ETV Bharat / state

ଗରିବ କଲ୍ୟାଣ ସମାବେଶକୁ ଧର୍ମେନ୍ଦ୍ରଙ୍କ ସମ୍ବୋଧନ, କହିଲେ ଆଗକୁ ବି ଦେଶରେ ମୋଦିଙ୍କ ଶାସନ ପ୍ରଣାଳୀ ଆବଶ୍ୟକ

ସମ୍ବଲପୁର ଗସ୍ତ କରି ଗରିବ କଲ୍ୟାଣ ସମାବେଶକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

author img

By

Published : Jun 11, 2023, 8:05 AM IST

Updated : Jun 11, 2023, 8:43 AM IST

Garib Kalyan Samabesh at Sambalpur
ଗରିବ କଲ୍ୟାଣ ସମାବେଶରେ ଧର୍ମେନ୍ଦ୍ରଙ୍କ ଆହ୍ବାନ
Dharmendra Pradhan addressed Garib Kalyan Samabesh

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନର 9 ବର୍ଷ ପୂର୍ତ୍ତି ଅବସରରେ ସମ୍ବଲପୁରରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜିଲ୍ଲା ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ଟାମ୍ପରକେଲାରେ ‘ଗରିବ କଲ୍ୟାଣ ସମାବେଶର ଆୟୋଜନ ହୋଇଥିଲା । ଏହି ଅବସରରେ ସମାବେଶକୁ ସମ୍ବୋଧନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ହିସାବ ଓ ଓଡିଶାବାସୀ କିପରି ଉପକୃତ ହୋଇଛନ୍ତି ସେ ନେଇ ସାଧାରଣ ଜନତାଙ୍କୁ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବଲପୁର ଜିଲ୍ଲାକୁ ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ପରିବାର ପିଛା ପାଖାପାଖି ପ୍ରାୟ ୫ ଲକ୍ଷ ଟଙ୍କା ମୋଦି ସରକାର ଦେଇଛନ୍ତି । ଆଜି ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ବିଶ୍ୱ ସ୍ୱୀକାର କରିଛି । ଗରିବ କଲ୍ୟାଣକାରୀ ଯୋଜନା ଗରିବ, ଚାଷୀ, ମହିଳା, ଯୁବକ ଓ ବଞ୍ଚିତ ବର୍ଗର ଲୋକଙ୍କ ଜୀବନ ଶୈଳୀକୁ ପରିବର୍ତ୍ତନ କରିଛି । ଗରିବ କଲ୍ୟାଣରେ ଦେଶ, ରାଜ୍ୟ ଓ ଅଞ୍ଚଳର ଆଭ୍ୟନ୍ତରୀଣ ସୁରକ୍ଷା ଓ ସ୍ୱାଭିମାନର କଥା । ସମ୍ବଲପୁର ପରିଶ୍ରମୀ, ସ୍ୱାଭିମାନ ଓ ଆତ୍ମନିର୍ଭର ହେବା ପାଇଁ ଶିକ୍ଷା ଦିଏ । ସମ୍ବଲପୁରର ସୁଯୋଗ୍ୟ ସନ୍ତାନଙ୍କୁ ମୋଦି ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରି ସମ୍ବଲପୁରର କଳା ଓ ଅନ୍ୟ ପ୍ରତିଭାକୁ ଯଥୋଚିତ ସମ୍ମାନ ଦେଇଥିବା ସମାବେଶକୁ ସମ୍ବୋଧନ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ ଆହୁରି କହିଛନ୍ତି, ''ମୋଦିଜୀଙ୍କ 9 ବର୍ଷର ସେବା ଓ ସୁଶାସନରେ ସମ୍ବଲପୁର ଜିଲ୍ଲାକୁ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ, ଆବାସରେ ଘର, ସ୍ବଚ୍ଛ ଭାରତ ଯୋଜନାରେ ଶୌଚାଳୟ ସହ ଉଜ୍ବଳା ଯୋଜନାରେ ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ କୋଟି କୋଟି ଟଙ୍କା ଦିଯାଇଯାଇଛି । ଜିଲ୍ଲାରେ ପିଲାମାନଙ୍କୁ ଉନ୍ନତମାନର ମ୍ୟାନେଜମେଣ୍ଟ ଶିକ୍ଷା ଦେବା ପାଇଁ ଆଇଆଇଏମ ସମ୍ବଲପୁର ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନ ସ୍ଥାପନା ମୋଦି ସରକାରରରେ ହୋଇଛି । ଖୁବଶୀଘ୍ର ପ୍ରଧାନମନ୍ତ୍ରୀଙ୍କ କରକମଳରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ହେବ । ଆଜି ଓଡ଼ିଶା ଏକ ବଡ଼ ସମସ୍ୟା ଦେଇ ଗତି କରୁଛି । ମନ୍ତ୍ରୀମାନେ ଅମଲାତନ୍ତ୍ରର ସଭା ପାଇଁ ବନ୍ଦୋବସ୍ତ କରୁଛନ୍ତି, ଯାହା ସମ୍ବିଧାନ ବିରୋଧୀ ବୋଲି ।''

ଶାସକ ଦଳକୁ ସମାଲୋଚନା: ଓଡ଼ିଶାର ଭାବାବେଗ ସହ ଯାହାର ସମ୍ପର୍କ ନାହିଁ, ସେମାନେ ଆଜି ଦାୟିତ୍ୱ ନେଇଛନ୍ତି । କେନ୍ଦ୍ର ଯୋଜନାରେ ଅର୍ଥ ଖର୍ଚ୍ଚ କରିବାରେ ରାଜ୍ୟ ବିଫଳ । ଦୁର୍ନୀତି, ଦଳୀୟ ମନବୃତ୍ତି, ଅପାରଗତା, ପ୍ରିୟାପ୍ରୀତି ଆଜି ଓଡିଶାକୁ ବାଧକ ସାଜିଛି । ଓଡିଶା ବାହାର ଲୋକ ଯାହାର ଓଡ଼ିଶାର ଭାବାବେଗ ସହ ଯାହାର ସମ୍ପର୍କ ନାହିଁ ସେମାନେ ଦାୟିତ୍ବ ନେଇଛନ୍ତି । ରାଜ୍ୟରେ ସମ୍ବିଧାନ ବିରୋଧୀ ସମୂହ ଓ ଭ୍ରଷ୍ଟାଚରୀ ସମୂହଙ୍କୁ ଓଡ଼ିଶାରୁ ବାହାର କରିବା ପାଇଁ ପଡିବ ଓ ମୋଦିଙ୍କ ଶାସନ ପ୍ରଣାଳୀକୁ ଆଗକୁ ନେବାକୁ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ସେବା ଓ ସୁଶାସନରେ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସମ୍ବଲପୁର ଜିଲ୍ଲାର ୧ ଲକ୍ଷ ୬୪ ହଜାର ୫୭୪ ଟି ପରିବାରକୁ ସର୍ବମୋଟ ୭ ହଜାର ୯୧୮ କୋଟି ଟଙ୍କା ଦେଇଛନ୍ତି । ଅର୍ଥାତ୍ ଜିଲ୍ଲାର ପରିବାର ପିଛା ପ୍ରାୟ ୪ ଲକ୍ଷ ୮୧ ହଜାର ୧୨୧ ଟଙ୍କା ମୋଦି ସରକାର ଦେଇଛନ୍ତି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ସମ୍ବଲପୁର ଜିଲ୍ଲାର ୭ ଲକ୍ଷ ୫୭ ହଜାର ୬୦୬ ଜଣ ହିତାଧିକାରୀଙ୍କୁ ଜଣଙ୍କ ପିଛା ମାସିକ ୫ କେଜି ଚାଉଳ ହିସାବରେ ୧,୬୩୬ କୋଟି ଟଙ୍କା ଦିଆହୋଇଛି । ସ୍ୱନିଧି ଯୋଜନାରେ ୩, ୩୧୧ ଜଣ ଉଠା ଦୋକାନୀଙ୍କୁ ୪.୨୪ କୋଟି ଟଙ୍କା, ପିଏମ ଆବାସ ସହର ଓ ଗ୍ରାମୀଣରେ ପ୍ରାୟ ୬୬ ହଜାରରୁ ଊର୍ଦ୍ଧ୍ୱ ଘର ନିର୍ମାଣ ପାଇଁ ୧ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମନ୍ତ୍ରୀ କରୁଛନ୍ତି ସଭାର ଆୟୋଜନ: ମନ୍ତ୍ରୀ ଅଫିସରଙ୍କ ସଭାର ଆୟୋଜନ କରୁଛନ୍ତି । ଅମଲାମାନେ ହେଲିକପ୍ଟରରେ ଆସି ସଭା ସମିତି କରୁଛନ୍ତି, ଲୋକମାନଙ୍କୁ ହାତ ହଲାଉଛନ୍ତି । ମନ୍ତ୍ରୀମାନେ ଅମଲାଙ୍କ ସଭାର ଆୟୋଜନ କରୁଛନ୍ତି । ବଡ଼ ବଡ଼ ପ୍ରଭାଵଶାଳୀ ମନ୍ତ୍ରୀ ଓ ବିଧାୟକମାନେ ଅମଲାମାନଙ୍କ ପାଇଁ ସଭା ଓ ମଞ୍ଚର ବନ୍ଦୋବସ୍ତ କରୁଛନ୍ତି । ଦୂରରେ ଛତା ଧରି ରହୁଛନ୍ତି । ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାଦ ଦିଆଯିବା ଘଟଣା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ପଚରା ଯିବାରୁ ସେ କହିଥିଲେ ଯେ ଏଠି ମନ୍ତ୍ରୀ ରହିଲେ କେତେ ନରହିଲେ କେତେ । ଏଠି ତ ଅମଲାମାନଙ୍କ ପାଇଁ ବଡ଼ ବଡ଼ ମନ୍ତ୍ରୀ ମଞ୍ଚର ପ୍ରସ୍ତୁତ କରୁଛନ୍ତି । କିଛି ଲୋକ ଓଡିଶାକୁ ନିଜର ଜାଗିର ବୋଲି ଭାବୁଛନ୍ତି । ଦେଶ ସ୍ୱାଧୀନତା ପରେ ସମ୍ବିଧାନ ପ୍ରଣୟନ ସମୟରେ ଆମ ଦେଶର ମହାପୁରୁଷମାନେ ନିର୍ଣ୍ଣୟ ନେବାର ଅଧିକାର ଜନପ୍ରତିନିଧିମାନଙ୍କୁ ଦେଇଥିଲେ ତେବେ ବର୍ତ୍ତମାନ ଓଡିଶାରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ସମ୍ବଲପୁର

Last Updated : Jun 11, 2023, 8:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.