ETV Bharat / state

ସମ୍ବଲପୁର ଚିଡିଆଖାନା, ମଣିଷଖିଆ ବାଘର ନୂଆ ଠିକଣା

ନୂଆପଡାରେ ଉଦ୍ଧାର ହୋଇଥିବା କଲରାପତରିଆ ବାଘକୁ ସମ୍ବଲପୁର ଚିଡିଆଖାନାକୁ ସ୍ଥାନାନ୍ତରଣ । ବାଘଟି ସାମାନ୍ୟ ଆଘାତ ପାଇଥିବା ବେଳେ ଚିକିତ୍ସା ଜାରି ରିଖିଛି ବନ ବିଭାଗ । ଅଧିକ ପଢନ୍ତୁ

ସମ୍ବଲପୁର ଚିଡିଆଖାନାରେ ମଣିଷଖିଆ ବାଘ
ସମ୍ବଲପୁର ଚିଡିଆଖାନାରେ ମଣିଷଖିଆ ବାଘ
author img

By ETV Bharat Odisha Team

Published : Nov 8, 2023, 9:51 PM IST

ସମ୍ବଲପୁର ଚିଡିଆଖାନାରେ ମଣିଷଖିଆ ବାଘ

ସମ୍ବଲପୁର: ନୂଆପଡାରେ ଉଦ୍ଧାର ହୋଇଥିବା ମଣିଷ ଖିଆ କଲରାପତରିଆ ବାଘକୁ ସମ୍ବଲପୁର ଚିଡିଆଖାନାର ରେସକ୍ୟୁ ସେଣ୍ଟରକୁ ଅଣାଯାଇଛି । ଏନେଇ ହୀରାକୁଦ ବନ୍ୟାପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି । ବର୍ତ୍ତମାନ ବାଘଟିକୁ କିଛି ଦିନ ପାଇଁ କ୍ୱାରେଣ୍ଟେନରେ ରଖା ଯାଇଛି । ଏହା ସହ ବାଘଟି ସାମାନ୍ୟ ଆଘାତ ଥିବାରୁ ତାର ଚିକିତ୍ସା ଜାରି ରହିଛି । ଗୋଟିଏ ପଶୁ ଚିକିତ୍ସକଙ୍କ ଟିମ ବାଘର ଚିକିତ୍ସା ଜାରି ରଖିଛନ୍ତି ।

ବର୍ତ୍ତମାନ ବାଘ ପାଖକୁ କୌଣସି ବ୍ୟକ୍ତିକୁ ଯିବାକୁ ଅନୁମତି ନାହିଁ । ଏହା ସହ ବାଘଟି ମାନସିକ ସ୍ତରରେ ଚାପଗ୍ରସ୍ତ ଥିବାର ସମ୍ଭାବନା ଥିବାରୁ କୌଣସି ମୋବାଇଲ ଭିଡିଓ ନେବ‍ା ପାଇଁ ମଧ୍ୟ ଅନୁମତି ଦିଆଯାଉନାହିଁ । ବାଘଟିର ଚିକିତ୍ସା ଜାରି ରହିଥିବାରୁ ପାଖରେ କୌଣସି ଶବ୍ଦ ପ୍ରଦୂଷଣ ଯେମିତି ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି । ଏହା ସହ ବାଘର ଚିକିତ୍ସା ଜାରି ରହିବା ଯୋଗୁଁ ତାର ସ୍ୱାସ୍ଥ୍ୟ ଅବସ୍ଥାକୁ କିଛିଦିନ ପାଇଁ ନିରୀକ୍ଷଣ କରାଯିବ । ବାଘଟିକୁ ଟ୍ରାଙ୍କୁଲାଇଜ ନକରାଯାଇ ସମ୍ବଲପୁର ଚିଡିଆଖାନାକୁ ଅଣାଯାଇଛି । ବର୍ତ୍ତମାନ ବାଘଟିକୁ ସୁସ୍ଥ କରିବାକୁ ପ୍ରାଥମିକତା ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡିଏଫଓ ଅଂଶୁପ୍ରଜ୍ଞା ଦାସ ।
ଏହା ମଧ୍ୟ ପଢନ୍ତୁ...ମହିଳାଙ୍କୁ ଝାମ୍ପି ନେଲା ବାଘ, ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ

ଏହି ବାଘଟି ନୂଆପଡା ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିଲା । ଜଣକ ପରେ ଜଣକଙ୍କ ଜୀବନ ନେଉଥିଲା । ଏହା ପରେ ବନ ବିଭାଗର ମୁଣ୍ଡ ବଥାର କାରଣ ପାଲିଟିଥିଲା । ବନ ବିଭାଗ ବାଘଟିକୁ ଧରିବାରେ ନାକେଦମ ହୋଇଥିଲା ଶେଷରେ ଗତ ଶନିବାର ମଧ୍ୟରାତିରେ ବାଘଟି ଯନ୍ତାରେ ପଡିଥିଲା । ତେବେ ବାଘ ଧରାପଡ଼ିବା ପରେ ତାକୁ ମାରିଦେବାକୁ ଗାଁ ଲୋକେ ଚାହୁଁଥିଲେ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା । ଏହା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ଏହି କଲରାପତରିଆ ବାଘ କିଛି ଦିନ ପାଇଁ ସମ୍ବଲପୁର ଚିଡିଆଖାନାକୁ ପଠାଯାଇଛି । ସେଠାରେ ବାଘଟିକୁ କିଛି ଦିନ ଚିକିତ୍ସା କରାଯିବ ।

ବାଘଟି ନୂଆପଡାରେ ପ୍ରଥମେ କଟିଙ୍ଗପାଣି ଗାଁରୁ ବାଘ ଆକ୍ରମଣ ଆରମ୍ଭ କରିଥିଲା । କଟିଙ୍ଗପାଣି ଗାଁର ସୁମନ ଧରୁଆଙ୍କ ୮ ବର୍ଷର ପୁଅ ଡମ୍ବୁ ଧରୁଆ ଏବଂ ଅର୍ଜୁନ ଧରୁଆଙ୍କ ଗାଈର ଜୀବନ ନେଇଥିଲା । ଘଟଣା ଘଟିବାର ୨ ଦିନ ପରେ ପୁଣି ସିଲିଆରିବାହାରା ଗାଁର ପୂର୍ବତନ ୱାର୍ଡମେମ୍ବର ରାମେଶ୍ୱରୀ ମାଝୀଙ୍କୁ ବାଘ ଖାଇ ଯାଇଥିଲା । ଏହା ପରେ କୋଦୋପାଲି ଗାଁର ୭ ବର୍ଷର ଶିଶୁ ନୀଳକଣ୍ଠ ବରିହାକୁ ମଧ୍ୟ ଆକ୍ରମଣ କରିଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.