ETV Bharat / state

ସୁନାପାଲି ହତ୍ୟାକାଣ୍ଡ, ଅଭିଯୁକ୍ତର ଗିରଫ ଦାବିରେ ଥାନା ଘେରାଉ

ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଠାରେ ଗତ ରାତିରେ ହୋଇଥିବା ହତ୍ୟାକାଣ୍ଡ ଘଟଣା ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କାରିବା ଦାବିରେ ସ୍ଥାନୀୟ ଅଞ୍ଚଳର ଶହ ଶହ ମହିଳା ଓ ପୁରୁଷ ଧନୁପାଲି ଥାନା ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିବା ସହ ଧନୁପାଲି ଥାନା ଘେରାଉ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 21, 2021, 4:54 PM IST

ସୁନାପାଲି ହତ୍ୟାକାଣ୍ଡ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ସମ୍ବଲପୁର : ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଠାରେ ଗତ ରାତିରେ ହୋଇଥିବା ହତ୍ୟାକାଣ୍ଡ ଘଟଣା ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ସ୍ଥାନୀୟ ଅଞ୍ଚଳର ଶହ ଶହ ମହିଳା ଓ ପୁରୁଷ ଧନୁପାଲି ଥାନା ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିବା ସହ ଧନୁପାଲି ଥାନା ଘେରାଉ କରିଛନ୍ତି ।

ଗତ ବିଳମ୍ବିତ ରାତ୍ରିରେ ସୁନାପଲି ଓରାମ ପଡାର ଗଣେଶ ଓରାମ ନାମକ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ । ଏହି ଆକ୍ରମଣରେ ଅନ୍ୟ ଜଣେ ଯୁବକ ଗୁରତର ଆହତ ହୋଇ ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ଅନୁସାରେ ମୋବାଇଲକୁ ଛଡାଇ ନେବାକୁ ଦୁର୍ବୃତ୍ତ ମାନେ ଚେଷ୍ଟା କରୁଥିବା ବେଳେ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ମାନେ ଏହି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।

ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଆଜି ସ୍ଥାନୀୟ ଅଞ୍ଚଳର ଶହ ଶହ ମହିଳା ଓ ପୁରୁଷ ଏସ.ପି ଅଫିସ ଘେରାଉ ପାଇଁ ଯାଉଥିବା ବେଳେ ପୋଲିସ ଭୁତାପଡା ଛକରେ ଲୋକଙ୍କୁ ଅଟକାଇଥିଲା । ଏହି ସମୟରେ ପୋଲିସ ସହିତ ସ୍ଥାନୀୟ ଲୋକଙ୍କ ସାମାନ୍ୟ ଧସ୍ତାଧସ୍ତି ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା ।

ତେବେ ସମ୍ବଲପୁର ଏସ.ପି ବତୁଲା ଗଙ୍ଗାଧର ନିଜେ ଘଟଣା ସ୍ଥାନରେ ପହଞ୍ଚି ଲୋକଙ୍କ ସହିତ ସିଧା ସଳଖ କଥା ହେବା ସହ ମୂଖ୍ୟ ଅଭିଯୁକ୍ତ ଓ ତାର ଜଣେ ସହଯୋଗୀଙ୍କୁ ଅଟକ ରଖି ପଚରା ଉଚରା କରାଯାଉଥିବାର କହିବା ପରେ ଉତ୍ତେଜନା କମିଥିଲା । ତେବେ ହତ୍ୟାକାଣ୍ଡର ନିର୍ଦ୍ଧିଷ୍ଟ କାରଣ ସ୍ପଷ୍ଟ ହୋଇନି ବୋଲି ଏସ.ପି ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.