ETV Bharat / state

Sital Sasthi: ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ

ଆଜି ଭୋର ସକାଳ 3.50 ମିନିଟ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ରେନ ଯୋଗେ ସମ୍ବଲପୁର ପହଞ୍ଚି ଏମସିଏଲ ଗେଷ୍ଟ ହାଉସକୁ ଯାଇଥିଲେ l ସେଠାରେ ସେ କିଛି ସମୟ ବିଶ୍ରାମ ନେବା ପରେ 10 ଟା 50 ମିନିଟ ସମୟରେ ସମ୍ବଲପୁର ଶାନ୍ତି ନଗରକୁ ଆସି ଠାକୁରପଡା ଶୀତଳଷଷ୍ଠୀ ଯାତ୍ରାର କନ୍ୟା ପିତା ମାତା ଘରେ ଦେବଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରିଥିଲେ l ଅଧିକ ପଢନ୍ତୁ

ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By

Published : May 25, 2023, 9:22 PM IST

ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସମ୍ବଲପୁର ଗସ୍ତରେ ଆସି ଧର୍ମେନ୍ଦ୍ର ଶୀତଳଷଷ୍ଠୀ ଯାତ୍ରା କମିଟିର କନ୍ୟା ପକ୍ଷ ଘରକୁ ଯାଇ ଦେବ ଦମ୍ପତିଙ୍କ ଯୁଗଳମୂର୍ତ୍ତି ଦର୍ଶନ କରିଛନ୍ତି l ଆଜି ଭୋର ସକାଳ 3.50 ମିନିଟ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ରେନ ଯୋଗେ ସମ୍ବଲପୁର ପହଞ୍ଚି ଏମସିଏଲ ଗେଷ୍ଟ ହାଉସକୁ ଯାଇଥିଲେ l ସେଠାରେ ସେ କିଛି ସମୟ ବିଶ୍ରାମ ନେବା ପରେ 10 ଟା 50 ମିନିଟ ସମୟରେ ସମ୍ବଲପୁର ଶାନ୍ତି ନଗରକୁ ଆସି ଠାକୁରପଡା ଶୀତଳଷଷ୍ଠୀ ଯାତ୍ରାର କନ୍ୟା ପିତା ମାତା ଘରେ ଦେବଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରିଥିଲେ l ଏହାପରେ ଜଗନ୍ନାଥ କଲୋନୀ, କୁଳୁଥିକାନୀ, ସିନ୍ଦୁରପଙ୍କ, ଅଇଁଠାପାଲି ସ୍ଥିତ ବିଭିନ୍ନ ଯାତ୍ରା କମିଟିର କନ୍ୟା ମାତାପିତାଙ୍କ ଘରକୁ ଯାଇ ଦେବ ଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରିଥିଲେ l

ସନ୍ଧ୍ୟାରେ ଧର୍ମେନ୍ଦ୍ର ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ ଲାଭ କରିଛନ୍ତି l ବିଳମ୍ବିତ ରାତ୍ରୀରେ ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରାର ନନ୍ଦପଡା, ଝାଡୁଆ ପଡା ସହ ଅନ୍ୟାନ୍ୟ ଯାତ୍ରା କମିଟିମାନଙ୍କରେ ଥିବା ଆଳତୀ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ରହିଛି l

ଏନେଇ ଧର୍ମେନ୍ଦ୍ର କହିଛନ୍ତି, ଶୀତଳଷଷ୍ଠୀ ଯାତ୍ରା ଭାଇଚାରାର ପର୍ବ l ଭାଗ୍ୟରେ ଥିଲେ ଦେବା ଦେବୀଙ୍କ ଦର୍ଶନ ମିଳେ l ଏହି ପର୍ବ ଶତାବ୍ଦୀ ଶତାବ୍ଦୀ ଧରି ଐତିହାସିକ ସହର ସମ୍ବଲପୁରରେ ହୋଇ ଆସୁଛି l ଏହି ପର୍ବ ପୁରୁଣା ସମ୍ପର୍କର, ଏପର୍ବ ସମ୍ବନ୍ଧ ର ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ l

ଏହି ଅବସରରେ ଧର୍ମେନ୍ଦ୍ର ନୂତନ ସଂସଦ ଭବନ ଲୋକାର୍ପଣ ନେଇ ସୃଷ୍ଟି ହୋଇଥିବା ବିବାଦ ନେଇ ମଧ୍ୟ ମୁହଁ ଖୋଲିଥିଲେ l କହିଥିଲେ ଯେ ଭାରତ ହେଉଛି ଆଦ୍ୟ ଗଣତନ୍ତ୍ରର ସ୍ଥାନ l ଗଣତନ୍ତ୍ରରେ ଭାରତ ନେତୃତ୍ବ ନେଉଛି l ଗଣତନ୍ତ୍ରର ଆଲୋଚନା ସଂସଦ ଭବନରେ ହୋଇଥାଏ l ପୁରୁଣା ସଂସଦ ଭବନ ଟି ଇଂରେଜ ଅମଳରେ ତିଆରି ହୋଇଥିଲା l ବର୍ତ୍ତମାନର ନୂତନ ସଂସଦ ଭବନ ଟି ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ଙ୍କ ନେତୃତ୍ବରେ ତିଆରି ହୋଇଛି l ଏହା ଦଳୀୟ ବିଷୟ ନୁହେଁ, ରାଜନୀତିରୁ ଉର୍ଦ୍ଧ୍ବରେ ଏହାକୁ ରଖିବା କଥା ।

ପ୍ରକାଶ ଯେ, ସମ୍ପନ୍ନ ହୋଇଛି ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରାର ଦେବ ବିବାହ l ଆଜି ସକାଳୁ ସମ୍ବଲପୁର ର ନନ୍ଦପଡା, ମୁଦୀପଡା, ଝାଡୁଆପଡା ସମେତ ସମସ୍ତ ଶୀତଳଷଷ୍ଠୀ ଯାତ୍ରା କମିଟିର ଦେବ ବିବାହ ବା ଭଗବାନ ଶିବ ଓ ମାତା ପାର୍ବତୀ ଙ୍କ ବିବାହ ସମ୍ପନ୍ନ ହୋଇଛି l ଆଜି କନ୍ୟା ପିତା ମାତା ଦେବ ଦମ୍ପତି ଙ୍କୁ ବିଦାୟ ଦେବାକୁ ଥିବା ବେଳେ ଆଜି ବିଳମ୍ବିତ ରାତି 11 ଟାରୁ ମନ୍ଦିର ରୁ ବାହାରିବ ଯୁଗଲ ଦର୍ଶନ ଶୋଭାଯାତ୍ରା ଯାହା ଆସନ୍ତା କାଲି ଅପରାହ୍ନ ପର୍ଯ୍ୟନ୍ତ ଚାଲିବ ଓ ସନ୍ଧ୍ୟା ରେ ଦେବ ଦମ୍ପତି ଙ୍କ ମନ୍ଦିର ପ୍ରବେଶ ହେବ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.