ETV Bharat / state

ହୋଟେଲ ଶିଲା ଟାୱାରରୁ ଚୋରି ଘଟଣା: ୪ ଗିରଫ - ଚାରି ଜଣଙ୍କୁ ଗିରଫ କରିଲା ପୋଲିସ

ସମ୍ବଲପୁର ସହର ଶିଲା ଟାୱାର ହୋଟେଲରୁ ୩୯ ଲକ୍ଷ ଡକାୟତି ଘଟଣାର ପର୍ଦ୍ଦାଫାଶ । ଘଟଣାରେ ୪ ଜଣଙ୍କୁ ଗିରଫ କରିଲା ପୋଲିସ । ଅଧିକ ପଢ଼ନ୍ତୁ

ହୋଟେଲ ଶିଲା ଟାୱାରରୁ ଚୋରୀ ଘଟଣା : ଚାରି ଗିରଫ

author img

By

Published : Apr 20, 2022, 10:15 PM IST

ସମ୍ବଲପୁର : ସମ୍ବଲପୁର ସହର ଶିଲା ଟାୱାର ହୋଟେଲରୁ ୩୯ ଲକ୍ଷ ଡକାୟତି ଘଟଣାରେ ୪ ଜଣ ଗିରଫ। ମାଟି ତଳେ ପୋତି ରଖିଥିଲେ ଚୋରି ଟଙ୍କା । ମାଟି ଖୋଳି ଟଙ୍କା ଉଦ୍ଧାର କଲା ପୋଲିସ। ସମ୍ବଲପୁର ପୋଲିସକୁ ପୁଣି ମିଳିଛି ବଡ଼ ସଫଳତା । ସମ୍ବଲପୁର ସହରର ଭିଏସଏସ ମାର୍ଗସ୍ଥିତ ଶିଲା ଟାୱାର ହୋଟେଲରୁ ୩୯ ଲକ୍ଷ ଚୋରି ଘଟଣାରେ ୪ ଅଭିଯୁକ୍ତକୁ ଗିରଫ କରିଛି ସମ୍ବଲପୁର ପୋଲିସ ।

ହୋଟେଲ ଶିଲା ଟାୱାରରୁ ଚୋରୀ ଘଟଣା : ଚାରି ଗିରଫ

ଗତ ୧୬ ତାରିଖରେ ଶିଲା ଟାୱାର ହୋଟେଲରୁ ୩୯ ଲକ୍ଷ ଟଙ୍କା ଡକାୟତି ହୋଇଥିବା ଅଭିଯୋଗ ନେଇ ଧନୁପାଲି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାର ସମ୍ବଲପୁର ଧନୁପାଲି ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାସହ ଚୋରି ହୋଇଥିବା ୩୯ ଲକ୍ଷ ଟଙ୍କାରୁ ୩୨ ଲକ୍ଷ ୧୦ ହଜାର ଟଙ୍କା ସହ ୫ଟି ମୋବାଇଲକୁ ପୋଲିସ ଉଦ୍ଧାର କରିଛି । ଏହି ଟଙ୍କା ସବୁ ଦେବଗଡ ଜିଲ୍ଲା ରିଆମାଲ ବ୍ଳକର ବନାକାଲ ଗ୍ରାମ ଠାରୁ ମାଟି ତଳେ ପୋତା ହୋଇଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି ପୋଲିସ । ଏହି ଟଙ୍କା ଚୋରି ଘଟଣାର ପୋଲିସ ମୁଖ୍ୟ ଅଭିଯୁକ୍ତ ରାକେଶ ଵେହେରାଙ୍କ ସମେତ ଅନ୍ୟ ୩ଜଣକୁ ଗିରଫ କରିଥିବା ଏସପି ବାତୁଲା ଗଙ୍ଗାଧର ଦେଇଛନ୍ତି ସୂଚନା ।

ମୁଖ୍ୟ ଅଭିଯୁକ୍ତ ରାକେଶ ଚୋରି ହୋଇଥିବା ହୋଟେଲ ଶିଲା ଟାୱାରରେ କାମ କରୁଥିବାବେଳେ ଦେଢ଼ ମାସ ହେଲା କାମ ଛାଡି ଦେଇଥିବାବେଳେ ଅନ୍ୟ ୩ ଜଣ ଅଭିଯୁକ୍ତ ହୋଟେଲରେ କାର୍ଯ୍ୟରତ ଥିବା କର୍ମଚାରୀ ମାନସ ପଧାନ, ଯୋଗେଶ୍ୱର ବେହେରା, ଗୋବିନ୍ଦ ମଲ୍ଲିକଙ୍କ ସମ୍ପର୍କରେ ଏହି ବଡ ଧରଣର ଡକାୟତି କାଣ୍ଡ ଭିଆଇଥିବା ଏସପି ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.