ETV Bharat / state

ନେଟୱର୍କ ସମସ୍ୟା ଯୋଗୁଁ ପାଣି ଟାଙ୍କି ଉପରେ ଚାଲିଛି ପାଠପଢା - ମୋବାଇଲ ନେଟୱାର୍କ

ସମ୍ବଲପୁର ଜିଲ୍ଲାର ଉପାନ୍ତ ଅଞ୍ଚଳରୁ ଆସିଲା ଦୁର୍ଭାଗ୍ୟ ଜନକ ଚିତ୍ର । ଗାଁରେ ନାହିଁ କୌଣସି ମୋବାଇଲ ନେଟୱର୍କର ସୁବିଧା । ଫଳରେ 150 ଫୁଟ ଉପର ପାଣି ଟାଙ୍କି ଉପରକୁ ଯାଇ ଅତି ବିପଦଜନକ ଅବସ୍ଥାରେ ଅନଲାଇନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଅଧିକ ଖବର ପଢନ୍ତୁ...

ନେଟୱାର୍କ ସମସ୍ୟା ଯୋଗୁଁ ପାଣି ଟାଙ୍କି ଉପରେ ଚାଲିଛି ପାଠପଢା

author img

By

Published : Jul 29, 2020, 12:03 PM IST

ସମ୍ବଲପୁର: ଜିଲ୍ଲାର ଉପାନ୍ତ ଅଞ୍ଚଳରୁ ଆସିଲା ଦୁର୍ଭାଗ୍ୟ ଜନକ ଚିତ୍ର । ଗାଁରେ ନାହିଁ କୌଣସି ମୋବାଇଲ ନେଟୱର୍କର ସୁବିଧା । ଫଳରେ 150 ଫୁଟ ଉପର ପାଣି ଟାଙ୍କି ଉପରକୁ ଯାଇ ଅତି ବିପଦଜନକ ଅବସ୍ଥାରେ ଅନଲାଇନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଜିଲ୍ଲାର ନାକଟିଦେଉଳ ବ୍ଲକ ଘୁଷୁରାମାଲ ପଞ୍ଚାୟତ ଲାଣ୍ଡିମାଲ ଗାଁରୁ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ।

ନେଟୱାର୍କ ସମସ୍ୟା ଯୋଗୁଁ ପାଣି ଟାଙ୍କି ଉପରେ ଚାଲିଛି ପାଠପଢା
ନେଟୱାର୍କ ସମସ୍ୟା ଯୋଗୁଁ ପାଣି ଟାଙ୍କି ଉପରେ ଚାଲିଛି ପାଠପଢା

ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟରୁ ଦୂରତା ପ୍ରାୟ ପାଖାପାଖି 105 କିମି । ଗାଁରେ ନାହିଁ ଅନଲାଇନ ପାଠପଢିବା ପାଇଁ ମୋବାଇଲ ନେଟୱର୍କର ସୁବିଧା । ଫଳରେ ଗାଁ ମୁଣ୍ଡରେ ପଞ୍ଚାୟତିରାଜ ବିଭାଗର 150 ଫୁଟ୍ ଉଚ୍ଚ ପାଣି ଟାଙ୍କି ଉପରକୁ ଯାଇ ଅନଲାଇନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।

ଏମିତି ବିପଦସଙ୍କୁଳ ଅବସ୍ଥାରେ ପ୍ରାୟ 2 ମାସ ହେବ 25 ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କେତେବେଳେ ଯେ କଣ ଅଘଟଣ ଘଟିବ ତାହା କହି ହେବନାହିଁ । ଏହି ପଞ୍ଚାୟତରେ 7 ହଜାରରୁ ଅଧିକ ଲୋକ ରୁହନ୍ତି । ହେଲେ ମୋବାଇଲ ଇଣ୍ଟରନେଟ ସେବା ଠପ୍‌ ।

2014 ମସିହାରେ ମାଓ ମୁକାବିଲା ପାଣ୍ଠିରୁ ଗୋଟିଏ ବିଏସଏନଏଲ୍ ନେଟୱାର୍କ ଟାୱାର ତିଆରି ହୋଇଥିଲା ହେଲେ ଏବେ ତାହା ଅଚଳ । ଗାଁରେ ଅଧିକାଂଶ ଗରିବ ଶ୍ରେଣୀର ଲୋକେ ବସବାସ କରୁଥିବାରୁ ଅଧିକାଂଶ ପିଲାଙ୍କ ପାଖରେ ମୋବାଇଲ ମଧ୍ୟନାହିଁ । ଛାତ୍ରଛାତ୍ରୀଙ୍କ ଏତିକି ଦାବି ଗାଁରେ 2014ରୁ ବସିଥିବା ବିଏସଏନଏଲ 2ଜି ନେଟୱର୍କକୁ 4ଜିରେ ଅପଗ୍ରେଡ୍ କଲେ ସବୁ ସମସ୍ୟାର ସମାଧାନ ହୋଇପାରନ୍ତା ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.