ETV Bharat / state

ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ୱାଟର ସ୍ପୋର୍ଟ୍ସ - ୱାଟର ସ୍ପୋର୍ଟ

ହୀରାକୁଦ ଡ୍ୟାମର ରାଇଟ ଡାଇକର ବିସ୍ତୀର୍ଣ୍ଣ ନୀଳ ଜଳ ରାଶିରେ ଜଳ କ୍ରୀଡା ଓ ନୌବିହାରର ମଜା ନେବେ ପର୍ଯ୍ୟଟକ । ଆରମ୍ଭ ହେଲା ୱାଟର ସ୍ପୋର୍ଟ୍ସ । ଅଧିକ ପଢନ୍ତୁ....

ହୀରାକୁଦ ଜଳଭଣ୍ଡାର ଆରମ୍ଭ ହେଲା ୱାଟର ସ୍ପୋର୍ଟ

author img

By

Published : Apr 1, 2021, 7:01 PM IST

ସମ୍ବଲପୁର: ଏବେ ହୀରାକୁଦ ଡ୍ୟାମର ରାଇଟ ଡାଇକର ବିସ୍ତୀର୍ଣ୍ଣ ନୀଳ ଜଳ ରାଶିରେ ଜଳ କ୍ରୀଡା ଓ ନୌବିହାରର ମଜା ନେଇ ପାରିବେ ପର୍ଯ୍ୟଟକ। କାରଣ ଆଜିଠୁ ଏଠାରେ ଆରମ୍ଭ ହୋଇଛି ୱାଟର ସ୍ପୋର୍ଟ୍ସ। ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି।

ହୀରାକୁଦ ଜଳଭଣ୍ଡାର ଆରମ୍ଭ ହେଲା ୱାଟର ସ୍ପୋର୍ଟହୀରାକୁଦ ଜଳଭଣ୍ଡାର ଆରମ୍ଭ ହେଲା ୱାଟର ସ୍ପୋର୍ଟ

ସକାଳ 8 ରୁ ଅପରାହ୍ନ 5 ଟା ଯାଏ ଏଠାରେ ବିଭିନ୍ନ ବୋଟ ମଧ୍ୟମରେ ପର୍ଯ୍ୟଟକ ମାନେ ନୌବିହାର ଓ ଜଳ କ୍ରୀଡାର ମଜା ନେଇପାରିବେ। ଏଠାରେ ୱାଟର ସ୍କୁଟର, ବାନାନା ବୋଟ,ସ୍ପୀଡ଼ ବୋଟ, ପେଡାଲ ବୋଟ ଆଦି ଏକାଧିକ ପ୍ରକାରର ବୋଟ ବ୍ୟବସ୍ଥା ଉପଲବ୍ଧ କରାଯାଇଛି । ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ତେବେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାପରେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସୁକତା ମଧ୍ୟ ବୃଦ୍ଧି ପାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.