ETV Bharat / state

ସରକାରୀ ବସଷ୍ଟାଣ୍ଡରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲା ବ୍ୟବସାୟୀ ସଙ୍ଘ

ପୁରାତନ ସରକାରୀ ବସଷ୍ଟାଣ୍ଡର ପରିମଳ ବ୍ୟବସ୍ଥାକୁ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲା ସରକାରୀ ବସଷ୍ଟାଣ୍ଡ ବ୍ୟବସାୟୀ ସଙ୍ଘ । ଅଧିକ ପଢନ୍ତୁ

sanitation problem
sanitation problem
author img

By

Published : Apr 5, 2023, 7:26 AM IST

sanitation problem

ସମ୍ବଲପୁର: ଅବହେଳିତ ସହରର ପୁରାତନ ସରକାରୀ ବସଷ୍ଟାଣ୍ଡ l ଏହି ସରକାରୀ ବସଷ୍ଟାଣ୍ଡକୁ ଦୈନିକ ରାଜ୍ୟର ସବୁ ଜିଲ୍ଲାରୁ ସରକାରୀ ବସ ଚଳାଚଳ କରୁଥିବା ବେଳେ ଶହ ଶହ ଯାତ୍ରୀ ମଧ୍ୟ ଯିବା ଆସିବା କରୁଛନ୍ତି l ହେଲେ ଏହି ସ୍ଥାନରେ ପରିମଳ ବ୍ୟବସ୍ଥାର କୌଣସି ସୁବିଧା ନାହିଁ । ଏନେଇ ଯାତ୍ରୀଙ୍କ ସହ ସାଧାରଣ ଜନତା ଓ ବ୍ୟବସାୟୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେଣୁ ଏହି ସ୍ଥାନର ବିପର୍ଯ୍ୟସ୍ତ ପରିମଳ ସମସ୍ୟା ସୁଧାରିବାକୁ ଦାବି କରିଛି ସରକାରୀ ବସଷ୍ଟାଣ୍ଡ ବ୍ୟବସାୟୀ ସଙ୍ଘ l ସମ୍ବଲପୁରର ପୁରୁଣା ବସଷ୍ଟାଣ୍ଡ ବ୍ୟବସାୟୀ ସଂଘ ପକ୍ଷରୁ ଗତକାଲି(ମଙ୍ଗଳବାର) ବସଷ୍ଟାଣ୍ଡର ବିପର୍ଯ୍ୟସ୍ତ ପରିମଳ ସମସ୍ୟା ନେଇ ଏକ ଦାବିପତ୍ର ସମ୍ବଲପୁର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ସମ୍ବଲପୁରର ଏହି ପୁରୁଣା ବସଷ୍ଟାଣ୍ଡର ବ୍ୟବସାୟୀ ସଂଘର ସଭାପତି ମୋହନ ସାହାଙ୍କ ନେତୃତ୍ବରେ ବସଷ୍ଟାଣ୍ଡରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ପରିମଳ ବ୍ୟବସ୍ଥା ସୁଧାର ଆଣିବାକୁ ପ୍ରଶାସନ ନିକଟରେ ଦାବି ହୋଇଛି । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗତ କିଛି ବର୍ଷ ହେବ ସମ୍ବଲପୁରର ଏହି ପୁରୁଣା ସରକାରୀ ବସଷ୍ଟାଣ୍ଡ ଅଞ୍ଚଳରେ ସଫେଇ କାର୍ଯ୍ୟ ଠିକ୍ ଭାବେ କରାଯାଉ ନାହିଁ । ଏହା ଯୋଗୁଁ ଏହି ଅଞ୍ଚଳରେ ଥିବା ଡ୍ରେନଗୁଡିକ ପୋତି ହୋଇଯିବା ସହ ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଆଉ ଯଦି ଆକସ୍ମିକ ଭାବରେ କେବେ କେମିତି ଡ୍ରେନଗୁଡିକ ସଫେଇ ହେଉଛି ତାହେଲେ ମାସକରେ ଥରେ ହେଉଛି । ପୁଣି ଡ୍ରେନରୁ ବାହାରୁଥିବା ଆବର୍ଜନାଗୁଡିକ ଉଠା ଯାଉନାହିଁ ବୋଲି ଅଭିଯୋଗ ହୋଇଛି ।

ଏଥିପାଇଁ ପୁରୁଣା ସରକାରୀ ବସଷ୍ଟାଣ୍ଡରେ ପରିବେଶ ଦୂଷିତ ହେଇଥିବା ବେଳେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ସମ୍ବଲପୁରର ଏହି ପୁରୁଣା ବସଷ୍ଟାଣ୍ଡକୁ ଦୈନିକ ଆସୁଥିବା ଶହ ଶହ ଯାତ୍ରୀ ଓ ସାଧାରଣ ଲୋକଙ୍କ ସହ ଏଠାରେ ଦୋକାନ କରିଥିବା ବ୍ୟବସାୟୀମାନେ ସମସ୍ୟା ଭୋଗୁଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏହା ଉପରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜଙ୍କ ସହ ଆଲୋଚନା ମଧ୍ୟ କରିଛି ସଙ୍ଘ । ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ କହିଛନ୍ତି ଯେ, ଏହି ବିପର୍ଯ୍ୟସ୍ତ ପରିମଳ ସମସ୍ୟା ନେଇ ହୋଇଥିବା ଅଭିଯୋଗ ଉପରେ ମହାନଗର ନିଗମର କମିଶନରଙ୍କ ସହ ଆଲୋଚନା କରାଯାଇ ସମାଧାନ ପାଇଁ ପଦକ୍ଷେପ ନିଆଯିବ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.