ସମ୍ବଲପୁର: ଆସନ୍ତା ଅଗଷ୍ଟ ୯ ତାରିଖରେ ଓଡ଼ିଶାର ୧୦ ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରିବେ ମହାମହିମ ରାଷ୍ଟପତି ରାମନାଥ କୋବିନ୍ଦ। ଏହି ଅବସରରେ ସମ୍ବଲପୁର ଜିଲ୍ଲା ମୁରା ଅଞ୍ଚଳର କଲମୀ ଗାଁର ୯୪ ବର୍ଷ ବୟସ୍କ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା ମଧ୍ୟ ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନିତ ହେବେ l କୋଭିଡ କଟକଣା ଯୋଗୁଁ ଏହି ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ରାଷ୍ଟ୍ରପତି ଭବନ ଯିବେନାହିଁ । ଏହି ଦିନ ସମ୍ବଲପୁର ଜିଲ୍ଲାପାଳ ସ୍ୱାଧୀନତା ସଂଗ୍ରାମୀଙ୍କ ଘରକୁ ଯାଇ ସମ୍ମାନିତ କରିବେ।
୧୯୨୬ ମସିହାରେ ଅଭିଭକ୍ତ ସମ୍ବଲପୁର ଜ଼ିଲ୍ଲା ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ଥିବା ତିଲିଆ ଫଟାପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ ସ୍ୱାଧୀନତା ସଂଗ୍ରାମୀ l ୧୬ ବର୍ଷ ବୟସରୁ ନିଜର ଦେଶ ପ୍ରେମ ଦ୍ୱାରା ପ୍ରେରିତ ହୋଇ ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦାନ କରିଥିଲେ l ୧୯୪୨ ମସିହାରେ ସାଥି ମାନଙ୍କ ସହିତ ଇଂରେଜ ସରକାର ଦ୍ୱାରା ଗିରଫ ହୋଇ ୧ ବର୍ଷ ସଶ୍ରମ ଜେଲ କାରାବରଣ ସହିତ ଅର୍ଥ ଦଣ୍ଡରେ ମଧ୍ୟ ଦଣ୍ଡିତ ହୋଇଥିଲେ l
![ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନିତ ହେବେ ସମ୍ବଲପୁରର ସ୍ୱାଧିନତା ସଂଗ୍ରାମୀ](https://etvbharatimages.akamaized.net/etvbharat/prod-images/od-sam-02-president-to-felicitate-sbp-freedomfighter-avb-7202776_21072020172715_2107f_1595332635_378.png)
ଏହି ଖବର ପାଇବା ପରେ ସମ୍ବଲପୁର ରେଙ୍ଗାଲି ବିଧାୟକ ନାଉରୀ ନାଏକ ଓ ସମ୍ବଲପୁର ଜିଲ୍ଲା ପରିଷଦ ଚେୟାରମ୍ୟାନ ରାଧେଶ୍ୟାମ ବାରିକ ଏହି ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀଙ୍କ ଘରକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସମ୍ବଲପୁର ରୁ ବାଦଶାହା ଯୁଶ୍ମନ ରଣା, ଇଟିଭି ଭାରତ