ETV Bharat / state

ସମ୍ବଲପୁର ଲୋକ ମହୋତ୍ସବ: ତୃତୀୟ ସନ୍ଧ୍ୟାରେ ମନମୋହିଲା ମହାରାଷ୍ଟ୍ରର ଲାବନୀ ନୃତ୍ୟ - ସମ୍ବଲପୁର ଲୋକମହୋତ୍ସବର ତୃତୀୟ ସନ୍ଧ୍ୟା

ସମ୍ବଲପୁର ଲୋକମହୋତ୍ସବରେ ଦୁଲକୁଛି ସମ୍ବଲପୁର ସହର । ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଲୋକଙ୍କୁ ଆକର୍ଷିତ କରୁଛି ମହାରାଷ୍ଟ୍ର ଲାବନୀ ନୃତ୍ୟ । ଅଧିକ ପଢ଼ନ୍ତୁ

Sambalpur folk dance festival
ସମ୍ବଲପୁର ଲୋକ ମହୋତ୍ସବ
author img

By

Published : Jan 16, 2023, 6:51 PM IST

ସମ୍ବଲପୁର ଲୋକ ମହୋତ୍ସବ

ସମ୍ବଲପୁର : ସମ୍ବଲପୁର ବିର୍ଶାମୁଣ୍ଡା ମଇଦାନରେ ସମ୍ବଲପୁର ଲୋକମହୋତ୍ସବ ଜାରି ରହିଛି । ଆଜି ଏହି ସମ୍ବଲପୁର ଲୋକମହୋତ୍ସବର ତୃତୀୟ ସନ୍ଧ୍ୟା । ତୃତୀୟ ସନ୍ଧ୍ୟାକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦଘାଟନ କରିଥିଲେ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ମୁଖ୍ୟତଃ ମହାରାଷ୍ଟ୍ର ଲାବନୀ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ପ୍ରଥମ ୨ଦିନ ଅପେକ୍ଷା ତୃତୀୟ ଦିନରେ ଦର୍ଶକଙ୍କ ପ୍ରବଳ ଗହଳି ହୋଇଥିଲା ।

ତୃତୀୟ ସନ୍ଧ୍ୟାରେ ରାଜ୍ୟସରକାରଙ୍କ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଓ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଉଭୟ ପଦ୍ମଶ୍ରୀଙ୍କୁ ସମ୍ବଲପୁର ଜିଲ୍ଲା ମହୋତ୍ସବ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ସେହିପରି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, SMC କମିଶନର ପ୍ରଦୀପ କୁମାର ସାହୁ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମେ ଆରମ୍ଭ ହୋଇଥିଲା ଲୋକ ସଙ୍ଗୀତର କାର୍ଯ୍ୟକ୍ରମ। ବିଶିଷ୍ଟ କଥାଶିଳ୍ପୀ ନବ ମହତ୍ତମଙ୍କ "ଆଗରେ ବଳିଆ" ଗୀତରୁ ଆରମ୍ଭ ହୋଇଥିଲା ସଙ୍ଗୀତ କାର୍ଯ୍ୟକ୍ରମ । ଏହାପରେ କଣ୍ଠଶିଳ୍ପୀ ରେଶମା ରାଣୀ ଦାସଙ୍କ "ଦୂତି ଚାଲି ଆସେ" ଗୀତ ଉପସ୍ଥିତ ଅଗଣିତ ଦର୍ଶକଙ୍କ ମନ ମୋହିଥିଲା।

ପରେ ଗୋଟିଏ ପରେ ଗୋଟିଏ ଲୋକଗୀତ ପରିବେଷିତ ହୋଇଥିଲା। ଲୋକ ଗୀତର କାର୍ଯ୍ୟକ୍ରମ ପରେ ଆରମ୍ଭ ହୋଇଥିଲା ଲୋକନୃତ୍ୟର କାର୍ଯ୍ୟକ୍ରମ । ଲୋକ ନୃତ୍ୟ କାର୍ଯ୍ୟକ୍ରମ ମଧ୍ୟ ବେଶ ଆକର୍ଷଣୀୟ ଥିଲା । ସମ୍ବଲପୁରର "ଉକିଆ" ଅନୁଷ୍ଠାନର ସମ୍ବଲପୁରୀ ନୃତ୍ୟ, ନକଟିଦେଉଳର କଳାକାରଙ୍କ "ପଥୁରିଆ ଦଣ୍ଡ ନୃତ୍ୟ" ଦର୍ଶକଙ୍କୁ ବିମୋହିତ କରିଥିଲା ।

ଏହାପରେ ମାନେଶ୍ୱର କଳାକାରଙ୍କ ସଞ୍ଚାର ପରିବେଷିତ ହୋଇଥିଲା। ପରେ ଶ୍ରୀଲଙ୍କାର କଲକାରମାନେ "କାଣ୍ଡିଆନ" ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। ପରେ ମହାରାଷ୍ଟ୍ର ନାଗପୁରରୁ ଆସିଥିବା କଳାକାର ଲାବନୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ । ପରେ ପରେ ନୌରୁତା, ଘୁମର, ପଞ୍ଜାବର ଭାଙ୍ଗଡ଼ା, ଆସାମର ବିହୁ, ପଶୁନୃତ୍ୟ, ଲମ୍ବାଡି, ଦୁରୁଆ ନୃତ୍ୟ, ଛଉ ଆଦି ନୃତ୍ୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ।

ଏହାମଧ୍ୟ ପଢ଼ନ୍ତୁ. ସମ୍ବଲପୁର ଲୋକମହୋତ୍ସବ, ଦ୍ଵିତୀୟ ସନ୍ଧ୍ୟାରେ ଜମିଲା ଶ୍ରୀଲଙ୍କାର କାଣ୍ଡିଆନ ନାଚ

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ପୁଣି ଥରେ କୁଚିଣ୍ଡା ମହୋତ୍ସବ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଏହାସହ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ କେବଳ ଲୋକ ମହୋତ୍ସବ ସମୟରେ ଲୋକ କଳାକାରଙ୍କ କଥା ନବୁଝି ଲୋକ କଳାକାରଙ୍କ ଆର୍ଥିକ ଅବସ୍ଥା କିପରି ସୁଧୁରିବ ସେନେଇ ଜିଲ୍ଲା ପ୍ରଶାସନର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଥିବାର କହିଥିଲେ। ସମ୍ବଲପୁରରେ ଆରମ୍ଭ ହୋଇଛି ସାଂସ୍କୃତିକ ମହାକୁମ୍ଭ ସମ୍ବଲପୁର ଲୋକ ମହୋତ୍ସବ 2023 । ଦୁଇ ବର୍ଷ ଧରି କୋରୋନା କଟକଣା ଯୋଗୁଁ ମହୋତ୍ସବ ଅନୁଷ୍ଠିତ ହୋଇ ପାରୁନଥିବା ବେଳେ ଚଳିତ ବର୍ଷଠାରୁ ଏହା ପୁଣି ଆରମ୍ଭ ହୋଇଛି । ଯାହାକୁ ନେଇ ସମ୍ବଲପୁରବାସୀ ଓ ଲୋକ କଳାକାରଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.