ETV Bharat / state

କୋରୋନା କାଳରେ ଶୌଚାଳୟ ସମସ୍ୟା, ଘାଣ୍ଟି ହେଉଛନ୍ତି ସମ୍ବଲପୁର ବାସିନ୍ଦା - ଗାନ୍ଧୀ କଲୋନୀରେ ଶୌଚାଳୟ ସମସ୍ୟା

ସମ୍ବଲପୁର ମହାନଗର ନିଗମ 29 ନମ୍ବର ୱାର୍ଡର ସରଳାକାନି ଅଞ୍ଚଳ ଗାନ୍ଧୀ କଲୋନୀରେ ମୁଣ୍ଡବିନ୍ଧା ପାଲଟିଛି ଶୌଚାଳୟ ସମସ୍ୟା । ଅଧିକ ପଢନ୍ତୁ

କୋରୋନା କାଳରେ ଶୌଚାଳୟ ସମସ୍ୟା, ଘାଣ୍ଟି ହେଉଛନ୍ତି ସମ୍ବଲପୁର ବାସିନ୍ଦା

author img

By

Published : May 8, 2021, 10:56 PM IST

ସମ୍ବଲପୁର: ମହାନଗର ନିଗମ ଅଞ୍ଚଳରେ ରହି ମଧ୍ୟ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ଏଠାକାର ବାସିନ୍ଦା । ସମ୍ବଲପୁର ମହାନଗର ନିଗମ 29 ନମ୍ବର ୱାର୍ଡର ସରଳାକାନି ଅଞ୍ଚଳ ଗାନ୍ଧୀ କଲୋନୀରେ ମୁଣ୍ଡବିନ୍ଧା ପାଲଟିଛି ଶୌଚାଳୟ ସମସ୍ୟା ।

କୋରୋନା କାଳରେ ଶୌଚାଳୟ ସମସ୍ୟା, ଘାଣ୍ଟି ହେଉଛନ୍ତି ସମ୍ବଲପୁର ବାସିନ୍ଦା

ଏଠାରେ 500 ପରିବାର ରୁହନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ଗରିବ ଖଟିଖିଆ ଆଦିବାସୀ ପରିବାର । ହେଲେ ଏଠାକାର ଶୌଚାଳୟ ସମସ୍ୟା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏଠାରେ ଥିବା ଏକମାତ୍ର ମହାନଗର ନିଗମ ର ଶୌଚାଳୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହା 2014 ରୁ ତିଆରି ହୋଇଛି , ତେବେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇ ପାରିନି । ଏହି ଶୌଚାଳୟ କୁ ଜଳ ଯୋଗାଣ ବ୍ୟବସ୍ଥା ହୋଇନଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରିନି ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

ତେବେ ସବୁଠାରୁ ବଡ଼ କଥା ହେଲା ବର୍ତ୍ତମାନ କୋରୋନା କାଳରେ ଚାରିଆଡେ ଲକଡାଉନ ଥିବା ବେଳେ ସ୍ଥାନୀୟ ଲୋକ ଶୌଚାଳୟର ଅଭାବରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ସଂକ୍ରମଣ ଭୟ ସ୍ଥାନୀୟ ଲୋକଙ୍କ ସମସ୍ୟା ବଢ଼େଇ ଦେଇଛି।

ଏଭଳି ପରିସ୍ଥିତି ରେ ସ୍ଥାନୀୟ ଲୋକ ଏହି ଶୌଚାଳୟ କୁ କାର୍ଯ୍ୟକ୍ଷମ କରେଇବାକୁ ମହାନଗର ନିଗମ କତ୍ତୃପକ୍ଷଙ୍କୁ ନିବେଦନ କରିବା ସହ ଆଉ 2 ଟି ଶୌଚାଳୟ ତିଆରି କରିବାକୁ ଦାବି କରିଛନ୍ତି।

ସମ୍ବଲପୁରରୁ ବାଦଶାହ ଯୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.