ETV Bharat / state

ଦୀପାବଳିରେ ବାଣ ବଦଳରେ ଅନାଥଙ୍କ ମୁହଁରେ ଫୁଟାଇଲେ ହସ

author img

By

Published : Oct 24, 2022, 10:55 PM IST

ଆଜି ସାରା ଦେଶରେ ମହାସମାରୋହ ଓ ଧୁମଧାମରେ ପାଳନ କରାଯାଉଛି ଦୀପାବଳି ପର୍ବ । ତେବେ ସମ୍ବଲପୁରରେ ବାଣ ନୁହେଁ ଅନାଥ ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅଭିନବ ପ୍ରୟାସ କରିଲା ସ୍ୱାଭିମାନ ସମ୍ବଲପୁର ସଙ୍ଗଠନ । ଅଧିକ ପଢନ୍ତୁ

ବାଣ ବଦଳରେ ଅନାଥଙ୍କ ମୁହଁରେ ହସ ଫୁଟାଇଲା ସ୍ୱାଭିମାନ ସମ୍ବଲପୁର

ସମ୍ବଲପୁର: ଆଜି ଆଲୋକର ପର୍ବ ଦୀପାବଳି। ବିନା କଟକଣାରେ ଆନନ୍ଦର ସହ ପର୍ବ ପାଳୁଛନ୍ତି ରାଜ୍ୟବାସୀ। ଦୀପାବଳି ପାଇଁ ଉତ୍ସବ ମୁଖର ପୁରପଲ୍ଲୀ। ସମ୍ବଲପୁରରେ ନିଆରା ଦୀପାବଳୀ ପାଳନ କରାଯାଉଛି। ବାଣ ନୁହେଁ ଅନାଥ ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅଭିନବ ପ୍ରୟାସ କଲା ସ୍ୱାଭିମାନ ସମ୍ବଲପୁର ସଙ୍ଗଠନ।

ଏହା ମଧ୍ୟ ପଢନ୍ତୁ: କାଳୀପୂଜା: ମା' ଭଦ୍ରକାଳୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜା, ବେଦମାତା ବେଶ ଦେଖି ଭାବବିହ୍ୱଳ ଭକ୍ତ

ଆଜି ସାରା ଦେଶରେ ମହାସମାରୋହ ଓ ଧୁମଧାମରେ ପାଳନ କରାଯାଉଛି ଦୀପାବଳି ପର୍ବ । ତେବେ ଏମିତି ବି କିଛି ଅନାଥ ପିଲା ଅଛନ୍ତି ଯେଉଁମାନେ ପରିସ୍ଥିତିରେ ପଡି ଦୀପାବଳି କଣ ତାହା ଜାଣି ବି ନାହାଁନ୍ତି । ଏହିଭଳି ଅନାଥ ପିଲାଙ୍କ ମୁହଁରେ ଟିକେ ହସ ଫୁଟେଇବା ପାଇଁ ସମ୍ବଲପୁରର 'ସ୍ୱାଭିମାନ ସମ୍ବଲପୁର' ଅନୁଷ୍ଠାନ କିଛି ନିଆରା ପଦକ୍ଷେପ ନେଇଛି । ସମ୍ବଲପୁର ସହରର ସ୍ୱାଭିମାନ ସମ୍ବଲପୁର ଅନୁଷ୍ଠାନ ତରଫରୁ ଏହାର ସଦସ୍ୟମାନେ ଦୀପାବଳିରେ ଅଯଥା ଖର୍ଚ୍ଚ ନକରି ସେହି ଟଙ୍କାରେ ଆଜି ନିଆରା ଦୀପାବଳି ପାଳନ କରି ବାଣ ନୁହେଁ ବରଂ ହସ ଫୁଟାଇବା ସ୍ଲୋଗାନ ଦେଇଛନ୍ତି । ଦୀପାବଳି ୨୦୨୨ କୁ ସହରର ଗୋବିନ୍ଦତୋଲା ସ୍ଥିତ ଆନନ୍ଦ ମାର୍ଗ ଆଶ୍ରମ ଠାରେ ନିଆରା ଭାବରେ ପାଳନ କରିଛନ୍ତି ଏହି ଉତ୍ସାହି ଯୁବକମାନେ।

ଗୋବିନ୍ଦତୋଲା ସ୍ଥିତ ଆନନ୍ଦ ସେବା ଆଶ୍ରମରେ ଥିବା ଅନ୍ତେବାସୀଙ୍କ ସହ କିଛି ସମୟ ଅତିବାହିତ କରି ସେମାନଙ୍କ ମୁହଁରେ କିଛି ସମୟ ପାଇଁ ହସ ଫୁଟାଇବା ପାଇଁ ପ୍ରୟାସ କରିବା ସହ ଅନ୍ତେବାସୀଙ୍କ ମଧ୍ୟରେ ଦୀପାବଳି ଅବସରରେ ବିଭିନ୍ନ ପ୍ରତିଯୋଗୀତା କରିଛନ୍ତି। ଏହାସହ ପ୍ରତିଯୋଗିତାର କୄତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି। ଦୀପାବଳିରେ ଅନ୍ତେବାସୀଙ୍କୁ ବିଭିନ୍ନ ଉପହାର ଓ ମିଷ୍ଠାନ ଦିଆଯାଇଛି। ଏହାସହ ମଧ୍ୟାହ୍ନ ଭୋଜନ ଦେଇ ସେମାନଙ୍କ ମୁଁହରେ ହସ ଫୁଟାଇବାକୁ ଉଦ୍ୟମ କରିଛନ୍ତି ଏହି ସଂଗଠନର ସଦସ୍ୟ ମାନେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.