ETV Bharat / state

ଧବଳମୁଖୀ ବେଶରେ ମା’ ସମଲେଶ୍ବରୀ, ଦର୍ଶନ କରି ଭାବବିହ୍ବଳ ଭକ୍ତ

author img

By

Published : Oct 6, 2021, 10:19 AM IST

Updated : Oct 6, 2021, 10:40 AM IST

ଆଜି ମହଳୟା । ଏହି ତିଥିରେ ମା’ ସମଲେଶ୍ବରୀଙ୍କ ସ୍ଵତନ୍ତ୍ର ମାହାତ୍ମ୍ୟ ରହିଛି। କାରଣ ବର୍ଷ ତମାମ ମା’ ସିନ୍ଦୁରମୁଖୀ ହୋଇ ଦର୍ଶନ ଦେଉଥିବା ବେଳେ ଆଜିର ଏହି ତିଥିରେ ମା’ ଧବଳମୁଖୀ ବେଶରେ ଦର୍ଶନ ଦିଅନ୍ତି। ଅଧିକ ପଢନ୍ତୁ...

ଆଜି ଶ୍ରଦ୍ଧାଳୁଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ

ସମ୍ବଲପୁର: ଆଜି ହେଉଛି ମହଳୟା ତିଥି। ଏହି ତିଥିରେ ମା’ ସମଲେଶ୍ବରୀଙ୍କ ସ୍ଵତନ୍ତ୍ର ମାହାତ୍ମ୍ୟ ରହିଛି। କାରଣ ବର୍ଷ ତମାମ ମା’ ସିନ୍ଦୁରମୁଖୀ ହୋଇ ଦର୍ଶନ ଦେଉଥିବା ବେଳେ ଆଜିର ଏହି ତିଥିରେ ମା’ ଧବଳମୁଖୀ ବେଶରେ ଦର୍ଶନ ଦିଅନ୍ତି। ମା’ଙ୍କ ଏହି ବେଶକୁ ଗଙ୍ଗା ବେଶ ବୋଲି ମଧ୍ୟ କୁହାଯାଏ। ଆଜିର ଏହି ଦିନରେ ପୂର୍ବଜମାନଙ୍କୁ ତିଳତର୍ପଣ କରି ମା’ ସମଲେଶ୍ବରୀଙ୍କ ଏହି ବେଶକୁ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ଆଉ ଏହି ବିଶ୍ବାସ ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ଆକର୍ଷିତ କରିଥାଏ।

ତେଣୁ ଆଜି ମା’ଙ୍କ ମନ୍ଦିରରେ ସକାଳ 6 ଟା ରୁ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଏହାସହ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡି ବ୍ୟବସ୍ଥା କରାଯାଇଛି। ଆଜି ସକାଳ 6 ରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ମା’ ଏହି ବେଶରେ ଦର୍ଶନ ଦେବେ। ସେଥିପାଇଁ ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଆସନ୍ତା କାଲି ଓ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ମା’ଙ୍କ ଏହି ବେଶ ବଜାୟ ରହିବ ବୋଲି ସୂଚନା ଦିଆଯାଇଛି।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Last Updated : Oct 6, 2021, 10:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.