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲା ପରେ ଶେଷରେ ନିଜ ଗାଁ ରାସ୍ତାକୁ ନିଜେ ମରାମତି କଲେ ଗାଁ ଲୋକେ। ଏମିତି କିଛି କାମ କରି ଦେଖେଇଛନ୍ତି ସମ୍ବଲପୁର ମହାନଗର ନିଗମ ର ୱାର୍ଡ ନମ୍ବର 12 ର ମହମ୍ମଦପୁର,ଗଡ଼ମୁଣ୍ଡା ଓ ଡେଂଗୀମନଚା ଗାଁ ଲୋକେ।Body:ନିଜ ଗାଁ ପାଇଁ ରାସ୍ତା ମରାମତି କରିଛନ୍ତି ସମ୍ବଲପୁର ହୀରାକୁଦ ଅଞ୍ଚଳର 3 ଗ୍ରାମବାସୀ।ଦୀର୍ଘଦିନ ହେଲା ହୀରାକୁଦ ଅଞ୍ଚଳର ଗଡ଼ମୁଣ୍ଡା ରୁ ହୀରାକୁଦ କୁ ସଂଯୋଗ କରିଥିବା ଅଢେଇ କିମି ରାସ୍ତା ଅତି କଦର୍ଯ୍ୟ ହୋଇ ପଡ଼ିଥିଲା। ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ହୀରାକୁଦ ଯିବାପାଇଁ ଅଧିକ 12 କିମି ବୁଲିକି ଯିବାକୁ ପଡୁଥିଲା। ଆଉ ବର୍ଷା ଦିନେ ଏହି ରାସ୍ତା ର ଅବସ୍ଥା ଆହୁରି କଦର୍ଯ୍ୟ ହୋଇଥିଲା।ଏଭଳି ପରିସ୍ଥିତି ରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା 3 ଟି ଗାଁର ଲୋକେ ଜିଲ୍ଲା ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି କିଛି ଫଳ ନ ପାଇବାରୁ ଆଜି ନଯେ ଏହି ଅଢେଉ କିମି ରାସ୍ତାକୁ ମରାମତି କରିଛନ୍ତି। ଗାଁ ଲୋକେ ଫଉଡା, ବେଲଚା ଓ ଟୋକେଇ ଧରି ରାସ୍ତାରେ ମୋରମ, ବାଲି ଓ ମାଟି ପକାଇ ରାସ୍ତା ମରାମତି କରିଛନ୍ତି। ଏହି କାର୍ଯ୍ୟ ପାଇଁ ଗାଁ ଲୋକେ ନିଜ ଖର୍ଚରେ 3 ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ଲଗାଇ ଏହି କାର୍ଯ୍ୟ କରିଛନ୍ତି।

ବାଇଟ-1-ପ୍ରମୋଦ ବିଶ୍ୱାଳ,ସ୍ଥାନୀୟ ଲୋକ।କାନ୍ଧରେ ଗାମୁଛା ଧରିଛନ୍ତି।

ବାଇଟ-2-ବାସନ୍ତୀ ବାର୍ଳା, ସ୍ଥାନୀୟ ମହିଳା, ଫୁଲ ଛାପା ପଡିଥିବା ଶାଢ଼ୀରେ।

ଏହି କାର୍ଯ୍ୟଟି ଗଡ଼ମୁଣ୍ଡା ଗ୍ରାମ୍ୟ ସୁରକ୍ଷା ସମିତି ପକ୍ଷରୁ ନେତୃତ୍ୱ ନିଆଯାଇଥିଲା।ଏହି ରାସ୍ତାରେ ମୁଖ୍ୟତଃ ରୋଗୀଙ୍କୁ ନେବା ଆଣିବା କରିବାରେ ବହୁ ଅସୁବିଧା ହେଉଥିଲା।ତେଣୁ ଲୋକ ମାନେ ବହୁ ଥର ଜିଲ୍ଲା ପ୍ରଶାସନ କୁ ଗୁହାରି କରିଥିଲେ।

ବାଇଟ-3-ପଦ୍ମନାଭ ପୃସେଠ, ସ୍ଥାନୀୟ ଲୋକ, ଚେକ ଗାମୁଛା।
ବାଇଟ-4-ବିଜୟ ପୃସେଠ, ଧଳା ସର୍ଟ ପିନ୍ଧିଛନ୍ତି।
Conclusion:
ସ୍ଥାନୀୟ ଲୋକଙ୍କ ଏଭଳି ଉଦ୍ୟମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.