ETV Bharat / state

ଜୀବଜନ୍ତୁଙ୍କୁ ତାତି ଭୟ, ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା - zoo

ଅସହାୟ ଗରମରେ ଅସ୍ତବ୍ୟସ୍ତ ଜନଜୀବନ। ଏପରି ଗରମରେ ଜୀବଜନ୍ତୁ ମଧ୍ୟ ହନ୍ତସନ୍ତ ହେଉଛନ୍ତି । କିନ୍ତୁ ପଶୁ ଉଦ୍ୟାନରେ ଥିବା ପଶୁଙ୍କୁ ଏହି ଗ୍ରୀଷ୍ନରେ କିପରି ଯତ୍ନ ନିଆଯାଉଛି ତାହା ଦେଖିବା ପାଇଁ ସମ୍ବଲପୁର ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ରରେ ପହଞ୍ଚିଥିଲା ‘ଇଟିଭି ଭାରତ’ ଟିମ୍‌ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : May 2, 2019, 12:04 AM IST

ସମ୍ବଲପୁର: ରାଜ୍ୟସାରା ନିଆ ଝୁଲ ବର୍ଷୁଛି । ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ । ଏଥିରୁ ମଧ୍ୟ ବାଦ୍‌ ପଡି ନାହାଁନ୍ତି ଜୀବଜନ୍ତୁ । ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ରରେ ଜୀବଜନ୍ତୁଙ୍କ ଖାଇବା ମେନୁରୁ ଆରମ୍ଭ କରି ଦୈନନ୍ଦିନ ଦିନଚର୍ଯ୍ୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ସମ୍ବଲପୁର ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ରରେ ପଶୁପକ୍ଷୀଙ୍କ ସ୍ଥିତି ପରଖିବା ପାଇଁ ପହଞ୍ଚିଥିଲା ‘ଇଟିଭି ଭାରତ’ ଟିମ୍‌ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏଠାରେ ମୁଖ୍ୟତଃ ବିଭିନ୍ନ ପ୍ରଜାତିର ହରିଣ, ସମ୍ବର ସହ ଗୋଟିଏ କଲରାପତାରିଆ ବାଘ, କିଛି ଭାଲୁ, ମାଙ୍କଡ଼ ସହ ବିଭିନ୍ନ ପ୍ରଜାତିର ପକ୍ଷୀ ଓ ନେଉଳ ଜାତୀୟ ପଶୁ ରହିଛନ୍ତି । ତେବେ ଏହି ପ୍ରବଳ ଗ୍ରୀଷ୍ମରେ ଏହି ପଶୁ ପକ୍ଷୀଙ୍କ ଯତ୍ନ କିପରି ନିଆଯାଉଛି ତାହା ଏହି ଉଦ୍ୟାନରେ ଦେଖିବାକୁ ମିଳିଥିଲା । ଏଠାରେ ଥିବା ପଶୁ ପକ୍ଷୀଙ୍କ ପାଇଁ ଗ୍ରୀଷ୍ମ ଆରମ୍ଭ ହେଉଣୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ସକାଳ 8 ଟା ପରେ ପରେ ବାଘର ଗୁମ୍ଫାକୁ ପାଣିରେ ଧୋଇବା ସହ ବାଘକୁ ପାଣି ସିଞ୍ଚନ କରି ଗାଧାଇ ଦିଆଯାଉଛି ଓ ଏହାପରେ ବାଘକୁ ଖାଦ୍ୟ ଦିଆଯାଉଛି ।

ସେହିପରି ହରିଣ ମାନଙ୍କ ସ୍ଥାନରେ ମେସିନ ଦ୍ୱାରା ପାଣି ସିଞ୍ଚନ କରାଯାଇ ପର୍ଯ୍ୟାପ୍ତ ପରିମାଣର ପନିପରିବା ସହ ବିଭିନ୍ନ ପ୍ରକାର ଖାଦ୍ୟ ଦିଆଯାଉଛି। ଏହା ସହ ହରିଣ ମାନଙ୍କ ପାଇଁ ବହୁ ପରିମାଣର ପାଣି ମହଜୁଦ ରଖାଯାଉଛି । ଅନୁରୂପ ଭବେ ଏଠାରେ ରହୁଥିବା ମୟୁର ଓ ଅନ୍ୟ ପ୍ରଜାତିର ପକ୍ଷୀଙ୍କ ପାଇଁ ସେମାନଙ୍କ ସ୍ଥାନରେ ପାଣି ସିଞ୍ଚନ କରିବା ସହ ଉପଯୁକ୍ତ ପରିମାଣର ପାଣି ଓ ଖାଦ୍ୟ ଯୋଗାଇ ଦିଆଯାଉଛି ।

ପକ୍ଷୀ ବାସସ୍ଥାନରେ ଗ୍ରୀଷ୍ମ ପ୍ରବାହ ରୋକିବା ପାଇଁ ସ୍ୱତନ୍ତ୍ର ଗ୍ରୀନ କଭର ଘୋଡ଼ାଯାଇ ସେଥିରେ ପାଣି ସିଞ୍ଚନ କରାଯାଉଛି । ଏଠାରେ ଥିବା ଭାଲୁ ପାଇଁ କ୍ଷୀର ଯୋଗାଇ ଦେବା ସହ ଅନ୍ୟ ପଶୁ ପକ୍ଷୀଙ୍କ ପାଇଁ ଗ୍ରୀଷ୍ମ ଋତୁରେ ସୁହାଇବା ଭଳି ଖାଦ୍ୟ ପାନୀୟ ଦିଆଯାଉଛି । ଗ୍ରୀଷ୍ମ ଋତୁ ପାଇଁ ପ୍ରତ୍ୟେକ ଜୀବଜନ୍ତୁଙ୍କ ଏନକ୍ଲୋଜର ବା ସେଡ୍ ଉପରେ ନଡା ପାଳ ଦେବା ସହ ଗ୍ରୀଷ୍ମ ପ୍ରବାହ ରୋକିବା ପାଇଁ ନେଟ ଘୋଡାଇ ପାଣି ସିଞ୍ଚନ କରାଯାଉଛି ।

ଗ୍ରୀଷ୍ମଋତୁରୁ ବଞ୍ଚିବା ପାଇଁ କେତେକ ସ୍ୱତନ୍ତ୍ର ପାଉଡର, ଗ୍ଲୁକୋଜ, ଓ ଆର ଏସ ଓ ଲିଭର ଟନିକ ଦିଆଯାଉଛି । ଏଥିପାଇଁ ଉକ୍ତ ପାର୍କର ରେଞ୍ଜର ନିଜେ ସବୁ ଦେଖା ରଖା କରୁଛନ୍ତି । ପଶୁପକ୍ଷୀଙ୍କର ସମସ୍ତ ପ୍ରକାର ଯତ୍ନ ନିଆଯାଉଥିଲେ ମଧ୍ୟ ଏଠାରେ ଆହୁରି ଗଛ ଲଗାଇବାର ଆବଶ୍ୟକତା ଥିବାର ପର୍ଯ୍ୟଟକ ଦାବି କରିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ଖାଉଟି ଚିନ୍ତା କରିବାର କାରଣ ନାହିଁ ମହଜୁଦ ଅଛି ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥ: ବ୍ୟବସାୟ ସଙ୍ଘ visual by mojo

ଗୋଟିଏ ପଟେ ଓଡିଶା କୁ ମାଡି ଆସୁଥିବାର ବତ୍ୟା ହେବାର ଭୟ ଥିବା ବେଳେ ବର୍ତ୍ତମାନ ସାଧାରଣ ଖାଉଟି ସବୁ ଚିନ୍ତା ରେ। ଖାସ କରି ଉପକୂଳ ଓଡିଶାରେ ବସବାସ କରୁଥିବା ସମସ୍ତ ଖାଉଟି ଏବେ ନିଜ ପାଇଁ ଖାଦ୍ୟ ସାମଗ୍ରୀ ସବୁ ତିନି ଦିନ ଧରି ମହଜୁଦ କରି ରଖିବାରେ ଲାଗିପଡିଛନ୍ତି। ଅନ୍ୟ ପରେ ଖାଉଟି ଙ୍କୁ ଭୟ  ନ କରିବା ପାଇଁ  ମଧ୍ୟ ବ୍ୟବସାୟକ ସଂଗ ପ୍ରକାଶ କରିଛି। ଯଦି କୌଣସି ବେପାରୀ ବତ୍ୟା ର ଭୟ ଦେଖାଇ ଖାଉଟି ଠାରୁ ଅଧିକ ମୂଲ୍ୟ ନେଉଛି ତା ଉପରେ ବି କଡା କାର୍ଯ୍ୟ ଅନୁଷ୍ଠାନ ନିଆଯିବ ବୋଲି ସଂଗ ର ମୁଖ୍ୟ ସଭାପତି ସୁଧାକର ପତି କହିଛନ୍ତି। ଏଠି ସୂଚନାଯୋଗ୍ୟ ଯେ 
, ବର୍ତ୍ତମାନ ପୁରୀ ଠାରୁ ରୁ 620 କିଲୋମିଟର ଦୁର ରେ ଅଛି ଫନି। ଫନି ର ପ୍ରଭାବ ଓଡିଶା  ଆସନ୍ତା ମେ 2 ଓ 3 ରେ ରାଜ୍ୟ ରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପଣିପାଗ ବିଭାଗ ସୂଚନା ଦେଇଛି। ଘଣ୍ଟା କୁ ସାତ କିଲୋମିଟର ବେଗ ରେ ଗତି କରୁଛି ବାତ୍ୟା ଫନି। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏ ବାତ୍ୟା ଉତ୍ତର ପଶ୍ଚିମ ଗତି କରବା ସହ ,ଏହା ପରେ   ଉତ୍ତର ପୂର୍ବ କୁ ଗତି କରିବାର ବୋଲି ଜଣାପଡିଛି। ଯାହା ଫଳରେ ଓଡିଶା ର ଆସନ୍ତା 2 ଓ 3 ମେ ରେ ଦକ୍ଷିଣ , ଉପକୂଳ  ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ମେଟା ମେଟି ଭାବରେ କହିବା କୁ ଗଲେ ଦକ୍ଷିଣ ପୁରୀ ଜିଲ୍ଲା ରେ ଲ୍ୟାଣ୍ଡ ଫଲ କରିବ ବୋଲି ଜଣା ପଡ଼ିଛି।ଲ୍ୟାଣ୍ଡ ଫଲ ସମୟ ରେ ପବନ ର ବେଗ 175 ରୁ 200 କିଲୋମିଟର ବେଗ ରେ ବୋହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ପବନ ରବେଗ  ହରାହରିନ100 କିଲୋମିଟର ବେଗ ରେବୋହିପରେ ବୋଲି ପାଣିପାଗ ଵିଶେସଂଜ୍ଞ ମତ ଦେଇଛନ୍ତି। ଆସନ୍ତ କଲି ଠାରୁ ପ୍ରବଳ ଓ ମେ 3 ତାରିଖ ରୁ ଆତି ରୁ ଅତି ପ୍ରବଳ ବର୍ଷା ସହ ପବନ ବୋହିବା ସହ ଆଜି ରାତି ରୁ ଗଞ୍ଜାମ ଓ ଗଜପତି ଜିଲ୍ଲା କୁ ସତକ ପଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ହୁଡହୁଡ଼ ଓ ତିତିଲି ଠାରୁ ଭୟାବହ ହେବାର ଆଶଙ୍କା ରହିଛି ବୋଲି କୁହାଯାଇଛି। ମସ୍ୟ ଯିବି ମାନଙ୍କୁ ସମୁଦ୍ର ଭିତର କୁ ଯିବା ପାଇଁ ବରଣ କରାଯାଇଛି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.