ETV Bharat / state

ରାସ୍ତା ସୁଧାର, ନଚେତ୍ ମିଳିବନି ଭୋଟ

ସମ୍ବଲପୁର ମହାନଗର ଅନ୍ତର୍ଗତ26ନଂ ୱାର୍ଡରେ ରାସ୍ତା ସମସ୍ୟା ଭୋଗୁଛନ୍ତି ଲୋକେ । ବାରମ୍ବାର ଗୁହାରି ସତ୍ବେ ଦୁଃଖ ଶୁଣୁନି ପ୍ରଶାସନ ।

author img

By

Published : Mar 26, 2019, 6:25 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ରାସ୍ତା ନାହିଁ ତ ଭୋଟ ନାହିଁ । ଆଗେ ଭଲ ରାସ୍ତା ଦିଅ ତେବେ ଯାଇ ଭୋଟ ଦେବୁ । ନଚେତ୍ ଆମେ ଭୋଟ ବର୍ଜନ କରିବୁ । ଏକଥା ଆମେ କହୁନୁ ଏଭଳି ଦାବି କରିଛନ୍ତି ସମ୍ବଲପୁର ମହାନଗର ଅନ୍ତର୍ଗତ26ନଂ ୱାର୍ଡର ମହିଳାମାନେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଆଗକୁ ନିର୍ବାଚନ । ଆଉ ପ୍ରତିଥର ଭଳି ଚଳିତଥର ମଧ୍ୟ ଭୋଟ ନେବା ଆଶାରେ ରାଜନେତା ବା ଭୋଟ ଆଶାୟୀ ପ୍ରାର୍ଥୀମାନେ ଦ୍ବାର ଦ୍ବାର ବୁଲି ଭୋଟ ଭିକ୍ଷା କରିଥାନ୍ତି । ଆଉ ପ୍ରତିବଦଳରେ ବହୁତ କିଛି କରାଇଦେବାର ପ୍ରତିଶୃତି ମଧ୍ୟ ଦେଇଥାନ୍ତି । କିନ୍ତୁ ନିର୍ବାଚନ ସରିଲେ ସମସ୍ତ ପ୍ରତିଶୃତି ପାଣିର ଗାର ସଦୃଶ ହୋଇଯାଏ । କିନ୍ତୁ ଚଳିତବର୍ଷ ସେଭଳି କିଛି ମିଛ ପ୍ରତିଶୃତି ନେବାପାଇଁ ରାଜି ନୁହଁନ୍ତି ସମ୍ବଲପୁରର 26ନଂ ୱାର୍ଡବାସୀ । ଯେଉଁଥିପାଇଁ ଏହି ଅଞ୍ଚଳର ସହରୀ ଆଉ ଶିକ୍ଷିତା ମହିଳାମାନେ ରାସ୍ତାର ଦୁରାବସ୍ଥା ପାଇଁ ଭୋଟ ବର୍ଜନର ଧମକ ଦେଇଛନ୍ତି ।

ଏହି ଅଞ୍ଚଳଟି ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ଘରଠାରୁ 500ମିଟର ଦୂରତାରେ ଥିଲେ ମଧ୍ୟ ଏଠାରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ । ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଶେଷରେ ଏହି ମହିଳାମାନେ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏନେଇ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ବର୍ତ୍ତମାନ ନିର୍ବାଚନ ପୂର୍ବରୁ ଆଦର୍ଶ ଆଚରଣ ବିଧି ଲାଗିଥିବାରୁ କୌଣସି ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟ ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ହୋଇପାରିବ ନାହିଁ । ତେବେ ଏହି ଆଦର୍ଶ ନଗର ଅଞ୍ଚଳରେ ପ୍ରାୟ 500 ପରିବାର ବାସ କରୁଛନ୍ତି । ଆଉ ଏମାନଙ୍କ ଭୋଟ ପ୍ରତ୍ୟେକ ରାଜନୈତିକ ଦଳ ପାଇଁ ଗୁରୁତ୍ବ ବହନ କରୁଛି । ହେଲେ ନିର୍ବାଚନ ପୂର୍ବରୁ କେଉଁ ଦଳ ଏମାନଙ୍କୁ ଆକର୍ଷିତ କରୁଛି ତାହା ଦେଖିବାକୁ ବାକି ରହିଲା ।

ସମ୍ବଲପୁରରୁ ବାଦଶାହାଜୁସ୍ମନ ରାଣା, ଇଟିଭି ଭାରତ

Intro:Body:

LoC ସୀମାରେ ଗୁଳି ବିନିମୟ

ଜାମ୍ମୁ: ଭାରତୀୟ ଏବଂ ପାକିସ୍ତାନୀ ସେନା ମଧ୍ୟରେ ଗୁଳି ବିନିମୟ । ଜାମ୍ମୁ ଓ କାଶ୍ମୀରର ରଜୌରି ଜିଲ୍ଲାରେ ପ୍ରବଳ ମାତ୍ରାରେ ଗୁଳି ବର୍ଷଣ ଜାରି ରହିଛି।

2003ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବୀରତି ଉଲଘ୍ନନ ଚୁକ୍ତିକୁ ପାକିସ୍ତାନୀ ସେନା ଭାଙ୍ଗିବା ସହ ସୋମବାର ରାତି ସାଢେ 11ଟା ରେ କେରୀ ଅଞ୍ଚଳରେ ଆକ୍ରମଣ କରିଛି। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି । ଜବାବରେ ମଙ୍ଗଳବାର ଭାରତୀୟ ସେନା ପ୍ରତିଆକ୍ରମଣ କରିଛି।

ବର୍ତ୍ତମାନ ସୁଦ୍ଧା ଉଭୟ ପଟୁ ଆକ୍ରମଣ ଜାରି ରହିଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ କୌଣସି ମୃତାହତ ଓ କ୍ଷୟକ୍ଷତିର ସୂଚନା ମିଳି ନାହିଁ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.