ETV Bharat / state

Suspension lawyers: ଓକିଲ ସଂଘର ୫୪ ସଦସ୍ୟଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ

author img

By

Published : Mar 13, 2023, 10:15 PM IST

ପୂର୍ବରୁ ଗିରଫ ହୋଇ ଥିବା 54 ଜଣ ଓକିଲଙ୍କୁ ଜାମିନ ମିଳି ସାରିଛି । ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ ଓଡିଶା ହାଇକୋର୍ଟ। ତେବେ ଗତ ବର୍ଷ ଡିସେମ୍ବର 12 ତାରିଖରେ ଗିରଫ ହୋଇଥିଲେ ଆଇନଜୀବୀ । ଆଇନଜୀବୀଙ୍କୁ ମହଙ୍ଗା ପଡିଥିଲା ଆନ୍ଦୋଳନ। ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣାରେ ୨୯ ଜଣ ଆଇନଜୀବୀ ଗିରଫ ହୋଇଥିଲେ । ଅଧିକ ପଢନ୍ତୁ

Etv Bharat
Etv Bharat

କଟକ: ସମ୍ବଲପୁରରେ କୋର୍ଟ ପରିସରରେ ଆଇନଜୀବୀଙ୍କ ଭଙ୍ଗାରୁଜା ପ୍ରସଙ୍ଗ। ହଟିଲା ଆଇନଜୀବୀଙ୍କ ନିଲମ୍ବନ ଆଦେଶ । ନିଲମ୍ବନ ଆଦେଶ ହଟାଇଲା ବାର କାଉନସିଲ ଅଫ ଇଣ୍ଡିଆ। ଆସନ୍ତା 10 ଦିନ ମଧ୍ୟରେ ଅଣ୍ଡରଟେକିଂ ଦେବାକୁ ନିର୍ଦେଶ ଦେଇଛି ବାର । ଆଉ ଏପରି ଘଟଣାରେ ଭବିଷ୍ୟତରେ ସାମିଲ ନହେବାକୁ ମଧ୍ୟ ସର୍ତ୍ତ ରଖିଲେ ବାର କାଉନସିଲ ଅଫ ଇଣ୍ଡିଆ ।

ପୂର୍ବରୁ ଗିରଫ ହୋଇ ଥିବା 54 ଜଣ ଓକିଲଙ୍କୁ ଜାମିନ ମିଳି ସାରିଛି । ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ ଓଡିଶା ହାଇକୋର୍ଟ। ତେବେ ଗତ ବର୍ଷ ଡିସେମ୍ବର 12 ତାରିଖରେ ଗିରଫ ହୋଇଥିଲେ ଆଇନଜୀବୀ । ଆଇନଜୀବୀଙ୍କୁ ମହଙ୍ଗା ପଡିଥିଲା ଆନ୍ଦୋଳନ। ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣାରେ ୨୯ ଜଣ ଆଇନଜୀବୀ ଗିରଫ ହୋଇଥିଲେ । କୋର୍ଟ ଭିତରେ ବିଶୃଙ୍ଖଳା ଘଟଣାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ । ଆନ୍ଦୋଳନ ବେଳେ ଜିଲ୍ଲା ଜଜ୍‌ଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ପୋଲିସ ୨୯ ଜଣଙ୍କୁ ଗିରଫ କରିଥିଲା। କୋର୍ଟ ପରିସରରେ 144 ଧାରା ଲଗା ଯାଇଥିବା ବେଳେ ଏହି ଅଞ୍ଚଳରେ 15 ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା l ଏହା ସହିତ ଯେଉଁମାନେ 200 ମିଟର ନିଷିଦ୍ଧାଞ୍ଚଳକୁ ଆସିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଥିଲା । 54 ଓକିଲଙ୍କ ଲାଇସେନ୍ସ ମଧ୍ୟ ସସପେଣ୍ଡ ହୋଇଥିଲା । ହାଇକୋର୍ଟ ବେଞ୍ଚ ଦାବି ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀ ପୋଲିସର ବ୍ୟାରିକେଟ ଭାଙ୍ଗି ବିଚାରପତିଙ୍କ ଚାମ୍ବର ଭିତରକୁ ବଳ ପୂର୍ବକ ପଶି ଭଙ୍ଗାରୁଜା କରିଥିଲେ । ଫଳରେ ବିଚାରପତି ଫେରିଯାଇଥିଲେ । ଏହି ଘଟଣାରେ ପୋଲିସ ସିସିଟିଭି ଯାଞ୍ଚ କରି 54 ଜଣଙ୍କୁ ଗିରଫ କରିଥିଲା ।

ଏହି ଆନ୍ଦୋଳନରେ ସମ୍ବଲପୁର କୋର୍ଟ ଭିତରେ ବିଶୃଙ୍ଖଳା ଘଟଣାକୁ ନେଇ କଠୋର ହୋଇଥିଲା ବାର କାଉନସିଲ ଅଫ ଇଣ୍ଡିଆ । ସମ୍ବଲପୁର ବାର ଆସୋସିଏସନର 54 ଜଣ ଆଇନଜୀବୀଙ୍କ ଲାଇସେନ୍ସ ଦେଢ ବର୍ଷ (୧୮ ମାସ) ପାଇଁ ସସପେଣ୍ଡ କରିଥିଲେ BCI । ଲାଇସେନ୍ସ ସସପେଣ୍ଡ ନେଇ ପ୍ରେସ ରିଲିଜ ଜାରି କରି ସୂଚନା ଦେଇଥିଲେ ବାର କାଉନସିଲ ଅଫ ଇଣ୍ଡିଆ । ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ତୁମୁଳକାଣ୍ଡ ଘଟାଇଥିଲେ ଆନ୍ଦୋଳନକାରୀ ଆଇନଜୀବୀ ।

ସୂଚନାଯୋଗ୍ଯଯେ ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ହେଲା ପଶ୍ଚିମାଞ୍ଚଳର ଆଇନଜୀବି ସଂଘ ଆନ୍ଦୋଳର କରିଆସୁଥିଲେ । ଏହି ଆନ୍ଦୋଳନ ବିଭିନ୍ନ ସମୟରେ ଭିନ୍ନଭିନ୍ନ ତରିକାରେ ହେଉଥିଲା । କିନ୍ତୁ ଗତ ବର୍ଷ ଡିସେମ୍ବର 12 ତାରିଖର ଘଟଣା ପରେ ଆନ୍ଦୋଳନର ଭବିଷ୍ୟତ ଏବେ ଅସ୍ପଷ୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.