ETV Bharat / state

ରେଢ଼ାଖୋଲରେ ଦୀପାବଳିର ନିଆରା ପରମ୍ପରା, ଖେଳାଯାଏ ନିଆଁର ପେଣ୍ଡୁ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ଉପଖଣ୍ଡର ଦୀପାବଳିର 40 ବର୍ଷର ନିଆରା ପରମ୍ପରା । ଦୀପାବଳି ଅବସରରେ ଖେଳାଯାଏ ନିଆଁ ପେଣ୍ଡୁ ଖେଳ । ଅଧିକ ପଢନ୍ତୁ

ରେଢ଼ାଖୋଲରେ ଦୀପାବଳୀର ନିଆରା ପରମ୍ପରା, ଖେଳାଯାଏ ନିଆଁର ପେଣ୍ଡୁ

author img

By

Published : Oct 26, 2022, 9:10 AM IST

ସମ୍ବଲପୁର: ରେଢ଼ାଖୋଲର ନିଆରା ପରମ୍ପରା । ଦୀପାବଳି ଅବସରରେ ଖେଳନ୍ତି ନିଆଁ ପେଣ୍ଡୁ ଖେଳ । ସହରବାସୀ ନିଆଁର ପେଣ୍ଡୁ ଖେଳି ଦୀପାବଳି ପାଳନ କରିଥାନ୍ତି । ପ୍ରତି ବର୍ଷ ଦୀପାବଳି ଦିନ ସଂଧ୍ୟାରେ ସ୍ଥାନୀୟ ମିନି ଷ୍ଟାଡିୟମରେ ଏହି ଖେଳ ଅନୁଷ୍ଠିତ ହୋଇଥାଏ ।

ତେବେ ପ୍ରଥମେ ଅଖାବସ୍ତାର ସୁତୁଲିକୁ ଗୋଲ କରି ଗୁଡ଼ାଇ ଏକ ଫୁଟବଲ ତିଆରି କରିଥାନ୍ତି ସେଥିରେ କିରୋସିନ ଢ଼ାଳି ନିଆଁ ଲଗାଯାଇଥାଏ । ସେହି ନିଆଁ ପେଣ୍ଡୁ ବା ଫୁଟବଲକୁ ସ୍ଥାନୀୟ ଲୋକ ଖେଳିବାର ପରମ୍ପରା ବହୁ ପୁରୁଣା । ଏହି ନିଆଁ ପେଣ୍ଡୁ ଖେଳ ଦୀର୍ଘ ୪୦ ବର୍ଷ ହେଲା ଖେଳି ଆସୁଛନ୍ତି ସହରବାସୀ । ନିଆଁ ପେଣ୍ଡୁ ଖେଳିବା ଦ୍ଵାରା ନିଆଁରୁ ଭୟ ଦୂର ହେବ ଏବଂ ନିଆଁକୁ ଆୟତ୍ତ କରିବାର ଏକ ସାହସ ମିଳିବ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ବାସ ରହିଛି ।

ରେଢ଼ାଖୋଲରେ ଦୀପାବଳୀର ନିଆରା ପରମ୍ପରା, ଖେଳାଯାଏ ନିଆଁର ପେଣ୍ଡୁ

ଏହି ନିଆଁ ପେଣ୍ଡୁ ଖେଳିବାର ମଧ୍ୟ କିଛି ନିୟମ ରହିଛି । ବହୁ ସତର୍କତାର ସହ ଖେଳାଳୀ ମାନେ ଏହାକୁ ଖେଳିଥାନ୍ତି । ତେବେ ନିୟମ ଅନୁସାରେ ପେଣ୍ଡୁଟି 2 ଫୁଟ ଉପରକୁ ଉଠିବ ନାହିଁ । ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ପାଖରେ ବାଲି, ପାଣି ଓ ପ୍ରାଥମିକ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇ ନିଆଁ ପେଣ୍ଡୁ ଖେଳା ଯାଇଥାଏ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.