ETV Bharat / state

ପରିବା ବଜାରରେ ନିଆଁ, ବୁଡିଲା ଅଧା ବେପାର

କୋରୋନା ସଙ୍କଟ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବ ପରିବା ବଜାରରେ ନିଆଁ ଲଗେଇଛି । ଦୈନିକ ପରିବା ଦାମ ଶୁଣିଲେ ଆଖି ନାଲି ହୋଇଯାଉଛି । ଏଣୁ ଖାଉଟି କିଲୋ ବଦଳରେ ଅଢେଇଶ ନେଉଥିଲାବେଳେ ବ୍ୟବସାୟ 50 ପ୍ରତିଶତ ହ୍ରାସ ହୋଇଛି । ଅଧିକ ପଢନ୍ତୁ..

author img

By

Published : Oct 6, 2020, 7:45 PM IST

ପରିବା ବଜାରରେ ନିଆଁ ,  ବୁଡିଲା ଅଧା ବେପାର
ପରିବା ବଜାରରେ ନିଆଁ , ବୁଡିଲା ଅଧା ବେପାର

ସମ୍ବଲପୁର: ଗୋଟିଏ ପଟେ କରୋନା କଟକଣା ଜନିତ ସମସ୍ୟା ତ ଅନ୍ୟପଟେ ବର୍ଷା ଯୋଗୁଁ ପରିବା ଦର ଆକାଶ ଛୁଆଁ । ଏହାର ପ୍ରଭାବ ଦେଖିବାକୁ ମିଳିଛି ସମ୍ବଲପୁର ପରିବା ବଜାରରେ । ସହରର ପ୍ରମୁଖ ପରିବା ବଜାର ଗୋଲବଜାର ବଜାରରେ ଏନେଇ ସ୍ଥିତି ପରଖିଛି ଇଟିଭି ଭାରତ । ବର୍ତ୍ତମାନର ଏହି ମାନ୍ଦାବସ୍ଥାରେ ପରିବା ବଜାର ଖାଲି ଖାଲି ଲାଗୁଥିବାବେଳେ ରିଟେଲ ମାର୍କେଟରେ ବ୍ୟବସାୟ 50 ପ୍ରତିଶତ ହ୍ରାସ ପାଇଥିବା ନିଜେ ବ୍ୟବସାୟୀ କହୁଛନ୍ତି ।

ପରିବା ବଜାରରେ ନିଆଁ , ବୁଡିଲା ଅଧା ବେପାର

ବିଗତ କିଛିଦିନ ହେଲା ସହରରେ ଏମିତି ସ୍ଥିତି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ବଜେଟକୁ ପ୍ରଭାବିତ କରିଛି । ସବୁ ପନିପରିବା କିଲୋ ପିଛା 50ରୁ ଉପରେ ହୋଇଥିବାବେଳେ ମୁଖ୍ୟତଃ ଆଳୁ ଓ ପିଆଜ ଦର ବୃଦ୍ଧି ସାଧାରଣ ଗ୍ରାହକଙ୍କୁ ଅଡ଼ୁଆରେ ପକାଉଛି । ଏଥିପାଇଁ ଲୋକେ ପରିବା ବଜାର ତ ଯାଉଛନ୍ତି କିନ୍ତୁ ପୂର୍ବ ଅପେକ୍ଷା କମ ପରିମାଣ ପନିପରିବା ଆଣୁଛନ୍ତି ।

ତେବେ ବର୍ଷା ଯୋଗୁଁ ପରିବା କ୍ଷତିଗ୍ରସ୍ତ ହୋଇଥିଲାବେଳେ ବ୍ୟବସାୟୀ ରାଜ୍ୟ ବାହାରୁ ଆମଦାନୀ କରୁଥିବା ଯୋଗୁଁ ଏପରି ସ୍ଥିତି ଉପୁଜିଛି ବୋଲି କହିଛନ୍ତି । ସମ୍ବଲପୁରରେ ଟମାଟୋ କିଲୋ ପିଛା 50 ରୁ 60, ଆଳୁ 40, ପିଆଜ 50, ପୋଟଳ 80, ଭେଣ୍ଡି 80 , ଫୁଲକୋବି 80, ସିମଲା ଲଙ୍କା 160, ବନ୍ଧାକୋବି 50, ଲାଉ 40, ଗାଜର 40, ଜହ୍ନି 40, ବିଟ 40, ବାଇଗଣ 40 ଟଙ୍କା ରହିଛି।

କୋଭିଡ କଟକଣା ଭିତରେ ଲୋକଙ୍କ ଆର୍ଥିକ ସ୍ଥିତି ବିଗିଡିଥିବାବେଳେ ଏହାର ପ୍ରଭାବ ଛୋଟ ରିଟେଲ ପରିବା ବ୍ୟବସାୟୀଙ୍କ ବ୍ୟବସାୟ ଉପରେ ମଧ୍ୟ ପଡିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.