ETV Bharat / state

ଶେଷ ହେଉନି ସ୍ୱେରେଜ କାର୍ଯ୍ୟ, ପାର୍ବଣ ପୂର୍ବରୁ ମୁଣ୍ଡବଥାର କାରଣ ପଲଟିଛି ରାସ୍ତା ସମସ୍ୟା - ସମ୍ବଲପୁରରେ ସ୍ବେରେଜ କାର୍ଯ୍ୟ ପାଇଁ ଟ୍ରାଫିକ ସମସ୍ୟା

ଦୁର୍ଗା ପୂଜା ନେଇ ସମ୍ବଲପୁର ସହରର ଚଳଚଞ୍ଚଳ ହୋଇ ଉଠିଛି । କିନ୍ତୁ ସହରରେ ରାସ୍ତା ଏବଂ ସ୍ବେରେଜ୍‌ କାମ ଜାରି ରହିଥିବା ବେଳେ ବହୁତ ଟ୍ରାଫିକ ସମସ୍ୟା ଉପୁଜିଛି । ଅଧିକ ପଢନ୍ତୁ

ପାର୍ବଣରେ ମଣ୍ଡବଥାର କାରଣ ପଲଟିଛି ରାସ୍ତା ସମସ୍ୟା

author img

By ETV Bharat Odisha Team

Published : Oct 13, 2023, 7:02 AM IST

ପାର୍ବଣରେ ମଣ୍ଡବଥାର କାରଣ ପଲଟିଛି ରାସ୍ତା ସମସ୍ୟା

ସମ୍ବଲପୁର: ଆଗକୁ ଦୁର୍ଗା ପୂଜା । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସମ୍ବଲପୁର ସହରର ବିଭିନ୍ନ ଦୁର୍ଗା ପୂଜା କମିଟିଗୁଡ଼ିକର ପ୍ରସ୍ତୁତି ଜୋରସୋରରେ ଚାଲିଛି । ତେବେ ଏହି ପାର୍ବଣରେ ସମ୍ବଲପୁର ସହରର ମୁଖ୍ୟରାସ୍ତାଗୁଡିକର ଦୁରାବସ୍ଥା ଏବେ ଲୋକଙ୍କ ମୁଣ୍ଡବଥାର କାରଣ ସାଜିଛି । ମୁଖ୍ୟତଃ ସହରର ବିଭିନ୍ନ ରାସ୍ତା ସମ୍ପ୍ରସାରଣ ଓ ସ୍ବେରେଜ୍‌ କାମ ଚାଲିଥିବା ବେଳେ ଅଧାପନ୍ତରିଆ ହୋଇ ପଡିରହିଛି । ଏହି କାର୍ଯ୍ୟ କରୁଥିବା ସଂସ୍ଥାର ଅବହେଳା ଯୋଗୁଁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।

ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହର । ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ଯୋଗୁଁ ବର୍ତ୍ତମାନ ସହର ପ୍ରମୁଖ ରାସ୍ତାଗୁଡିକର ସମ୍ପ୍ରସାରଣ ଜାରି ରହିଥିବା ବେଳେ ସ୍ବେରେଜ କାମ ମଧ୍ୟ ଜାରି ରହିଛି l ଫଳରେ କେତେକ ସ୍ଥାନରେ ରାସ୍ତା ଉପରେ ମାଟି ପଡି ରହିଥିବା ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଯାଉଛି l ଅନ୍ୟପଟେ କେତେକ ରାସ୍ତାର ଧୂଳି ଉଡ଼ି ପ୍ରଦୂଷଣ ହେଉଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ଲୋକେ ନିଜର ଦୈନନ୍ଦିନ କାର୍ଯ୍ୟରେ ଏହି ରାସ୍ତା ଦେଇ ଯାଉଥିବା ବେଳେ ଏହିଭଳି ସମସ୍ୟା ଭୋଗି ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ...LAccMI Scheme Launch: ରାଜ୍ୟରେ ଚାଲିବ ହଜାରେ ବସ, ମାଲକାନଗିରି ଓଡିଶା ବିକାଶର ଲଞ୍ଚ ପ୍ୟାଡ: ମୁଖ୍ୟମନ୍ତ୍ରୀ

ଅନ୍ୟପଟେ ବର୍ତ୍ତମାନ ପାର୍ବଣର ଋତୁ ହୋଇଥିବା ବେଳେ ରାସ୍ତାରେ ଅଧିକ ଜନଗହଳି ଥିବାରୁ ସମସ୍ୟା ଦ୍ବିଗୁଣିତ ହେଉଛି । ଏନେଇ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ଏଥିପାଇଁ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି l ସ୍ବେରେଜ କାର୍ଯ୍ୟ କରୁଥିବା ସଂସ୍ଥା କାର୍ଯ୍ୟରେ ବିଳମ୍ବ କରୁଥିବା ବେଳେ ଗାତ ଖୋଲି ରାସ୍ତାକୁ ପୂର୍ବପରି ତିଆରି କରୁନଥିବା ଅଭିଯୋଗ ହୋଇ ଆସୁଛି l ଫଳରେ ରାସ୍ତାରେ ଖାଲଖମା ରହୁଥିବା ଅଭିଯୋଗ ହୋଇଛି l ଅନ୍ତତଃ ବର୍ତ୍ତମାନ ପାର୍ବଣ ଋତୁ ଥିବାବେଳେ ଏହି ସମୟରେ ସହରର ରାସ୍ତାଗୁଡିକୁ ଯାଥା ଶୀଘ୍ର ମରାମତି କରିବାର ଦାବି ହୋଇଛି l ବର୍ତ୍ତମାନ ସହର ଧନୁପାଲି ଛକରୁ ଗୋବିନ୍ଦ ତୋଳା, ଗୋବିନ୍ଦତୋଳାରୁ ଜେଲ୍‌ ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଖରାପ ସ୍ଥିତିରେ ରହିଛି l

ତେବେ ମହାନଗର ନିଗମର କମିଶନର ଏନେଇ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ଲୋକଙ୍କ ଏହି ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ପାଖରେ ଖବର ରହିଛି । ତେବେ ଯଥାଶୀଘ୍ର ଏହାର ସମାଧାନ କରାଯିବ କିନ୍ତୁ ଦୁର୍ଗା ପୂଜା ପରେ ହିଁ ସବୁ ରାସ୍ତା ମରାମତି କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.