ETV Bharat / state

ସମ୍ବଲପୁର ଡିୟରପାର୍କ ଇତିହାସରେ ପ୍ରଥମ: ଅଜଗର ଅଣ୍ଡାରୁ ଜନ୍ମ ହେଲେ 10 ଛୁଆ - ଅଜଗର ଅଣ୍ଡାରୁ ଜନ୍ମ ହେଲେ 10 ଛୁଆ

ଡିୟରପାର୍କ ପ୍ରତିଷ୍ଠା ହେବା ଦିନଠାରୁ ଏଠାରେ ଥିବା ଅଜଗର ଯେଉଁସବୁ ଅଣ୍ଡା ଦାନ କରୁଥିଲେ ପୂର୍ବରୁ ସବୁତକ ନଷ୍ଟ ହୋଇଯାଉଥିଲା । ତେବେ ଏଥର ଡିୟରପାର୍କର ଇତିହାସରେ ପ୍ରଥମ ଥର ପାଇଁ ଅଜଗର ଦେଉଥିବା ଅଣ୍ଡାରୁ ଛୁଆ ଜନ୍ମ ହୋଇଛନ୍ତି । ଚଳିତ ବର୍ଷ ଅଜଗର ଅଣ୍ଡା ଦେବା ପୂର୍ବରୁ ତା ଉପରେ ବନ ବିଭାଗ ନଜର ରଖି ଉପଯୁକ୍ତ ଯତ୍ନ ନେଉଥିଲେ ।

ସମ୍ବଲପୁର ଡିୟରପାର୍କ ଇତିହାସରେ ପ୍ରଥମ: ଅଜଗର ଅଣ୍ଡାରୁ ଜନ୍ମ ହେଲେ 10 ଛୁଆ

author img

By

Published : Jul 18, 2020, 11:58 AM IST

Updated : Jul 18, 2020, 12:28 PM IST

ସମ୍ବଲପୁର: ଲକଡାଉନରେ ସମ୍ବଲପୁର ଡିୟରପାର୍କକୁ ଆସିଛନ୍ତି ନୂଆ ଅତିଥି । ଡିୟର ପାର୍କରେ ଥିବା ମାଈ ଅଜଗରର ଅଣ୍ଡାରୁ 10ଟି ଅଜଗର ଛୁଆ ଜନ୍ମ ହୋଇଛନ୍ତି । ହୀରକୁଦ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓ ଏନେଇ ସୂଚନା ଦେଇଛନ୍ତି ।

ମାଈ ଅଜଗରଟି 21 ଟି ଅଣ୍ଡା ଦେଇଥିବା ବେଳେ ଏଥିରୁ 11ଟି ଅଣ୍ଡା ନଷ୍ଟ ହୋଇ ଯାଇଥିଲା । ଆଉ 10ଟି ଅଣ୍ଡାରୁ 10ଟି ଅଜଗର ଛୁଆ ଜନ୍ମ ହୋଇଛନ୍ତି । ତେବେ ଡିୟରପାର୍କ ପ୍ରତିଷ୍ଠା ହେବା ଦିନଠାରୁ ଏଠାରେ ଥିବା ଅଜଗର ଯେଉଁସବୁ ଅଣ୍ଡା ଦାନ କରୁଥିଲେ ପୂର୍ବରୁ ସବୁତକ ନଷ୍ଟ ହୋଇଯାଉଥିଲା । ତେବେ ଏଥର ଡିୟରପାର୍କର ଇତିହାସରେ ପ୍ରଥମ ଥର ପାଇଁ ଅଜଗର ଦେଉଥିବା ଅଣ୍ଡାରୁ ଛୁଆ ଜନ୍ମ ହୋଇଛନ୍ତି ।

ସମ୍ବଲପୁର ଡିୟରପାର୍କ ଇତିହାସରେ ପ୍ରଥମ: ଅଜଗର ଅଣ୍ଡାରୁ ଜନ୍ମ ହେଲେ 10 ଛୁଆ

ଚଳିତ ବର୍ଷ ଅଜଗର ଅଣ୍ଡା ଦେବା ପୂର୍ବରୁ ତା ଉପରେ ବନ ବିଭାଗ ନଜର ରଖି ଉପଯୁକ୍ତ ଯତ୍ନ ନେଉଥିଲେ । ବର୍ତ୍ତମାନ ନବଜନ୍ମିତ ଅଜଗର ଛୁଆଗୁଡିକୁ ସୁସ୍ଥ ରଖିବାକୁ ବନ ବିଭାଗ ତରଫରୁ ଉପଯୁକ୍ତ ଯତ୍ନ ନିଆ ଯାଉଛି ବୋଲି ଡି ଏଫ ଓ ସୂଚନା ଦେଇଛନ୍ତି । ତେବେ ନବଜନ୍ମିତ ଅଜଗର ଛୁଆ ମାନଙ୍କୁ ରଖିବା ପାଇଁ ସ୍ବତନ୍ତ୍ର କ୍ୟାବିନର ବ୍ୟବସ୍ଥା କରିବାକୁ ଉପରିସ୍ଥ ଅଧିକାରୀଙ୍କୁ ଦାବି କରାଯାଇଛି ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jul 18, 2020, 12:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.