ETV Bharat / state

ସମ୍ବଲପୁରରେ ଧର୍ମେନ୍ଦ୍ର, ସ୍ବାଧିନତା ସଂଗ୍ରାମୀଙ୍କ ଦାୟାଦଙ୍କୁ ସମ୍ବର୍ଦ୍ଧ୍ବନା - ପରାକ୍ରମ ଦିବସ

ସମ୍ବଲପୁର ଆଇଆଇଏମ ପକ୍ଷରୁ ଆୟୋଜିତ ପରାକ୍ରମ ଦିବସ ଅବସରରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଦୁଇ ପଦ୍ମଶ୍ରୀଙ୍କୁ ସମ୍ବର୍ଦ୍ଧ୍ବିତ କଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢ଼ନ୍ତୁ

215th birth anniversary of surendra sai
ବୀର ସୁରେନ୍ଦ୍ର ସାଏଙ୍କ 215 ତମ ଜୟନ୍ତୀ
author img

By

Published : Jan 24, 2023, 12:35 PM IST

ସମ୍ବଲପୁରରେ ଧର୍ମେନ୍ଦ୍ର

ସମ୍ବଲପୁର: ଓଡ଼ିଆ ମାଟିର ମହାନ ପୁରୁଷ ତଥା ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ 215 ତମ ଜନ୍ମ ଜୟନ୍ତୀ ଅବସରରେ ସମ୍ବଲପୁର ଆଇଆଇଏମ ପକ୍ଷରୁ ତପସ୍ୱିନୀ ଜିଲ୍ଲା ପ୍ରେକ୍ଷାଳୟରେ ପରାକ୍ରମ ଦିବସ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ବାଧିନତା ସଂଗ୍ରାମୀଙ୍କ ଦାୟାଦଙ୍କୁ ସମ୍ବର୍ଦ୍ଧ୍ବିତ କରିଛି । ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ, ସଂଘର୍ଷମୟ ଜୀବନୀ ଓ ଜେଲ ଜୀବନ ଉପରେ ନିଜର ଅଭିଭାଷଣ ରଖିଥିଲେ ଧର୍ମେନ୍ଦ୍ର ।

ଏହା ମଧ୍ୟ ପଢ଼ନ୍ତୁ: ମଝି ସମୁଦ୍ରରେ ମରଣ ମୁହଁରୁ ବଞ୍ଚିଲେ ମିଆଁମାର ନାବିକ, ଦେବଦୂତ ସାଜିଲା ଭାରତୀୟ ତଟରକ୍ଷୀ ବାହିନୀ

ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ସ୍ୱାଧୀନତା ସଂଗ୍ରାମ କରି ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ଜେଲରେ ଜୀବନ କାଟିଥିଲେ । ତେବେ ଭାରତ ଇତିହାସରେ ତାଙ୍କୁ ସେହିଭଳି ସମ୍ମାନ ମିଳିପାରିନି । ଯୁବପିଢ଼ିଙ୍କ ପାଇଁ ଆଗାମୀ ଦିନରେ ଇତିହାସ ପୃଷ୍ଠାରେ ସୁରେନ୍ଦ୍ର ସାଏଙ୍କ ଜୀବନୀକୁ ନୂତନ ଭାବେ ସ୍ଥାନିତ କରିବାକୁ ଉଦ୍ୟମ କରିବି । ସମ୍ବଲପୁର ଆଇଆଇଏମ ମ୍ୟାନେଜମେଣ୍ଟ ପାଠ ପଢାଇବା ସହ ସ୍ଥାନୀୟ ବୟନ ଶିଳ୍ପର ପ୍ରଚାର ପ୍ରସାର ପାଇଁ କାମ କରୁଛି, ଯୁବପିଢ଼ି ଚକିରି ପଛରେ ନଧାଇଁ ଯେପରି ନିଜେ ନିଯୁକ୍ତିଦାତା ହୋଇ ପାରିବେ ସେନେଇ ଆଇଆଇଏମ ଉଦ୍ୟମ ଜାରି ରଖିବା ଉଚିତ। "

ଏହା ମଧ୍ୟ ପଢ଼ନ୍ତୁ: Dharmendra To Contest Election: ଧର୍ମେନ୍ଦ୍ରଙ୍କ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ

କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ନୀତି ଇତିହାସ ପୃଷ୍ଠାରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଯେଉଁମାନଙ୍କୁ ଲୋକ ଜାଣିନାହାନ୍ତି ସେମାନଙ୍କ ଜୀବନୀ ସ୍ଥାନିତ କରିବାକୁ ଚେଷ୍ଟା କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ ଓ ହଳଧର ନାଗଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କୀୟମାନଙ୍କୁ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନୀତ ମଧ୍ୟ କରିଥିଲେ । କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ ,ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୟଶ୍ୱାଳ ପ୍ରମୁଖଙ୍କ ସହ ସମ୍ବଲପୁର ସହର ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନେଶ୍ୱର ବ୍ଲକ ପରମାନପୁରରେ ଚାଲିଥିବା ଧନୁଯାତ୍ରା ଉତ୍ସବରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.